ପୂର୍ବତଟ ରେଳପଥ ଭାରତ ସ୍କାଉଟସ ଓ ଗାଇଡସ ରାଜ୍ୟ ଶିବିର ଓ ରାଲି ଉଦଯାପିତ

ପୂର୍ବତଟ ରେଳପଥ ଭାରତ ସ୍କାଉଟସ ଓ ଗାଇଡସ ରାଜ୍ୟ ଶିବିର ଓ ରାଲି ଉଦଯାପିତ

ଭୁବେନେଶ୍ୱର:ଦୀର୍ଘ ପାଞ୍ଚ ଦିନ ଧରି ପୁରୀ ଠାରେ ଆୟୋଜିତ ହୋଇଥିବା ପୂର୍ବତଟ ରେଳପଥ ଭାରତ ସ୍କାଉଟସ ଓ ଗାଇଡସର ଦ୍ଵିତୀୟ ରାଜ୍ୟ ଶିବିର ଓ ରାଲି ମହା ସମାରୋହରେ ସ୍କାଉଟସ ଓ ଗାଇଡସ ର ଗରଜୁଥିବା ତାଳି, କ୍ୟାମ୍ପ ଫାୟାର ଏବଂ ଅନ୍ୟାନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ବିଭିନ୍ନ ଲୋକନୃତ୍ୟ ପରିବେଷଣ ମାଧ୍ୟମରେ ଉଦଯାପିତ ହୋଇଯାଇଅଛି Iଏହି ଅବସରରେ ଯୋଗଦାନ କରି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ତଥା ପୂର୍ବତଟ ରେଳପଥ ଭାରତ ସ୍କାଉଟସ ଓ ଗାଇଡସର ମୁଖ୍ୟ ପୁରୋଧା ଶ୍ରୀ ବିଦ୍ୟା ଭୂଷଣ ସ୍କାଉଟିଙ୍ଗ କାର୍ଯ୍ୟକଳାପକୁ ପ୍ରଶଂସା କରିବା ସହିତ ଏହାର ସ୍ବେଛାସେବୀ ମାନଙ୍କର ଜୀବନରେ ପରିବର୍ତ୍ତନ ସହିତ ଏକ ସୁଦୃଢ ବିଶ୍ୱ ଗଠନ କରିବାରେ ଏମାନଙ୍କର ଭୂମିକା, ନେତୃତ୍ୱରେ ବିକାଶ, ସମୁଦାୟିକ କାର୍ଯ୍ୟକଳାପ ଏବଂ ଅନ୍ୟମାନଙ୍କର ସେବା ସହ ସେମାନଙ୍କର ଅନ୍ତର୍ନିହିତ ଗୁଣର ବିକାଶ ଓ ଶାନ୍ତି ଓ ସଦଭାବନା ବୃଦ୍ଧିକରିବାରେ ଦକ୍ଷତା ରଖିଛନ୍ତି ବୋଲି ପ୍ରକାଶ କରିଥିଲେ Iମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ଏହି ଅବସରରେ ସ୍କାଉଟସ ଓ ଗାଇଡସ ସ୍ବେଛାସେବୀ ମାନଙ୍କ ଠାରୁ ଭବ୍ୟ ସଲାମି ଗ୍ରହଣ କରିବା ସହିତ ସ୍ବେଛାସେବୀ ମାନଙ୍କଦ୍ୱାରା ଆୟୋଜିତ ବିଭିନ୍ନ କାର୍ଯ୍ୟକଳାପକୁ ବୁଲି ଦେଖିଥିଲେ I ପରେ ଶ୍ରୀ ବିଦ୍ୟା ଭୂଷଣ ସ୍କାଉଟିଙ୍ଗ କାର୍ଯ୍ୟକଳାପରେ ଉତ୍କୃଷ୍ଟ ସେବା ପାଇଁ ସର୍ବ ଶ୍ରେଷ୍ଠ ପ୍ରତିଯୋଗୀ ମାନଙ୍କୁ ସମ୍ମାନିତ କରିବା ସହିତ ପୁରସ୍କାର ପ୍ରଦାନ କରିଥିଲେ Iପୂର୍ବତଟ ରେଳପଥର ୩ ଟି ରେଳମଣ୍ଡଳ ଯଥା ଖୋର୍ଦ୍ଧା ରୋଡ଼, ୱାଲଟିୟର ଓ ସମ୍ବଲପୁର ସହିତ ମୁଖ୍ୟାଳୟର ଭାରତ ସ୍କାଉଟସ ଓ ଗାଇଡସର ପ୍ରାୟ ୩୫୦ ସ୍ବେଛାସେବୀ ପାଞ୍ଚଦିନ ବ୍ୟାପି ଆୟୋଜିତ ହୋଇଥିବା ଏହି କ୍ୟାମ୍ପ ଓ ରାଲିରେ ଅଂଶଗ୍ରହଣ କରି ସେମାନଙ୍କର ଅନ୍ତର୍ନିହିତ ଗୁଣର ବିକାଶକୁ ପ୍ରତିପାଦନ କରିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭିନ୍ନ ଲୋକନୃତ୍ୟ ପରିବେଷଣ କରିଥିଲେ Iଅ ନ୍ୟ ଅତିଥି ମାନଙ୍କ ମଧ୍ୟରେ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଓ ଖୋର୍ଦ୍ଧା ରୋଡ଼ ଜିଲ୍ଲା ଭାରତ ସ୍କାଉଟସ ଓ ଗାଇଡସର ଅଧ୍ୟକ୍ଷ ଶ୍ରୀ ଶଶୀକାନ୍ତ ସିଂହ, ପ୍ରମୁଖ ନିରାପତ୍ତା ଆୟୁକ୍ତ ଶ୍ରୀ ରାଜାରାମ, ପ୍ରମୁଖ କାର୍ମୀକ ଅଧିକାରୀ ଶ୍ରୀ ପି.ସି.ନାୟକ, ମୁଖ୍ୟ ଯନ୍ତ୍ରୀ ତଥା ପୂର୍ବତଟ ରେଳପଥ ଭାରତ ସ୍କାଉଟସ ଓ ଗାଇଡସର ରାଜ୍ୟ ଉପାଧ୍ୟକ୍ଷ ଶ୍ରୀ ଏସ.କେ.ଗୁପ୍ତା ଏବଂ ରାଜ୍ୟ ସମ୍ପାଦକ ଶ୍ରୀ ଏଚ.ଏଲ.ଲୁଆଙ୍ଗ ଯୋଗଦାନ କରିଥିଲେ I

Leave a Reply

Your email address will not be published. Required fields are marked *