ରୋଟାରୀ କ୍ଲବ୍ କଟକ ପକ୍ଷରୁ ଏହାର ୭୫ ବର୍ଷ ପୂର୍ତୀ ପାଳିତ।

ରୋଟାରୀ କ୍ଲବ୍ କଟକ ପକ୍ଷରୁ ଏହାର ୭୫ ବର୍ଷ ପୂର୍ତୀ ପାଳିତ।

ଭୁବେନେଶ୍ୱର ,ପ୍ଲାଟିନମ୍ ଜୟନ୍ତୀ ପାଳନ ଅବସରରେ ସହରରେ ଅନୁଷ୍ଠିତ ଏକ ବିଶାଳ ରୋଟାରୀ ପଦଯାତ୍ରାରେ ୫୦୦ ରୁ ଉଦ୍ଧ୍ୱର୍ ରୋଟାରୀ ଏବଂ ଅଣ ରୋଟାରୀ ସଦସ୍ୟମାନେ ସାମିଲ ହୋଇଥିଲେ ଓଡିଶା ବିକାଶର ଭବିଷ୍ୟତ ପରିକଳ୍ପନାକୁ ସାକାର କରିବା ପାଇଁ ଏକଦିବସୀୟ ଏହି ସମାରୋହରେ “ରୋଟାରୀ: ଅତୀତ, ବର୍ତମାନ ଏବଂ ଭବିଷ୍ୟତ” ଓ “ଆଇକନ୍ସ୍ ଅଫ୍ ଓଡିଶା” ଶୀର୍ଷକ ଦୁଇଟି କନ୍କ୍ଲେଭ୍ ଆୟୋଜନ କରାଯାଇଥିଲା
ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ରୋଟାରୀ କ୍ଲବ୍ର ପୂର୍ବତନ ଜିଲ୍ଲା ଗଭର୍ଣ୍ଣର୍ ଶ୍ରୀଯୁକ୍ତ ଶିବବ୍ରତ ଦାଶ ଆନୁଷ୍ଠାନିକ ଭାବରେ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ
ବହୁ ସରକାରୀ ଅଧିକାରୀମାନଙ୍କ ସହିତ ଓଡିଶାର ବିଶିଷ୍ଟ ବ୍ୟକ୍ତିମାନେ ଏବଂ ରୋଟାରୀ କ୍ଲବ୍ର ସଦସ୍ୟମାନେ ରୋଟାରୀ କ୍ଲବ୍ କଟକର ସାତ ଦଶନ୍ଧିର ଗୌରବମୟ ଯାତ୍ରାକୁ ଉଜ୍ଜୀବିତ କରିବା ପାଇଁ ଆୟୋଜିତ ଭବ୍ୟ ସମାରୋହରେ ସାମିଲ ହୋଇଥିଲେ

କଟକ, ୧୨ ଜାନୁଆରୀ ୨୦୨୦: ଭୀଷଣ ଶୀତର ଅବକାଶରେ ରୋଟାରୀ କ୍ଲବ୍ କଟକ ପକ୍ଷରୁ ଆଜି ସ୍ଥାନୀୟ କଟକ କ୍ଲବ୍ ଆନୁକୂଲ୍ୟରେ ଏହାର ୭୫ ବର୍ଷ ପୂର୍ତୀ ପାଳନ ଅବସରରେ ଏକ ଭବ୍ୟ ସମାରୋହ ଆୟୋଜିତ ହୋଇଯାଇଛି । ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ପ୍ଲାଟିନମ୍ ଜୟନ୍ତୀ ପାଳନ କରିବାରେ ରୋଟାରୀ କ୍ଲବ୍ କଟକ ସମଗ୍ର ଓଡିଶାରେ ପ୍ରଥମ ହୋଇଥିବା ବେଳେ ସାରା ଭାରତ ବର୍ଷରେ ପଂଚମ କ୍ଲବ୍ ଯାହା ୭୫ ବର୍ଷର ଗୌରବମୟ ଇତିହାସକୁ ବହନ କରିଛି ।

ଆସନ୍ତୁ ସମସ୍ତେ ଏକାଠି ଚାଲିବାର ମହାନ ବାର୍ତାକୁ ପାଥେୟ କରି ରବିବାର ପ୍ରତ୍ୟୁଷରେ ରୋଟାରୀ କ୍ଲବ୍ କଟକ ପକ୍ଷରୁ ସ୍ଥାନୀୟ ଖ୍ରୀଷ୍ଟିଆନ୍ ପଡିଆରୁ ଆରମ୍ଭ କରି କଟକ କ୍ଲବ୍ ଯାଏଁ ଏକ ବିଶାଳ ରୋଟାରୀ ପଦଯାତ୍ରାର ଆୟୋଜନ କରାଯାଇଥିଲା । ଦ୍ୱୈତ ମହାନଗରୀ ଭୁବନେଶ୍ୱର- କଟକର ପୋଲିସ୍ କମିସନର ଡକ୍ଟର ସୁଧାଶୁଂ ଷଢଙ୍ଗୀଙ୍କ ସହିତ ରୋଟାରୀ କ୍ଲବ୍ କଟକର ସଭାପତି ଶ୍ରୀଯୁକ୍ତ ସତ୍ୟବ୍ରତ ତ୍ରିପାଠୀ ଆନୁଷ୍ଠାନିକ ଭାବରେ ଏହି ବିଶାଳ ପଦଯାତ୍ରାକୁ ଉଦ୍ଘାଟନ କରିଥିଲେ । ସାତ ଦଶନ୍ଧିର ଗୌରବମୟ ଗାଥାକୁ ହର୍ଷୋଲ୍ଲାସରେ ପାଳନ କରିବା ନିମନ୍ତେ ୫୦୦ ରୁ ଉଦ୍ଧ୍ୱର୍ ରୋଟାରୀ ଏବଂ ଅଣ ରୋଟାରୀ ବ୍ୟକ୍ତିମାନେ ଏହି ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ ।

ରୋଟାରୀ କ୍ଲବ୍ର ବରିଷ୍ଠ ସଦସ୍ୟ ଏବଂ ରୋଟାରୀ ଜିଲ୍ଲା ସଦସ୍ୟମାନଙ୍କର ସଦୟ ଉପସ୍ଥିତିରେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ରୋଟାରୀ କ୍ଲବ୍ର ପୂର୍ବତନ ଜିଲ୍ଲା ଗଭର୍ଣ୍ଣର୍ ଶ୍ରୀଯୁକ୍ତ ଶିବବ୍ରତ ଦାଶ ସ୍ଥାନୀୟ କଟକ କ୍ଲବ୍ରେ ଆୟୋଜିତ ଏହି ଭବ୍ୟ ସମାରୋହକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ଏ ବି ମହାପାତ୍ର, ପିଡିଜି ଅଫ୍ ରୋଟାରୀ କ୍ଲବ୍, ଶ୍ରୀଯୁକ୍ତ ସୌମେନ୍ ରାୟ, ପିପି, ଶତବାର୍ଷିକୀ ଅଧ୍ୟକ୍ଷ, ରୋଟାରୀ କ୍ଲବ୍ କଲିକତା, ରୋଟାରୀ କ୍ଲବ୍ କଟକର ସଭାପତି ଶ୍ରୀଯୁକ୍ତ ସତ୍ୟବ୍ରତ ତ୍ରିପାଠୀ ଏବଂ ରୋଟାରୀ କ୍ଲବ୍ କଟକର ସମ୍ପାଦିକା ଶ୍ରୀମତୀ ବବିତା ପଟ୍ଟନାୟକ ପ୍ରମୁଖ ମଧ୍ୟ ଏହି ଉଦ୍ଘାଟନୀ ସମାରୋହରେ ଉପସ୍ଥିତ ଥିଲେ ।

ଓଡିଶା ବିକାଶର ଭବିଷ୍ୟତ ପରିକଳ୍ପନାକୁ ସାକାର କରିବା ପାଇଁ ଏକଦିବସୀୟ ଏହି ସମାରୋହରେ “ରୋଟାରୀ: ଅତୀତ, ବର୍ତମାନ ଏବଂ ଭବିଷ୍ୟତ” ଓ “ଆଇକନ୍ସ୍ ଅଫ୍ ଓଡିଶା” ଶୀର୍ଷକ ଦୁଇଟି କନ୍କ୍ଲେଭ୍ ଆୟୋଜନ କରାଯାଇଥିଲା । “ରୋଟାରୀ: ଅତୀତ, ବର୍ତମାନ ଏବଂ ଭବିଷ୍ୟତ” ଶୀର୍ଷକ ପ୍ରଥମ କନ୍କ୍ଲେଭ୍ଟି ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ରୋଟାରୀ କ୍ଲବ୍ର ପୂର୍ବତନ ଜିଲ୍ଲା ଗଭର୍ଣ୍ଣର୍ ଶ୍ରୀଯୁକ୍ତ ଶିବବ୍ରତ ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ରୋଟାରୀ କ୍ଲବ୍ର ପୂର୍ବତନ ସଭାପତି ଶ୍ରୀଯୁକ୍ତ ଆଶୁତୋଷ ରଥ ଏହାକୁ ପରିଚାଳନା କରିଥିଲେ । “ଆଇକନ୍ସ୍ ଅଫ୍ ଓଡିଶା” ଶୀର୍ଷକ ଦ୍ୱିତୀୟ କନ୍କ୍ଲେଭ୍ରେ ଓଡିଶାର ପ୍ରଖ୍ୟାତ ବାଲୁକା ଶିଳ୍ପୀ ଶ୍ରୀଯୁକ୍ତ ସୁଦର୍ଶନ ପଟ୍ଟନାୟକ ଏବଂ ପ୍ରଖ୍ୟାତ ଓଡିଶୀ ନୃତ୍ୟଶିଳ୍ପୀ ଶ୍ରୀମତୀ ଇଲିଆନା ସିତାରିଷ୍ଟ୍ ପୌରହିତ୍ୟ କରିଥିବା ବେଳେ ରୋଟାରୀ କ୍ଲବ୍ର ସଦସ୍ୟ ତଥା ଏହି ଭବ୍ୟ ସମାରୋହର ଅତିଥି ଶ୍ରୀଯୁକ୍ତ ସତ୍ୟବ୍ରତ ସାନୁ ରଥ ସମ୍ପୂର୍ଣ୍ଣ କନ୍କ୍ଲେଭ୍ଟିକୁ ପରିଚାଳନା କରିଥିଲେ ।

ପରିଶେଷରେ ଏହି ଭବ୍ୟ ସମାରୋହର ଶେଷ ଚରଣରେ ସନ୍ଧ୍ୟାରେ ଆୟୋଜିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ପ୍ରମୁଖ ପରାମର୍ଶଦାତା ଶ୍ରୀଯୁକ୍ତ ଆର୍ ବାଲକ୍ରିଷ୍ଣନ୍ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ସମାରୋହର ସମ୍ମାନନୀୟ ମୁଖ୍ୟବକ୍ତା ତଥା ମାଇଣ୍ଡ ଟ୍ରୀ ସଲ୍ୟୁସନ୍ସ୍ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ସୁବ୍ରତ ବାଗ୍ଚ୍ଚୀ, ରୋଟାରୀ କ୍ଲବ୍ କଲିକତାର ପିଡିଜି ଶ୍ରୀଯୁକ୍ତ ସୌମେନ୍ ରାୟ, ରୋଟାରୀ କ୍ଲବ୍ର ଡିଜି ଶ୍ରୀଯୁକ୍ତ ଦେବାଶିଷ ମିଶ୍ର, ରୋଟାରୀ କ୍ଲବ୍ କଟକର ସଭାପତି ଶ୍ରୀଯୁକ୍ତ ସତ୍ୟବ୍ରତ ତ୍ରିପାଠୀ, ରୋଟାରୀ କ୍ଲବ୍ କଟକର ସମ୍ପାଦିକା ଶ୍ରୀମତୀ ବବିତା ପଟ୍ଟନାୟକ ଏବଂ ଡକ୍ଟର ଜୟନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ପୁରସ୍କାରପ୍ରାପ୍ତ ସଦସ୍ୟମାନଙ୍କୁ ଉତ୍ସାହିତ କରିଥିଲେ । ଶ୍ରୀଯୁକ୍ତ ବି କେ ମହାନ୍ତି ଏବଂ ଶ୍ରୀଯୁକ୍ତ ଜୟ ସୁବୁଦ୍ଧି ଯେଉଁମାନେ ରୋଟାରୀ କ୍ଲବ୍ର ସଦସ୍ୟ ଭାବରେ ୫୦ ବର୍ଷ ଅତିକ୍ରମ କରିଛନ୍ତି ସେମାନଙ୍କୁ ପୁରସ୍କୃତ କରାଯିବା ସହିତ ରୋଟାରୀ କ୍ଲବ୍ର ସମସ୍ତ ପିଡିଜି, ରୋଟାରୀ କ୍ଲବ୍ କଟକ ଓ ଚୌଦ୍ୱାରର ସମସ୍ତ ସଭାପତି, ଜିଲ୍ଲା ସମ୍ପାଦକ ଜେନେରାଲ୍, ଡିଜିଇ, ଡିଜିଏନ୍, ରୋଟାରୀ କ୍ଲବ୍ର ଆଇଡବ୍ଲ୍ୟୁ ସଭାପତି, ରୋଟାରୀ କ୍ଲବ୍ର ସଭାପତି, ରୋଟାରୀ କ୍ଲବ୍ର ସାମାଜିକ କ୍ରପ୍ସ୍ ସଭାପତିମାନଙ୍କୁ ପ୍ଲାଟିନମ୍ ଜୟନ୍ତୀର ଏହି ଉଲ୍ଲସିତ ସମାରୋହରେ ସମ୍ମାନୀତ କରାଯାଇଥିଲା । ଏହି ଅବସରରେ ରୋଟାରୀ କ୍ଲବ୍ କଟକ ପକ୍ଷରୁ ଏହାର ସାତ ଦଶନ୍ଧିର ଗୌରବମୟ ଯାତ୍ରାକୁ ନେଇ ନିଖୁଣ ଭାବରେ ପ୍ରସ୍ତୁତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା ।

ଏହି ଅବସରରେ ରୋଟାରୀ କ୍ଲବ୍ କଟକର ସଭାପତି ଶ୍ରୀଯୁକ୍ତ ସତ୍ୟବ୍ରତ ତ୍ରିପାଠୀ କହିଥିଲେ ଯେ ରୋଟାରୀ କେବଳ ଏକ କ୍ଲବ୍ ନୁହେଁ ବରଂ ପାରସ୍ପରିକ ସାମାଜିକ ସହଭାଗୀତାରେ ଗଢି ଉଠିଥିବା ଏହା ଏକ ବିଶାଳ ସମାଜ । ମନୁଷ୍ୟ ସଭ୍ୟତାର କ୍ରମବିକାଶରେ ପୂର୍ବରୁ ରୋଟାରୀ କ୍ଲବ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଥିବା ବେଳେ ବର୍ତମାନ ପରିସ୍ଥତିରେ ଏହାର ଅବଦାନ ଏବଂ ଆଗାମୀ ଦିନରେ ଭାରତର ଉନ୍ନତି ନିମନ୍ତେ ରୋଟାରୀ କ୍ଲବ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ଏଥିରେ କୌଣସି ସନ୍ଦେହର ଅବକାଶ ନାହିଁ ଯାହା କେବଳ ରୋଟାରୀ ସଦସ୍ୟମାନଙ୍କର ନିରବଚ୍ଚିନ୍ନ ନିଷ୍ଠାପର ଉଦ୍ୟମ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ମଧ୍ୟ ସେ କହିଥିଲେ ।

ରୋଟାରୀ କ୍ଲବ୍ କଟକ ପକ୍ଷରୁ ଆୟୋଜିତ ଏହି ପ୍ଲାଟିନମ୍ ଜୟନ୍ତୀ ସମାରୋହ ସାମାଜିକ ସହଭାଗୀତାର ଏକ ପ୍ରତିଫଳନ ମାତ୍ର । ଆଗାମୀ ଦିନରେ ଭାରତବର୍ଷକୁ ଏକ ସମ୍ପୂର୍ଣ୍ଣ ବିକଶିତ ଦେଶ ଭାବରେ ଗଢିତୋଳିବା ପାଇଁ ରୋଟାରୀ କ୍ଲବ୍ କଟକ ପକ୍ଷରୁ ଅଭିନବ ଉପାୟ ଏବଂ ପ୍ରୟାସ ହାତକୁ ନିଆଯିବ ।

Leave a Reply

Your email address will not be published. Required fields are marked *