ରପ୍ତାନୀ କରିବା ଉପରେ ଗୁରୁତ୍ୱ ଦେଉ ଇଣ୍ଡଷ୍ଟ୍ରି – ଧର୍ମେନ୍ଦ୍ର ପ୍ରଧାନ

ଅଲ ଇଣ୍ଡିଆ ଫର୍ନେସ ଆସୋସିଏସନର ୩୩ ତମ ରାଷ୍ଟ୍ରୀୟ ସମ୍ମିଳନୀରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନୂଆ ଟେକ୍ନୋଲଜି ବିକଶିତ କରିବା ଓ ବିଦେଶକୁ ସ୍ୱଦେଶୀ ଟେକ୍ନୋଲଜି
ରପ୍ତାନୀ କରିବା ଉପରେ ଗୁରୁତ୍ୱ ଦେଉ ଇଣ୍ଡଷ୍ଟ୍ରି – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ, ଭୁବନେଶ୍ୱର, ୨୩ ଡିସେମ୍ବର –ନୂଆ ଟେକ୍ନୋଲଜି ବିକଶିତ କରିବା ଓ ସ୍ୱଦେଶୀ ଟେକ୍ନୋଲଜି ବିଦେଶକୁ ରପ୍ତାନୀ କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି କେନ୍ଦ୍ରପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେକେଣ୍ଡାରୀ ଷ୍ଟିଲ ସେକ୍ଟର ଉପରେ ଅଲ ଇଣ୍ଡିଆ ଫର୍ନେସ ଆସୋସିଏସନର୩୩ ତମ ରାଷ୍ଟ୍ରୀୟ ସମ୍ମିଳନୀରେ ଯୋଗ ଦେଇ ଶ୍ରୀ ପ୍ରଧାନ ଏହି ଆହ୍ୱାନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ଇଣ୍ଡଷ୍ଟ୍ରିକୁ ନୂଆ ଟେକ୍ନୋଲଜି ବିକଶିତ କରିବା ସହ ସ୍ୱଦେଶୀ ଟେକ୍ନୋଲଜୀକୁ ରପ୍ତାନୀ କରିବା ଉପରେ ଧ୍ୟାନ ଦେବାକୁ ପଡିବ । ଏହା ଦ୍ୱାରା ଭାରତୀୟ ଇସ୍ପାତ କ୍ଷେତ୍ର ପ୍ରତିଯୋଗିତାମୂଳକ ହୋଇ ପାରିବା ସହ ଏହାକୁ ମୂଲ୍ୟଯୁକ୍ତ କରା ଯାଇ ପାରିବ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶର ପାଖାପାଖି ଅଧା ଇସ୍ପାତ ଉତ୍ପାଦନ ସେକେଣ୍ଡାରୀ ଇସ୍ପାତ ସେକ୍ଟର ଦ୍ୱାରା କରା ଯାଇଥାଏ । ସରକାର ପଲିସୀ ଫ୍ରେମବାର୍କ ସମାବେଶୀ କରୁଛନ୍ତି । ସରକାର ସେକେଣ୍ଡାରୀ ଇସ୍ପାତ ସେକ୍ଟର ପାଇଁ କଂଚାମାଲ ସହଜରେ ଉପଲବ୍ଧ କରାଉଛନ୍ତି । ତେଣୁ ଇଣ୍ଡଷ୍ଟ୍ରି ମଧ୍ୟ ମୂଲ୍ୟ ଯୁକ୍ତ ଉତ୍ପାଦ ଉତ୍ପାଦନ କରିବା ଆବଶ୍ୟକ
ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଇସ୍ପାତ ଶିଳ୍ପକୁ ସୁହାଇଲା ଭଳି ମୂଲ୍ୟରେ ବିଦ୍ୟୁତ ଶକ୍ତିର ଆବଶ୍ୟକତା ରହିଛି । ତେଣୁ ଆମେ ଶକ୍ତିର ନୂଆ ଉତ୍ସ ଉପରେ ଧ୍ୟାନ ଦେଉଛୁ । ଆମେ ଗ୍ୟାସ ଆଧାରିତ ଅର୍ଥନୀତି ଆଡକୁ ଯାଉଛୁ । ଉର୍ଜା
ଗଙ୍ଗା ଯୋଜନାରେ ଆମେ ବଡ ନେଟବର୍କ ତିଆରି କରୁଛୁ । ଦେଶରେ ୬୦୦ ମିଲିୟନ ଏମଟି ବାୟୋମାସ
ରହିଛି । ଟେକ୍ନୋଲଜିକୁ ବ୍ୟବହାର କରି , ଅପଟେକ ଗ୍ୟାରେଂଟି ସହ ଆମେ ବାୟୋ ଗ୍ୟାସ ଉତ୍ପାଦନ ପାଇଁ ୫
ହଜାର ପ୍ଲାଂଟ ସ୍ଥାପନା କରିବାରେ ସହାୟତା କରିବାକୁ ଯୋଜନା କରୁଛୁ ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ବର୍ତମାନ ମଧ୍ୟ ଉଚ୍ଚ ଗୁଣବତା ବିଶିଷ୍ଟ ଇସ୍ପାତ ଆମଦାନୀ କରୁଛି । ଆମ ନିକଟରେ ବଡ ବଜାର ରହିଛି ଓ ପ୍ରଶିକ୍ଷିତ କାର୍ଯ୍ୟବଳ ମଧ୍ୟ ରହିଛି । ଆମକୁ ଏକ ଇକୋ ସିଷ୍ଟମ ତିଆରି କରିବାକୁ ପଡିବ ଯାହା ଦ୍ୱାରା ଆମେ ଅଧିକ ଉଚ୍ଚ ଗୁଣବତା ବିଶିଷ୍ଟ ଇସ୍ପାତ ଦେଶରେ ଉତ୍ପାଦନ କରିବା ସହ ଇସ୍ପାତ କ୍ଷେତ୍ରରେ ନେଟ ରପ୍ତାନୀକାରୀ ହେବା ଅଗ୍ରସର ହୋଇ ପାରିବା ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *