ଶ୍ରୀ ଶ୍ରୀ ଶିରିଡି ସାଇ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ଏକ ବିଶାଳ ମାଗଣା ସ୍ବାସ୍ଥ୍ୟସେବା ଶିବିର ଅନୁଷ୍ଠିତ

ଶ୍ରୀ ଶ୍ରୀ ଶିରିଡି ସାଇ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ଏକ ବିଶାଳ ମାଗଣା ସ୍ବାସ୍ଥ୍ୟସେବା ଶିବିର ଅନୁଷ୍ଠିତ

ଭୁବନେଶ୍ୱର:କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ତେଣ୍ଡାକୁଡା ପଞ୍ଚାୟତ ର ବସନ୍ତପୁର ଗ୍ରାମରେ ଥିବା  ଶିରିଡି ସାଇ ମନ୍ଦିର ପରିସରରେ ଶ୍ରୀ ଶ୍ରୀ ଶିରିଡି ସାଇ ଚ୍ୟାରିଟେବୁଲ ଟ୍ରଷ୍ଟ ଦ୍ୱାରା ଆଜି ଏକ ବିଶାଳ ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ ଭୁବନେଶ୍ୱର ସ୍ଥିତ ଆପୋଲ ହସ୍ପିଟାଲ ଅଭିଜ୍ଞ ଡ଼ାକ୍ତର ମାନଙ୍କ ଦ୍ବାରା ୫୦୦ ରୁ ଅଧିକ ରୋଗୀ ମାନଙ୍କର ବିଭିନ୍ନ ପ୍ରକାର ରୋଗର ସ୍ବାସ୍ଥ୍ୟ ପରିକ୍ଷା  କରାଯାଇ ମାଗଣା ଔଷଧ ବଣ୍ଟନ କରାଯାଇଛି । ଏହି ସ୍ବାସ୍ଥ୍ୟ ସେବା ଶିବିର ରେ କେନ୍ଦ୍ରାପଡା ସାଂସଦ ଶ୍ରୀଯୁକ୍ତ ଅନୁଭବ ମହାନ୍ତି ,ପାଟକୁରା ବିଧାୟିକା ଶ୍ରୀମତୀ ସାବିତ୍ରୀ ଅଗ୍ରୱାଲ, ରାଜ୍ୟ ସରକାରଙ୍କ ଯୁବ କଲ୍ୟାଣ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଜୟ କୁମାର ନାୟକ ,ଗରଦପୁର ବ୍ଲକ ଅଧ୍ୟକ୍ଷା ସ୍ବର୍ଣ୍ଣ ପ୍ରଭା ସେଠୀ ,ଗରଦପୁର ତହସିଲଦାର ଶ୍ରୀଯୁକ୍ତ ଧରଣୀଧର ବେହେରା, ରାଜ୍ୟ ଚେସ ଆସୋସିଏସନ ର ସେକ୍ରେଟାରୀ  ଶ୍ରୀ ଅଶିଷ ମହାନ୍ତି ,ନୂଜ 11 ର ମୁଖ୍ୟ ନଳିନୀ କାନ୍ତ ରଥ,ତେଣ୍ଡାକୁଡା ପଞ୍ଚାୟତ ର ପୂର୍ବତନ ସରପଞ୍ଚ ରବୀନ୍ଦ୍ର ମହାପାତ୍ର, ରବୀନ୍ଦ୍ର ମହାନ୍ତି, ପଳସୁଦା ସରପଞ୍ଚ ତନୁଜ ମହାନ୍ତି ,ଅଶୋକ ଜେନା ସୁନିଲ ମହାନ୍ତି ,ସୀତାକାନ୍ତ ମହାନ୍ତି ,ନିର୍ମଳା ସାମନ୍ତରାୟ, କମଳ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଥିଲେ । ଏହି ଅବସରରେ ସାଂସଦ ଶ୍ରୀଯୁକ୍ତ ଅନୁଭବ ମହାନ୍ତି ଏବଂ ପାଟକୁରା ବିଧାୟିକା ଶ୍ରୀମତୀ ଅଗ୍ରୱାଲ ବିଭିନ୍ନ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ବ୍ୟକ୍ତି ଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରିଥିଲେ । ଆଜି ପରମପୂଜ୍ୟ ଗୁରୁଜୀ ଚନ୍ଦ୍ରଭାନୁ ଶତପଥି  ଙ୍କ ଜନ୍ମ ଦିନ ଥିବାରୁ ମନ୍ଦିର ପରିସରରେ କେକ କଟାଯାଇ  ଜନ୍ମ ଦିନ ପାଳନ କରାଯାଇଥିଲା । ସାଂସଦ ଶ୍ରୀଯୁକ୍ତ ମହାନ୍ତି ପ୍ରତିଶ୍ରୁତି ଦେଇଛନ୍ତି ମନ୍ଦିରର ଉନ୍ନତି ପାଇଁ ତାଙ୍କ ଦ୍ଵାରା ଯାହା ସମ୍ଭବ ସେ ସାହାଯ୍ୟ କରିବେ । ପରିଶେଷ ରେ ଶ୍ରୀ ଶ୍ରୀ ଶିରିଡି ସାଇ ଚାରିଟେବୁଲ ଟ୍ରଷ୍ଟର ଟ୍ରଷ୍ଟି ରୁଦ୍ର ମହାନ୍ତି ଅତିଥି ମାନଙ୍କୁ  ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *