ହଂସୁଆ ନଦୀରୁ ଅଚିହ୍ନା ଶବ ଉଦ୍ଧାର

ହଂସୁଆ ନଦୀରୁ ଅଚିହ୍ନା ଶବ ଉଦ୍ଧାର

ରାଜନଗର,୯/୧୧ ରାଜନଗର ବ୍ଲକ କୋଇଲିପୁର ପଂଚାୟତ ବଡ଼କୋଟ ନିକଟରେ ପ୍ରଭାହିତ ହଂସୁଆ ନଦୀରେ ଏକ ଅଚିହ୍ନା ଶବ ଉଦ୍ଧାର କରାଯାଇଛି। ଗତକାଲି ସନ୍ଧ୍ୟାରେ ବଡ଼କୋଟ ନଦୀ କୂଳରେ ଦୁର୍ଗନ୍ଧ ଆସିଥିଲା।ଗ୍ରାମବାସୀ ନଦୀ କୂଳରେ ପହଂଚି ଯୁବକଙ୍କ ଶବ ଭାସୁଥିବା ଦେଖିବାକୁ ପାଇଥିଲେ।ଏ ନେଇ ପୁଲିସ କୁ ଖବର ଦେଇଥିଲେ। ରାଜନଗର ପୁଲିସ ଆଜି ଅପରାହ୍ନରେ ପହଁଚି ଶବ ଉଦ୍ଧାର କରିଛନ୍ତି।ଉଦ୍ଧାର ଯୁବକଙ୍କ ବୟସ ୩୦ ବର୍ଷ ମଧ୍ୟରେ ହେବ ବୋଲି ଜଣାପଡିଛି। ଯୁବକଙ୍କ ପରିଚୟ ମିଳିପାରିନାହିଁ।

Leave a Reply

Your email address will not be published. Required fields are marked *