ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ପରଲୋକ।

ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ଶୁକ୍ରବାର ପରଲୋକ।

ଭୁବେନେଶ୍ୱର:୧୦.୦୧.୨୦ ପାରଳା ମହାରାଜା ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ଶୁକ୍ରବାର ସକାଳେ ପରଲୋକ ହୋଇଛି। ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଗୋପୀନାଥ । ପାରଳା ମହାରାଜାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁଃଖ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି । ପାରଳାଖେମୁଣ୍ଡିରେ ଆଜି ଗଜପତିଙ୍କ ଶେଷକୃତ୍ୟ ହେବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଉପସ୍ଥିତ ରହିବେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ସେହିପରି ଗୋପୀନାଥ ଗଜପତିଙ୍କ ବିୟୋଗରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ପୂର୍ବତନ ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ସାଂସଦ ସଂଗୀତା କୁମାରୀ ସିଂହଦେଓ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି । ସୂଚନା ଅନୁସାରେ ବ୍ରହ୍ମପୁର ସଂସଦୀୟ ଆସନରୁ ଦୁଇଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ ଗୋପୀନାଥ ଗଜପତି । ମୃତ୍ୟୁ ବେଳକୁ ତାଙ୍କୁ ୭୬ବର୍ଷ ବୟସ ହୋଇଥିଲା ।

Leave a Reply

Your email address will not be published. Required fields are marked *