ରାଜ୍ୟସ୍ତରୀୟ +୨ ଯୁବ ରେଡକ୍ରସ୍ ସ୍ୱେଚ୍ଛାସେବୀ ମାନଙ୍କର ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ।

ରାଜ୍ୟସ୍ତରୀୟ +୨ ଯୁବ ରେଡକ୍ରସ୍ ସ୍ୱେଚ୍ଛାସେବୀ ମାନଙ୍କର ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ।
ଭୁବନେଶ୍ୱର – ତା. ୧୦.୦୧.୨୦୨୦ – ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ଯୁବ ରେଡ଼କ୍ରସ୍ ବିଭାଗ ତରଫରୁ ପକ୍ଷରୁ ସ୍ଥାନୀୟ ରେଡ଼କ୍ରସ୍ ଭବନ, ଭୁବନେଶ୍ୱର ଠାରେ ଏକ ୫ ଦିନିଆ ରାଜ୍ୟସ୍ତରୀୟ +୨ ଯୁବ ରେଡକ୍ରସ୍ ସ୍ୱେଚ୍ଛାସେବୀମାନଙ୍କର ପ୍ରଶିକ୍ଷଣ ଶିବିର ତା.୬.୧.୨୦୨୦ ରିଖରୁ ତା. ୧୦.୦୧.୨୦୨୦ ରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଯାଇଅଛି । ରେଡକ୍ରସ୍ ମାଧ୍ୟମରେ ସ୍ୱେଚ୍ଛାକୃତ ସେବା ପ୍ରଦାନ, ଏକତା ମନୋଭାବ, ଜାତୀୟ ସଂହତିର ଉଦ୍ଦେଶ୍ୟ,ସ୍ୱେଚ୍ଛାସେବୀମାନଙ୍କର ଜ୍ଞାନ ଅଭିବୃଦ୍ଧି ଏବଂ କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ନିମନ୍ତେ ଏହି ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଥିଲା ଏବଂ ଏହି ସ୍ୱେଚ୍ଛାସେବୀମାନଙ୍କୁ ନେଇ ଏକ ଯୁବ ରେଡକ୍ରସ ବାହିନୀ ଗଠିତ କରାଯାଇଛି ।ଏହି ପ୍ରଶିକ୍ଷଣ ଶିବିରରେ ୬୦ଜଣ ଯୁବ ରେଡକ୍ରସ ସ୍ୱେଚ୍ଛାସେବୀମାନେ ଅଂଶଗ୍ରହଣ କରିଥିଲେ । ଏହି ୫ ଦିନବ୍ୟାପି ଆୟୋଜିତ ତାଲିମ ଶିବିରରେ ରେଡକ୍ରସ୍ର ଇତିହାସ, ମୌଳିକ ନୀତି ଓ ରେଡକ୍ରସ୍ର ଚିହ୍ନ, ସ୍ୱେଚ୍ଛାକୃତ ରକ୍ତଦାନ, ଯୋଗ, ଏଡସ୍ ସଚେତନତା, ସ୍ୱାସ୍ଥ୍ୟ ଓ ପରିମଳ, ବ୍ୟକ୍ତିତ୍ୱର ବିକାଶ, ବିପର୍ଯ୍ୟୟ ପରିଚାଳନା, ପ୍ରାଥମିକ ଚିକିତ୍ସା ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା । ଉକ୍ତ ପ୍ରଶିକ୍ଷଣ ଶିବିରର ଉଦଘାଟନୀ ଉତ୍ସବରେ ଭାରତୀୟ ରେଡ଼କ୍ରସ୍ ଓଡିଶା ରାଜ୍ୟ ଶାଖାର ଯୁଗ୍ମ ସଚିବ ଡ. ଦୁର୍ଗା ଶଙ୍କର ଶଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ଏହି ଉଦ୍ଯାପନୀ ଉତ୍ସବରେ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଧେଶାଳୟର ଉପ ସଚିବ, ଡା. ତିଲୋତମା ସେନାପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବ ସ୍ୱେଚ୍ଛାସେବୀ ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଏପରି ଏକ ଶିବିର ଆୟୋଜନ କରିଥିବାରୁ ସେ ଓଡିଶା ରାଜ୍ୟ ଶାଖାକୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ଯୁବ ରେଡକ୍ରସ୍ ଦ୍ୱାରା ହାତକୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମର ଭୁୟସୀ ପ୍ରଶଂସା କରିଥିଲେ ।ଅନ୍ୟତମ ଅତିଥିଭାବେ ଭାରତୀୟ ରେଡ଼କ୍ରସ୍ ଓଡିଶା ରାଜ୍ୟ ଶାଖାର କୋଷାଧ୍ୟକ୍ଷ ମେଜର ଡ. କଳ୍ପନା ଦାସ ସଭାପତି ଭାବରେ ଯୋଗଦେଇଥିଲେ ଏବଂ ଏହି ଶିବିରରେ ଶିକ୍ଷା ଲାଭ କରିଥିବା ସମସ୍ତ ବିଷୟକୁ ନିଜର ଦ÷÷ନନ୍ଦିନ ଜୀବନରେ ଲଗାଇ ସମାଜର ଦଃୁସ୍ଥ ଅବହେଳିତ ଲୋକଙ୍କ ସେବାରେ ନିୟୋଜିତ କରିବା ଏବଂ ସମାଜର ବିଭିନ୍ନ କଲ୍ୟାଣ ମୁଳକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିବା ପାଇଁ ପରାମର୍ଶ ଦେଇଥିଲେ ।ସଭାପତିତ୍ୱ ଅବସରରେ ଯୁବ ରେଡକ୍ରସ ଅଧିକାରୀ ଡ. ଅଜୟ କୁମାର ତ୍ରିପାଠୀ ଉକ୍ତ ପ୍ରଶିକ୍ଷଣ ଶିବିରକୁ ପରିଚାଳନା କରିବା ସହିତ ରେଡକ୍ରସର ଆଭିମୁଖ୍ୟ ଓ ଏହାର ପ୍ରସାର ଦିଗରେ କାର୍ଯ୍ୟ କରିବା ପାଇଁ ପ୍ରତ୍ୟେକ ସ୍ୱେଚ୍ଛାସେବୀମାନଙ୍କୁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ପ୍ରଶିକ୍ଷଣ ଶିବିରର ସମସ୍ତ ଅଶଂଗ୍ରହଣକାରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଯୁବ ରେଡକ୍ରସ୍ ପରାମର୍ଶଦାତା ଡ. ସୁଶୀଲ କୁମାର ପଟ୍ଟନାୟକ, କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶ୍ରୀ ଲିଙ୍ଗରାଜ ପଣ୍ଡା ସହାୟତା ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *