ରେଡକ୍ରସ ରାଜ୍ୟ ଶାଖାର କାର୍ଯ୍ୟକାରିଣୀ ବୈଠକ!

ରେଡକ୍ରସ ରାଜ୍ୟ ଶାଖାର କାର୍ଯ୍ୟକାରିଣୀ ବୈଠକ!

 

ଭୁବନେଶ୍ଵର,୧୮.୧୨.୧୯ : ଭାରତୀୟ ରେଡକ୍ରସ ସୋସାଇଟ ରାଜ୍ୟ ଶାଖାର କାର୍ଯ୍ୟକାରିଣୀ ବୈଠକ ରେଡକ୍ରସ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ଯାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ଅଧକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି ।
ଏହି ବୈଠକରେ ରେଡକ୍ରସ ଓଡିଶା ରାଜ୍ୟ ଶାଖାର ଅବୈତନିକ ସଂପାଦକ ସି. ଟି.ଏମ. ସୁଗୁଣା,କୋଷାଧକ୍ଷ ଡ କଳ୍ପନା ଦାସ,ଓ ଅନ୍ୟ ସଦସ୍ୟ ଯୋଗ ଦେଇ ରେଡକ୍ରସ ରାଜ୍ୟ ଶାଖାର ବିଭିନ୍ନ କାର୍ଯ୍ୟ ଓ ଆଗାମୀ ଦିନର ଲକ୍ଷ ଓ ଯୋଜନା ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରେ ମନ୍ତ୍ରୀ ଶ୍ରୀ ଦାସ କହିଥିଲେ,ରେଡକ୍ରଶ ଭଳି ଏକ ମହାନ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ଆଗାମୀ ଦିନରେ କିପରି ତ୍ୱରାନ୍ୱିତ କରାଯିବ ସେ ସଂପର୍କରେ ଆଲୋଚନା ହୋଇଛି । ରେଡକ୍ରସ କୁ ଆହୁରି କ୍ରିୟାଶୀଳ କରାଯିବା ସହ ଆପଦକାଳୀନ ସମୟରେ ରେଡକ୍ରସର ପ୍ରଶଂସନୀୟ ଭୂମିକା ଓ ରକ୍ତଦାନ ଓ ରକ୍ତ ସରକ୍ଷଣ ଭଳି ପୁର୍ନ୍ୟକାର୍ଯ୍ୟ କ୍ଷେତ୍ରରେ ଅନୁଷ୍ଠାନର ଦାଇତ୍ଵ ସଂପର୍କରେ ଅବଗତ କରି କହିଲେ ଯେ ରକ୍ତଦାନ ଭଳି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହ ଏ ଦିଗରେ ଜନ ସଚେତନତା ସୃଷ୍ଟି ଦିଗକୁ ରେଡକ୍ରସ ଗୁରୁତ୍ଵ ଦେଇଆସୁଛି ।

Leave a Reply

Your email address will not be published. Required fields are marked *