ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖା ପକ୍ଷ୍ୟରୁ ଜାତୀୟ ଯୁବ ଦିବସ ୨୦୨୦ ପାଳିତ ।

ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖା ପକ୍ଷ୍ୟରୁ ଜାତୀୟ ଯୁବ ଦିବସ ୨୦୨୦ ପାଳିତ ।

ଭୁବନେଶ୍ୱର, ତା. ୧୨.୦୧.୨୦୨୦ – ସ୍ୱାମୀ ବିବେକାନନ୍ଦଙ୍କର ପବିତ୍ର ଜନ୍ମ ଦିବସ, ଜାତୀୟ ଯୁବ ଦିବସ ଭାବରେ ପାଳନ କରାଯାଇଥାଏ । ଏହି ଅବସରରେ ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖା ଆନୂକୁଲ୍ୟରେ ସ୍ଥାନୀୟ ରାଜଧାନୀ ମହାବିଦ୍ୟାଳୟ ପରିଷରରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ଏହିପରିପେକ୍ଷୀରେ ଆଜି, ଅପରାହ୍ନରେ ସ୍ଥାନୀୟ ରେଡ଼କ୍ରସ୍ ଭବନ ପରିସରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସଭାରେ ଓଡିଶା ରେଡ଼କ୍ରସ୍ ରାଜ୍ୟ ଶାଖାର ରାଜଧାନୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସସ୍ମିତା ତ୍ରିପାଠୀ, ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ସେ ତାଙ୍କ ଅଭିଭାଷଣରେ ବିବେକାନନ୍ଦଙ୍କୁ ଆଦର୍ଶ ମାର୍ଗଦର୍ଶକ ଭାବେ ଗ୍ରହଣକରି ତାଙ୍କର ବାଣୀ, ସର୍ମପଣ ଭାବ, ନିଷ୍ଠ, ବ୍ରହ୍ମଚାର୍ଯ୍ୟ, ଯୋଗ ଓ ପ୍ରାଣାୟମକୁ ପାଥେୟ କରି ନିଜକୁ ଆଗେଇନେଇ ସମାଜରେ ନିଜର ସ୍ଥାନ ନିରୁପଣ କରିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟତମ ଅତିଥିଭାବେ ଭାରତୀୟ ରେଡ଼କ୍ରସ୍ ଓଡିଶା ରାଜ୍ୟ ଶାଖାର କୋଷାଧ୍ୟକ୍ଷ ମେଜର ଡ. କଳ୍ପନା ଦାସ ସେ ତାଙ୍କ ଅଭିଭାଷଣରେ କହିଲେଯେ ରେଡ଼କ୍ରସ୍ର ସ୍ୱେଚ୍ଛାସେବୀ ଭାବେ ପରିଚିତ ହେବା ଆଜିର ସମାଜରେ ଏକ ଗର୍ବ ଓ ଗୌରବର ବିଷୟ ଅଟେ । ଯୁବ ରେଡକ୍ରସ ସ୍ୱେଚ୍ଛାସେବୀ ତଥା ଯୁବପିଢୀମାନଙ୍କୁ ଗଳ୍ପ ମାଧ୍ୟମରେ ପ୍ରେରଣା ଦେଇଥିଲେ ।
ଅନ୍ୟତମ ସମ୍ମାନୀତ ଅତିଥିଭାବେ ରାଜଧାନୀ ମହାବିଦ୍ୟାଳୟର ଯୁବ ରେଡକ୍ରସ ପରାମର୍ଶଦାତା ଡ. ଦେବାଶିଷ ପାତ୍ର ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୧୦୦ରୁ ଉଦ୍ଧ୍ୱର୍ ଯୁବ ରେଡ଼କ୍ରସ୍ ସ୍ୱେଚ୍ଛାସେବୀ, ଯୁବ ରେଡ଼କ୍ରସ୍ ପରାମର୍ଶଦାତା, ରେଡକ୍ରସ୍ ଓଡିଶା ରାଜ୍ୟ ଶାଖାର କର୍ମଚାରୀମାନେ ଯୋଗଦେଇଥିଲେ ।ଯୁବ ରେଡକ୍ରସ ଅଧିକାରୀ ଡ. ଅଜୟ କୁମାର ତ୍ରିପାଠୀ ଅତିଥି ମାନଙ୍କୁ ସ୍ୱାଗତ ପ୍ରଦାନ କରିଥିଲେ । ରମାଦେବୀ ମହିଳା ମହାବିଦ୍ୟାଳୟର ଯୁବ ରେଡକ୍ରସ ପରାମର୍ଶଦାତା ଡ. ସୁଶୀଲ କୁମାର ପନାୟକ, କାର୍ଯ୍ୟକ୍ରମ ପରିଚାଳନା କରିବା ସହ ସମସ୍ତ ଅଶଂଗ୍ରହଣକାରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଶ୍ରୀ ଲିଙ୍ଗରାଜ ପା କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।

Leave a Reply

Your email address will not be published. Required fields are marked *