ରଣଜୀ ମ୍ୟାଚ ଗୃପ-ସି ରେ ଛତିଶଗଡ଼କୁ ହରାଇବାରେ ଓଡିଶା ଦଳ ପାଇଁ ଇକୋର୍ସା ଖେଳାଳିଙ୍କ ଯୋଗଦାନ ମହତ୍ୱପୂର୍ଣ୍ଣ

ରଣଜୀ ମ୍ୟାଚ ଗୃପ-ସି ରେ ଛତିଶଗଡ଼କୁ ହରାଇବାରେ ଓଡିଶା ଦଳ ପାଇଁ ଇକୋର୍ସା ଖେଳାଳିଙ୍କ ଯୋଗଦାନ ମହତ୍ୱପୂର୍ଣ୍ଣ

ଭୁବନେଶ୍ୱର:ଚଳିତ ମାସ ୯-୧୨ ତାରିଖ ପର୍ଯ୍ୟନ୍ତ ଛତିଶଗଡ଼ର ରାଇପୁର ଠାରେ ଗୃପ-ସି ରଣଜୀ ମ୍ୟାଚ ରେ ଛତିଶଗଡ଼କୁ ଏକ ଇନିଙ୍ଗସ ଓ ୩ ରନ ବ୍ୟବଧାନରେ ହରାଇଥିବା ଓଡିଶା ଦଳ ପାଇଁ ପୂର୍ବତଟ ରେଳପଥ କ୍ରୀଡା ସଂଗଠନ (ଇକୋର୍ସା) ଖେଳାଳିଙ୍କ ଯୋଗଦାନ ମହତ୍ୱପୂର୍ଣ୍ଣ ଅଟେ I ଓଡିଶା ରଣଜୀ ଦଳରେ ଇକୋର୍ସାର ୪ ଜଣ ଖେଳାଳି ଖେଳୁଥିଲେ I

୧୫ ଜଣିଆ ଓଡିଶା ରଣଜୀ ଦଳରେ ଇକୋର୍ସାର ୪ ଜଣ ଖେଳାଳି ତଥା ମିଡିୟମ ଫାଷ୍ଟ ବୋଲର ରାଜେଶ ମହାନ୍ତି, ଉଇକେଟ କିପର ତଥା ବ୍ୟାଟ୍ସମ୍ୟାନ ସୁଜିତ ଲେଙ୍କା, ମିଡିୟମ ଫାଷ୍ଟ ବୋଲର ସୂର୍ଯ୍ୟକାନ୍ତ ପ୍ରଧାନ ଏବଂ ଅଲରାଉଣ୍ଡର ଅଙ୍କିତ ଯାଦବ ସ୍ଥାନ ପାଇଁ ଉଚ୍ଚକୋଟୀର ପ୍ରଦର୍ଶନ କରିଛନ୍ତି I

କିଛିଦିନ ପୂର୍ବରୁ ରେଳବାଇର ଯୋଗଦାନ ରାକେଶ ମହାନ୍ତି ଏହି ମ୍ୟାଚରେ ସମୁଦାୟ ୬୬ ରନ ଦେଇ ୧୦ ଉଇକେଟ ହାସଲ କରିଛନ୍ତି I ପ୍ରଥମ ଇନିଙ୍ଗସରେ ସେ ୪୭ ରନ ଦେଇ ୬ ଉଇକେଟ ଓ ଦ୍ଵିତୀୟ ଇନିଙ୍ଗସ ରେ ୧୯ ରନ ଦେଇ ୪ ଉଇକେଟ ହାସଲ କରିଛନ୍ତି I

ସେହିଭଳି, ଉଭୟ ଇକୋର୍ସା ଓ ଭାରତୀୟ ରେଳବାଇର ଶ୍ରେଷ୍ଠ ଉଇକେଟ କିପର ସୁଜିତ ଲେଙ୍କା ଏହି ମ୍ୟାଚରେ ୪ଟି ଗୁରୁତ୍ୱପୂର୍ଣ୍ଣ କ୍ୟାଚ ନେଇଥିବାବେଳେ ୧୧୭ଟି ବାଳ ରୁ ୫୬ ରନ ସଂଗ୍ରହ କରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି I

ସେହିପରି ସୂର୍ଯ୍ୟକାନ୍ତ ପ୍ରଧାନ ପ୍ରଥମ ଇନିଙ୍ଗସ ରେ ୫୧ ରନ ବିନିମୟରେ ୧ ଉଇକେଟ ଓ ଦ୍ଵିତୀୟ ଇନିଙ୍ଗସ ରେ ୩୪ ରନ ବିନିମୟରେ ୪ ଉଇଁଲେଟ ନେଇ ଓଡିଶା ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି I

Leave a Reply

Your email address will not be published. Required fields are marked *