ଅଜଣା ରୋଗରେ ୨ମାସରେ ୧୮ ମୃତ, ସ୍ୱାସ୍ଥ୍ୟ ବିଭାଗ ନିକଟେ ଖବର ନାହିଁ ?

ଅଜଣା ରୋଗରେ ୨ମାସରେ ୧୮ ମୃତ, ସ୍ୱାସ୍ଥ୍ୟ ବିଭାଗ ନିକଟେ ଖବର ନାହିଁ ?

ନବରଙ୍ଗପୁର କସାଗୁମଡା ବ୍ଲକ : ଅଜଣା ରୋଗରେ ଗତ ୨ ମାସ ମଧ୍ୟରେ ଚାଲିଯାଇଛି ୧୮ ଜୀବନ । ସ୍ୱାସ୍ଥ୍ୟ ବିଭାଗ ନିକଟରେ ଏନେଇ କୌଣସି ସୂଚନା ନାହି । କୋଭିଡ୧୯ ସମୟରେ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ କକୁଆଭୟର ସ୍ଥିତି । ଘଟନାଟି ଘଟିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ବଡଆଟିଗାଁ ପଞ୍ଚାୟତ ସଦର ମହକୁମା ଠାରେ । ଗତ ଅଗଷ୍ଟ ଏବଂ ଚଳିତ ମାସ ୧୫ ସୁଧା ଗ୍ରାମରେ ମୋଟ ୧୮ ଜଣଙ୍କର ମୃତ୍ୟୁ ଘଟିଥିବା ଗ୍ରାମବାସୀ ମାନେ କହିଛନ୍ତି । କୋଷାଗୁମୁଡା ବ୍ଲକ ବଡଆଟିଗାଁ ମୋଟ ୭୬୦ ପରିବାର । ଲୋକଙ୍କ ସ୍ୱାସ୍ଥ୍ୟପାଇଁ ୨ ଟି ଅଙ୍ଗନବାଡି ସହ ଗୋଟିଏ ଉପ ସ୍ୱାସ୍ଥ୍ୟକେନ୍ଦ୍ର । ଗାଁରେ ଗତ ଅଗଷ୍ଟ ୫ ତାରିଖରୁ ବର୍ତମାନ ସୁଧା ମୋଟ ୪୧ ଦିନରେ ୩-୪ ଦିନ ବ୍ୟବଧାନରେ ମୋଟ ୧୮ ଜଣ ମୃତ୍ୟୁ ହୋଇଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି । ମୃତକ ମାନଙ୍କ ମଧ୍ୟରେ ଏକ ବର୍ଷରୁ କମ ୩ ଜଣ ରହିଥିବା ବେଳେ,୧୫ରୁ ୧୬ ବର୍ଷ ୨ ଜଣ ଯୁବତୀ , ୨୫ରୁ ୩୫ ବର୍ଷ ୭ ଜଣ ଏବଂ ୪୦ରୁ ୫୦ ଏବଂ ପ୍ରାପ୍ତ ବୟସ୍କ ୬ ଜଣ ରହିଛନ୍ତି । ଏହି ୧୮ ଜଣ ମଧ୍ୟରୁ ଅଧିକାଂଶ ଲୋକ ପ୍ରଥମେ ଜ୍ଵର ଏହାପରେ ଝାଡାବାନ୍ତି ହୋଇ ମୃତ୍ୟୁବରଣ କରିଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି । ଗତ ୪୧ ଦିନରେ ୧୮ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକେ ଭୟଭୀତ ଅବସ୍ଥାରେ ଥିବା ଗ୍ରାମବାସୀମାନେ କହିଛନ୍ତି । କୋଭିଡ ୧୯ ସମୟରେ ଅଜଣା ରୋଗରେ ୧୮ ଜଣକ ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଛି । ଗ୍ରାମରେ ଗୋଟିଏ ଉପ-ସ୍ୱାସ୍ଥ୍ୟକେନ୍ଦ୍ର ଥିଲେ ହେଁ କୌଣସି ସ୍ୱାସ୍ଥ୍ୟକର୍ମୀ ନଥିବା ସହ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଦୂରରେ ଥିବା ଯୋଗୁଁ ଲୋକେ ଉତ୍ତମ ସ୍ଵାସ୍ଥ୍ୟସେବା ପାଇ ପାରୁନଥିବା ଯୋଗୁ ଅଜଣା ରୋଗ ହୁଏତ ମହାମାରୀ ହୋଇପାରେ ବୋଲି ଆଟିଗାଁ ଗ୍ରାମର ରତନ ହରିଜନ, ଚାଚରି ହରିଜନ, ଇଶ୍ଵର ପୂଜାରୀ, ମନୋଜ ଗୁପ୍ତା, ଶଙ୍କର ପୂଜାରୀ ପ୍ରମୁଖ କହିଛନ୍ତି । ଏନେଇ ଆମେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଜ୍ଞାନ ରଞ୍ଜନ ପାଢୀଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ଏନେଇ ତାଙ୍କ ନିକଟରେ କୌଣସି ଖବର ନଥିବା ସହ ଆଟିଗାଁ ଗ୍ରାମକୁ ଆଗାମୀ ଦିନରେ ସ୍ୱାସ୍ଥ୍ୟଟିମ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବେ ।

ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Leave a Reply

Your email address will not be published. Required fields are marked *