ସିଙ୍ଗାପୁର ଓ ମାଲୟେସିଆ କୁ ପୂର୍ବତଟ ରେଳପଥ କର୍ମଚାରୀଙ୍କ ସ୍ୱତନ୍ତ୍ର ଭ୍ରମଣ :

ସିଙ୍ଗାପୁର ଓ ମାଲୟେସିଆ କୁ ପୂର୍ବତଟ ରେଳପଥ କର୍ମଚାରୀଙ୍କ ସ୍ୱତନ୍ତ୍ର ଭ୍ରମଣ :

ଭୁବନେଶ୍ୱର:ପୂର୍ବତଟ ରେଳପଥ ପକ୍ଷରୁ ଚଳିତ ମାସ ୧୧ରୁ ୧୮ ତାରିଖ ପର୍ଯ୍ୟନ୍ତ ଏହାର କର୍ମଚାରୀ ମାନଙ୍କ ପାଇଁ ଏକ ସପ୍ତାହ ବ୍ୟାପି ଅନ୍ତରାଷ୍ଟ୍ରୀୟ ଭ୍ରମଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଅଛି ଯେଉଁଥିରେ ରେଳପଥର ୬୮ ଜଣ କର୍ମଚାରୀ ସିଙ୍ଗାପୁର ଓ ମାଲୟେସିଆ ଭ୍ରମଣ ପାଇଁ ମନୋନୀତ ହୋଇଛନ୍ତି I

ରେଳପଥର କର୍ମଚାରୀମାନେ ସିଙ୍ଗାପୁରର ସେଣ୍ଟସI ଓ ୟୁନିଭର୍ସାଲ ସ୍ଟୁଡ଼ିଓ ଇତ୍ୟାଦି ଭ୍ରମଣ କରିବାକୁ ଥିବାବେଳେ ମାଲୟେସିଆର ସନୱେ ଲଗୁନ, କେଏଲ ଟାୱାର, ଜେଣ୍ଟିଙ୍ଗ ହାଇଲ୍ୟାଣ୍ଡସ ଇତ୍ୟାଦି ଭ୍ରମଣ କରିବେ I ରେଳବାଇ କର୍ମଚାରୀମାନେ ଏହି ଭ୍ରମଣ ସମୟରେ ଉଭୟ ଦେଶର ବିଭିନ୍ନ ସରକାରୀ ଅନୁଷ୍ଠାନ ପରିଦର୍ଶନ କରି ସେମାନଙ୍କର ସଂସ୍କୃତି, ଐତିହ ଏବଂ ସରକାରୀ କାର୍ଯ୍ୟ ପ୍ରଣାଳୀକୁ ଅନୁଧ୍ୟାନ କରିବେ I ରେଳପଥର ପ୍ରମୁଖ କାର୍ମୀକ ଅଧିକାରୀ ତଥା ରେଳପଥ କେନ୍ଦ୍ରୀୟ କର୍ମଚାରୀ କଲ୍ୟାଣନିଧିର ଅଧ୍ୟକ୍ଷ ଶ୍ରୀ ପି. ସି. ନାୟକ କର୍ମଚାରୀମାନଙ୍କୁ ସେମାନଙ୍କର ଯାତ୍ରା ସଫଳ କରିବାକୁ ଶୁଭେଚ୍ଛା ଜଣାଇଛନ୍ତି I

Leave a Reply

Your email address will not be published. Required fields are marked *