ରେଳ ପଣ୍ୟ ପରିବହନ କ୍ଷେତ୍ରରେ ଉପଭୋକ୍ତାଙ୍କୁ ସୁବିଧା ଓ ପରିବହନ

ଭୁବନେଶ୍ୱର:୧୦.୦୭ ରେଳ ପଣ୍ୟ ପରିବହନ କ୍ଷେତ୍ରରେ ଉପଭୋକ୍ତାଙ୍କୁ ସୁବିଧା ଓ ପରିବହନ ବୃଦ୍ଧି ନିମନ୍ତେ ପୂର୍ବ ତଟ ରେଳପଥ ଦ୍ୱାରା ବିଜ୍‌ନେସ୍ ଡ଼େଭେଲପ୍‌ମେ୍ ୟୁନିଟ୍ (ବିଡ଼ିୟୁ) ଗଠନ ଜୋନାଲ୍ ସ୍ତରରେ ମୁଖ୍ୟ ମାଲ୍ ପରିବହନ ପ୍ରବନ୍ଧକ (ସିଏଫ୍‌ଟିଏମ୍‌)ଙ୍କ ସମନ୍ୱୟନରେ ଟ୍ରେନ୍ ପରିଚାଳନା, ବାଣିଜ୍ୟ, ଅର୍ଥ ଓ ଯାନ୍ତ୍ରିକ ବିଭାଗରୁ ବରିଷ୍ଠ ପ୍ରଶାସନିକ ଗ୍ରେଡ଼୍ (ଏସ୍‌ଏଜି) ସ୍ତରୀୟ ଅଧିକାରୀ କମିଟିରେ ରହିବେ । ମଣ୍ଡଳ ସ୍ତରରେ ବରିଷ୍ଠ ମଣ୍ଡଳ ପରିଚାଳନା ପ୍ରବନ୍ଧକ (ସିନିୟର ଡ଼ିଓଏମ୍‌)ଙ୍କ ସମନ୍ୱୟନରେ ଟ୍ରେନ୍ ପରିଚାଳନା , ବାଣିଜ୍ୟ, ଅର୍ଥ ଓ ଯାନ୍ତ୍ରିକ ବିଭାଗରୁ କନିଷ୍ଠ ପ୍ରଶାସନିକ ଗ୍ରେଡ଼୍ (ଜେଏଜି) ସ୍ତରୀୟ ଅଧିକାରୀ ରହିବେ ।
ଏହି ୟୁନିଟ୍ ଗୁଡ଼ିକ ବାଣିଜ୍ୟ ଓ ଶିଳ୍ପ ସଂସ୍ଥାମାନଙ୍କ ସହିତ ଆଲୋଚନା କରି ସଡ଼କ ପଥରେ ପରିବହନ ହେଉଥିବା ପଣ୍ୟକୁ ରେଳ ଦ୍ୱାରା ପରିବହନ କରିବାକୁ ଆତ୍କୃଷ୍ଟ କରିବେ ।
ରେଳବାଇ ବୋର୍ଡ଼ର ନିର୍ଦ୍ଦେଶାନୁଯାୟୀ ପୂର୍ବ ତଟ ରେଳପଥ, ଶିଳ୍ପ ଓ ବାଣିଜ୍ୟ ସଂସ୍ଥା ଗୁଡ଼ିକର ନିକଟତର ହେବା ନିମନ୍ତେ ଓ ନନ୍‌-ବଲ୍‌କ ଗୁଡ଼୍‌ସ ଟ୍ରାଫିକ୍ ସହିତ ବିଭିନ୍ନ କ୍ଷେତ୍ରରେ ଥିବା ପରିବହନ ଆବଶ୍ୟକତାରେ ରେଳପଥ ର ଅଂଶୀଦାରିତା ବୃଦ୍ଧି କରିବା ନିମନ୍ତେ ଉଭୟ ଜୋନାଲ୍ ଓ ମଣ୍ଡଳ ସ୍ତରରେ ବିଜ୍‌ନେସ୍ ଡ଼େଭେଲପ୍‌ମେ୍ ୟୁନିଟ୍ ଗୁଡ଼ିକର ଗଠନ କରିଛି ।
ଜୋନାଲ୍ ସ୍ତରରେ ପୂର୍ବ ତଟ ରେଳପଥ ର ମହାପ୍ରବନ୍ଧକ ଶ୍ରୀ ବିଦ୍ୟାଭୂଷଣଙ୍କ ଦ୍ୱାରା ଗଠନ କରାଯାଇଥିବା ଚାରି ଜଣ ସଦସ୍ୟ ବିଶିଷ୍ଟ ବିଜ୍‌ନେସ୍ ଡ଼େଭେଲପ୍‌ମେ୍ ୟୁନିଟ୍ ରେ ମୁଖ୍ୟ ମାଲ ପରିବହନ ପ୍ରବନ୍ଧକ ଶ୍ରୀ ସଞ୍ଜୟ ମିଶ୍ର ଆବାହକ ରୂପେ, ମୁଖ୍ୟ ବାଣିଜ୍ୟ ପ୍ରବନ୍ଧକ (ପଣ୍ୟ ପରିବହନ ସେବା) ଶ୍ରୀ ପ୍ରହଲ୍ଲାଦ ଚନ୍ଦ୍ର ସାହୁ, ମୁଖ୍ୟ ରୋଲିଂ ଷ୍ଟକ୍ ଇଞ୍ଜିନିୟର ଶ୍ରୀ ଏସ୍‌.ପି.