ବିଧାୟିକା ଭାବେ ଶପଥ ନେଲେ ରୀତା,ବାଚସ୍ପତି ଶପାଠ କରାଇଲେ !

ବିଧାୟିକା ଭାବେ ଶପଥ ନେଲେ ରୀତା,ବାଚସ୍ପତି ଶପାଠ କରାଇଲେ !

ବିଧାନସଭାରେ ବିଜେପୁର ବିଧାୟିକା ଭାବେ ରୀତା ସାହୁ ଶପଥ ନେଇଛନ୍ତି। ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ରୀତାଙ୍କୁ ଶପଥ ପାଠ କରାଇଛନ୍ତି। ଏହାସହ ବିଧାନସଭାରେ ବିଜେଡି ବିଧାୟିକାଙ୍କ ସଂଖ୍ୟା ୧୪ରେ ପଂହଚିଥିବାବେଳେ ମହିଳା ସଭ୍ୟଙ୍କ ସଂଖ୍ୟା ୧୫ ହୋଇଛି । ବିଜେପିରୁ କେବଳ କୁସୁମ ଟେଟେ ସୁନ୍ଦରଗଡ ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି । ବିଜେଡିରୁ ନିର୍ବାଚିତ ୧୪ ବିଧାୟିକାଙ୍କ ମଧ୍ୟରୁ ଜଣେ କ୍ୟାବିନେଟ ଓ ଅନ୍ୟ ଜଣକୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି । ଟିଟିଲାଗଡର ଟୁକୁନି ସାହୁ କ୍ୟାବିନେଟ୍ ଓ କୋଟପାଡର ପଦ୍ମିନୀ ଦିଆନଙ୍କୁ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ମିଳିଛି । ରୀତା ସାହୁ ବିଜେପୁର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ସନତ ଗଡତିଆଙ୍କୁ ପ୍ରାୟ ୯୮ ହଜରା ଭୋଟରେ ପରାସ୍ତ କରିଥିଲେ। ରୀତା ୧୩୫୯୫୭ ଭୋଟ ପାଇଥିବା ବେଳେ ସନତ ୩୭୯୬୭ ଖଣ୍ଡ ଭୋଟ ପାଇଥିଲେ। ଏହି ନିର୍ବାଚନରେ ରୀତା ଅନେକ ରେକର୍ଡ ସ୍ଥାପନା କରିଥିଲେ। ପ୍ରଥମେ ସେ ୨୦୧୯ରେ ଲଢିଥିବା ନବୀନ ପଟ୍ଟନାୟକଙ୍କଠୁ ଅଧିକ ଭୋଟ ପାଇଥିଲେ। ନବୀନ ୧୧୦୬୦୪ ଭୋଟ ପାଇଥିବା ବେଳେ ରୀତା ୧୩୫୯୫୭ ଭୋଟ ପାଇଥିଲେ। ଏପରିକି ବିଜୟ ବ୍ୟବଧାନରେ ମଧ୍ୟ ସେ ନବୀନଙ୍କୁ ପଛରେ ପକାଇଥିଲେ। ନବୀନ ୫୭୧୨୨ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ବେଳେ ରୀତା ୯୭୯୯୪ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ଏତତ୍ ବ୍ୟତୀତ ରୀତା ସାଧାରଣ ନିର୍ବାଚନର ରେକର୍ଡ ମଧ୍ୟ ଭାଙ୍ଗିଥିଲେ।ହୋଇଥିି । ଯାହା ସର୍ବାଧିକ ଥିି କିନ୍ତୁ ରୀୀ

Leave a Reply

Your email address will not be published. Required fields are marked *