ଉତ୍ତର ପ୍ରଦେଶର କାନପୁର ଓ ତୁଣ୍ଡଲା ରେଳମାର୍ଗରେ ସଂରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ :

ଉତ୍ତର ପ୍ରଦେଶର କାନପୁର ଓ ତୁଣ୍ଡଲା ରେଳମାର୍ଗରେ ସଂରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ :

ଭୁବନେଶ୍ୱର: ସମ୍ବଲପୁର-ଜାମ୍ମୁ-ତାବୀ ଏକ୍ସପ୍ରେସ ଦୁଇ ଦିନ ଓ ନୀଳାଚଳ ଏକ୍ସପ୍ରେସ ଦିନକ ପାଇଁ ଉଭୟ ପାର୍ଶ୍ୱରୁ ବାତିଲ NB ରହିବ I

ସମ୍ପର୍କ କ୍ରାନ୍ତି, ନନ୍ଦନକାନନ ଓ ଭୁବନେଶ୍ୱର-ଆନନ୍ଦ ବିହାର ଏକ୍ସପ୍ରେସ ଭାୟା ଅନୁଗୁଳ ଓ ଝାରସୁଗୁଡା ପ୍ରତ୍ୟକ ଦିନକ ପାଇଁ ପରିବର୍ତ୍ତିତ ମାର୍ଗରେ ଯାତାୟାତ କରିବ I

ଉତ୍ତର କେନ୍ଦ୍ରୀୟ ରେଳପଥ ଅନ୍ତର୍ଗତ କାନପୁର-ତୁଣ୍ଡଲା ରେଳ ସେକ୍ସନ ମଧ୍ୟ ଗୋବିନ୍ଦପୁର ଓ ଭୀମସେନ ଷ୍ଟେସନ ମଧ୍ୟରେ ଲୁପ ଲାଇନ କାର୍ଯ୍ୟକ୍ଷମ ସହ ସଂରକ୍ଷI ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ନିମ୍ନ ଭାବେ ଟ୍ରେନ ଚଳାଚଳ କରାଯିବ I

ବାତିଲ ହେଉଥିବା ଟ୍ରେନ :

A. ୧୮୩୦୯/୧୮୩୨୦ ସମ୍ବଲପୁର-ଜାମ୍ମୁତାବୀ-ସମ୍ବଲପୁର ଏକ୍ସପ୍ରେସ ସମ୍ବଲପୁର ଠାରୁ ଡିସେମ୍ବର ମାସ ୪ ତାରିଖ ଓ ଜାନୁୟାରୀ ମାସ ୧୧ ତାରିଖ ଦିନ ଏବଂ ଜାମ୍ମୁତାବୀ ଠାରୁ ଡିସେମ୍ବର ମାସ ୭ ତାରିଖ ଓ ଜାନୁୟାରୀ ମାସ ୧୪ ତାରିଖ ଦିନ ବାତିଲ ରହିବ I

B. ୧୨୮୭୫/୧୨୮୭୬ ପୁରୀ-ଆନନ୍ଦ ବିହାର-ପୁରୀ ନୀଳାଚଳ ଏକ୍ସପ୍ରେସ ପୁରୀ ଠାରୁ ଜାନୁୟାରୀ ମାସ ୧୦ ତାରିଖ ଓ ଆନନ୍ଦ ବିହାର ଠାରୁ ଜାନୁୟାରୀ ମାସ ୧୨ ତାରିଖ ଦିନ ବାତିଲ ରହିବ I

କାନପୁର ମାର୍ଗ ପରିବର୍ତ୍ତେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ-ବାରଣାସୀ-ଲକ୍ଷ୍ନୋ-ମୁରାଦାବାଦ-ଗାଜିଆବାଦ ମାର୍ଗଦେଇ ଟ୍ରେନ ଚଳାଚଳ I

A. ୧୨୮୧୯ ଭୁବନେଶ୍ୱର-ନୂଆ ଦିଲ୍ଲୀ ଓଡିଶା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ ଭୁବନେଶ୍ୱର ଠାରୁ ଡିସେମ୍ବର ମାସ ୪ ତାରିଖ ଦିନ I

B. ୨୨୮୦୫ ଭୁବନେଶ୍ୱର-ଆନନ୍ଦ ବିହାର ସୁପର ଫାଷ୍ଟ ଏକ୍ସପ୍ରେସ ଭାୟା ଅନୁଗୁଳ ଓ ଝାରସୁଗୁଡା ଭୁବନେଶ୍ୱର ଠାରୁ ଜାନୁୟାରୀ ମାସ ୧୧ ତାରିଖ ଦିନ I

C. ୧୨୮୧୫ ପୁରୀ-ଆନନ୍ଦ ବିହାର ନନ୍ଦନକାନନ ଏକ୍ସପ୍ରେସ୍ରେ ପୁରୀ ଠାରୁ ଜାନୁୟାରୀ ମାସ ୧୧ ତାରିଖ ଦିନ I

Leave a Reply

Your email address will not be published. Required fields are marked *