ପରିବହନ ଅଧିକାରୀ ବକେୟା ଟିକସ ଓ ଅନ୍ୟାନ୍ୟ ସମସ୍ତ ଜରିମାନାକୁ ମିଶାଇ ୯.୮ଲକ୍ଷ ଟଙ୍କାର ଚାଲାଣ:ଟ୍ରାଫିକ ନିୟମ ଉଲଂଘନ

ପରିବହନ ଅଧିକାରୀ ବକେୟା ଟିକସ ଓ ଅନ୍ୟାନ୍ୟ ସମସ୍ତ ଜରିମାନାକୁ ମିଶାଇ ୯.୮ଲକ୍ଷ ଟଙ୍କାର ଚାଲାଣ:ଟ୍ରାଫିକ ନିୟମ ଉଲଂଘନ

ଭୁବନେଶ୍ୱର: ଅହମ୍ମଦାବାଦ :ଟ୍ରାଫିକ ନିୟମ ଉଲଂଘନ : କାର୍‍ ମାଲିକଙ୍କ ଉପରେ ଲାଗୁ ହେଲା ଦଶ ଲକ୍ଷ ଟଙ୍କାର ଜରିମାନାଦେଶ-ବିଦେଶନିଉଜ ଆଲର୍ଟବଡ଼ ଖବର ଦେଶରେ ସଂଶୋଧିତ ମୋଟରଯାନ ଆଇନ ଲାଗୁ ହେବା ପରଠାରୁ ଗାଡି ମାଲିକଙ୍କ ଠାରୁ ବହୁପରିମାଣର ଜରିମାନା ଆଦାୟ କରାଯାଉଛି। ତେବେ ଜଣେ ଗାଡି ମାଲିକଙ୍କ ନାମରେ ସର୍ବାଧିକ ଚାଲାଣ କଟା ଯାଇଛି । ପ୍ରାୟ ୧୦ ଲକ୍ଷ ଟଙ୍କାର ଚାଲାଣ କଟା ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଏହି ଆଇନ ଲାଗୁ ହେବା ପରଠାରୁ ଟ୍ରାଫିକ ନିୟମ କଡାକଡ଼ି କରାଯାଇ ଗାଡିଚାଳକ ଓ ମାଲିକଙ୍କଠାରୁ ବହୁପରିମାଣର ଜରିମାନା ଆଦାୟ କରାଯାଉଛି। ଗାଡିର ଆବଶ୍ୟକୀୟ କାଗଜପତ୍ର ନ ଥିଲେ ଓ ଟ୍ରାଫିକ ନିୟମ ଉଲଂଘନ ପାଇଁ ଅଧିକ ଜରିମାନା ଆଦାୟ କରାଯାଉଛି।

ତେବେ ଗୁଜରାଟର ଅହମ୍ମଦାବାଦ ପୁଲିସ ଗତ ଶୁକ୍ରବାର ଗୋଟିଏ ଗାଡିର ଚାଲାଣ କାଟି ପ୍ରାୟ ୧୦ ଲକ୍ଷ ଟଙ୍କାର ଜରିମାନା କରିଛି । କାର୍‍ ର ମୂଲ୍ୟ ଦୁଇକୋଟି ଟଙ୍କା ହୋଇଥିବା ବେଳେ ଏତେ ପରିମାଣର ଚାଲାଣ କଟା ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଅହମ୍ମଦାବାଦ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଏକ ପୋର୍ରଶ୍ଚ-୯୧୧ କାରର ମାଲିକଙ୍କ ଉପରେ ଏହି ଜରିମାନା ଲାଗୁ କରାଯାଇଛି । ନିୟମିତ ଯାଞ୍ଚ ସମୟରେ ଏକ ପୋର୍ରଶ୍ଚ କାର ଜବତ କରାଯାଇଥିଲା। ବିନା ନମ୍ବର ପ୍ଲେଟରେ ଏହି କାର ଚାଲୁଥିଲା। ଏହା ସହିତ କାରର କୌଣସି ବୈଧ କାଗଜପତ୍ର ନ ଥିଲା। ତେଣୁ ପରିବହନ ଅଧିକାରୀ ବକେୟା ଟିକସ ଓ ଅନ୍ୟାନ୍ୟ ସମସ୍ତ ଜରିମାନାକୁ ମିଶାଇ ୯.୮ଲକ୍ଷ ଟଙ୍କାର ଚାଲାଣ କାଟିଛନ୍ତି।
ପୁଲିସ ଉପ-ଆୟୁକ୍ତ କହିଛନ୍ତି କାର ମାଲିକଙ୍କୁ ଏବେ ଜରିମାନା ରାଶି ଆରଟିଓରେ ଜମା କରିବାକୁ ପଡିବ। ତା’ପରେ ଯାଇଁ ତାଙ୍କୁ କାର୍‍ ମିଳିବ।

Leave a Reply

Your email address will not be published. Required fields are marked *