ସିଂହ ଏବଂ ଅର୍ଥନୈତିକ ପରାମର୍ଶ ଦାତା ଓ ମୁଖ୍ୟ ଲେଖା ଅଧିକାରୀ ଶ୍ରୀ ବିଜୟ କୁମାର ମିଶ୍ର ସଭ୍ୟ ରୂପେ ଅଛନ୍ତି । ସେହିପରି ପୂର୍ବ ତଟ ରେଳପଥ ର ଖୋର୍ଦ୍ଧା ରୋଡ଼, ବିଶାଖାପାଟଣା ଓ ସମ୍ବଲପୁର ସ୍ଥିତ ସମସ୍ତ ତିନୋଟି ମଣ୍ଡଳ ଗୁଡ଼ିକରେ ଗଠିତ ହୋଇଥିବା ବିଜ୍‌ନେସ୍ ଡ଼େଭେଲପ୍‌ମେ୍ ୟୁନିଟ୍‌, ସମ୍ବନ୍ଧୀୟ ବିଭାଗରୁ ଅର୍ଥାତ୍ ଟ୍ରେନ୍ ପରିଚାଳନା, ବାଣିଜ୍ୟ, ଅର୍ଥ ଓ ଯାନ୍ତ୍ରୀକ ବିଭାଗରୁ ଶାଖା ଅଧିକାରୀ ସଭ୍ୟ ମାନଙ୍କୁ ନେଇ ବରିଷ୍ଠ ମଣ୍ଡଳ ପରିଚାଳନା ପ୍ରବନ୍ଧକଙ୍କ ସମନ୍ୱୟରେ ପରିଚାଳିତ ହେବ ।  ବିଜ୍‌ନେସ୍ ଡ଼େଭେଲପ୍‌ମେ୍ ୟୁନିଟ୍ ଗୁଡ଼ିକ ବାଣିଜ୍ୟ ଓ ଶିଳ୍ପ ସଂସ୍ଥା ମାନଙ୍କ ସହିତ ବାରମ୍ବାର ଆଲୋଚନା କରି ର୍ବମାନର ପରିବହନ ପଦ୍ଧତି ସମ୍ବନ୍ଧରେ ଜାଣିପାରିବେ ଓ ସେମାନଙ୍କୁ ମଧ୍ୟ ରେଳବାଇ ମାଧ୍ୟମରେ ପରିବହନ କରିବାପାଇଁ ଆତ୍କୃଷ୍ଟ କରାଇବେ । ଏହା ଶିଳ୍ପ ଓ ବାଣିଜ୍ୟ ପ୍ରତିନିଧି ମାନଙ୍କୁ ଏବଂ ରେଳ ପଣ୍ୟ ଉପଭୋକ୍ତା ମାନଙ୍କୁ ଉପଯୁକ୍ତ ଜୋନାଲ୍ ଓ ମଣ୍ଡଳ ସ୍ତରରେ ରେଳପଥ ସହିତ ସମ୍ପର୍କ ସ୍ଥାପନା କରିବା ପାଇଁ ସହାୟକ ହେବ । ଏହି ବିଜ୍‌ନେସ୍ ଡ଼େଭେଲପ୍‌ମେ୍ ୟୁନିଟ୍ ଗୁଡ଼ିକ ମାଲ୍‌ବାହୀ ଟ୍ରେନ୍ ଚଳାଚଳ କରିବା ନିମନ୍ତେ ସେମାନଙ୍କର ପ୍ରସ୍ତାବ ଗୁଡ଼ିକୁ ଅତିଶୀଘ୍ର କାର୍ଯ୍ୟକାରୀ ପାଇଁ ଏକ ନୋଡ଼ାଲ୍ ପଏ ହିସାବରେ କାର୍ଯ୍ୟ କରିବ ଯାହାଦ୍ୱାରା ଉଭୟ ଗ୍ରାହକ ଓ ରେଳପଥ ଲାଭବାନ ହୋଇପାରିବେ ।ନୂଆ ପରିବହନ ପ୍ରତି ଆକର୍ଷଣ
ଏହି ବିଜ୍‌ନେସ୍ ଡ଼େଭେଲପ୍‌ମେ୍ ୟୁନିଟ୍ ଗୁଡ଼ିକ ଗ୍ରାହକ ଓ ଶିଳ୍ପ ସଂସ୍ଥାମାନଙ୍କ ସହିତ ବାରମ୍ବାର ଆଲୋଚନା କରିବେ ଏବଂ ର୍ବମାନ କରାଯାଉଥିବା ସାମଗ୍ରୀର ପରିବହନରେ ରେଳପଥର ଅଂଶୀଦାରୀତାକୁ ମଝଭୁତ୍ କରିବା ସହିତ ବିଭିନ୍ନ ନନ୍‌-ବଲ୍‌କ ପଣ୍ୟ ପରିବହନରେ ବୃଦ୍ଧି ନିମନ୍ତେ ମାର୍ଗର ଅନୁସନ୍ଧାନ କରିବେ । ଆସୁଥିବା ଯେକୌଣସି ପ୍ରସ୍ତାବକୁ ତୁରନ୍ତ ଅନୁଶୀଳନ କରାଯିବ ଏବଂ ଯଦି ଆବଶ୍ୟକ ହୁଏ ଜୋନାଲ୍ ରେଳପଥ ଓ ରେଲ୍‌ୱେ ବୋର୍ଡ଼ ରୁ ମଧ୍ୟ ତୁରନ୍ତ ସହାୟତା ଲୋଡ଼ାଯିବ । ଏହି ୟୁନିଟ୍ ଭାରତୀୟ ରେଳପଥ ର ୨୦୨୪ ସୁଦ୍ଧା ମାଲ୍ ପରିବହନକୁ ଦୁଇ ଗୁଣିତ କରିବା ଲକ୍ଷ ଉପରେ ଗୁରୁତ୍ୱଦେବ ।

Leave a Reply

Your email address will not be published. Required fields are marked *