ସହିଦ ନଗର ୟୁଥ୍ ଆସୋସିଏସନ ପକ୍ଷରୁ ସଫେଇ

ସହିଦ ନଗର ୟୁଥ୍ ଆସୋସିଏସନ ପକ୍ଷରୁ ସଫେଇ

ଭୁବନେଶ୍ଵର:୨୫/୧୧ ପରିବେଶ ସୁରକ୍ଷା ଓ ସ୍ୱଛତା ରଖିବା ଲକ୍ଷ୍ୟରେ ସହିଦ ନଗର ୟୁଥ୍ ଆସୋସିଏସନ ପକ୍ଷରୁ ରବିବାର ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ(କ) ପଡ଼ିଆ ସଫେଇ କାର୍ଯ୍ୟ କରାଯାଇଥିଲା। ଏଥିରେ ଆସୋସିଏସନ ସଭାପତି ଦୀପକ ବେହେରା,ସମ୍ପାଦକ ଆଶିଷ୍ ଜେନା,ସ୍ବୟଂମ ନାୟକ ଏବଂ ସୌମ୍ୟରଞ୍ଜନ ଦାସ ନେତୃତ୍ୱ ନେଇଥିବେଳେ ଅନ୍ୟୁନ ୫୦ ରୁ ଅଧିକ ସଭ୍ୟ ସାମିଲ ହୋଇଥିଲେ। ସକାଳ ୮ଟା ରୁ ଦିନ ୧୧ଟା ପର୍ଯ୍ୟନ୍ତ ଏହି ସଫେଇ କାର୍ଯ୍ୟ କରାଯାଇଥିଲା।ପରେ ବିଏମ୍ ସି ଗାଡ଼ି ଯୋଗେ ଅଳିଆ ଗୁଡ଼ିକ ନିଆଯାଇଥିଲା।ଏହି ପ୍ରୟାସ ଗତ କିଛି ବର୍ଷ ଧରି ଆସୋସିଏସନ ଚଳେଇ ଆସୁଥିବା ବେଳେ ଆଗକୁ ମଧ୍ଯ ଏପରି କାର୍ଯ୍ୟ ଜରି ରହିବ ବୋଲି ଆସୋସିଏସନ ସଭାପତି କହିଛନ୍ତି ଏହି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।

Leave a Reply

Your email address will not be published. Required fields are marked *