ରାଜ୍ୟସ୍ତରୀୟ ରକ୍ତଦାତା ଅନୁଷ୍ଠାନମାନଙ୍କର ସମ୍ମିଳନୀ

ରାଜ୍ୟସ୍ତରୀୟ ରକ୍ତଦାତା ଅନୁଷ୍ଠାନମାନଙ୍କର ସମ୍ମିଳନୀ

ଭୁବନେଶ୍ୱର, ୧୪.୧୨ : ଭୁବନେଶ୍ୱରସ୍ଥିତ ଇଡକଲ ଅଡିଟୋରିୟମରେ ସମର୍ପିତ ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ଜାତୀୟସ୍ତରୀୟ ରକ୍ତଦାତା ଅନୁଷ୍ଠାନ ମାନଙ୍କର ଏକ ସମ୍ମିଳନୀ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମର୍ପିତ ଅନୁଷ୍ଠାନର ଉପଦେଷ୍ଟା ତଥା ଓଡିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ସଭାପତି ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ପାଇକରାୟଙ୍କ ପୌରହିତ୍ୟରେ ଆୟୋଜିତ ସମ୍ମିଳନୀରେ ଓଡିଶାର ଉଚ୍ଚଶିକ୍ଷା ଓ କୃଷି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ମାନ୍ୟବର ମନ୍ତ୍ରୀ ଡ. ଅରୁଣ ସାହୁ, ସ୍କୁଲ ଓ ଗଣଶିକ୍ଷା ବିଭାଗ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ, ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ସୁଲଚନା ଦାସ, ମଧ୍ୟ-ଭୁବନେଶ୍ୱର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା, ସମର୍ପିତର ସମ୍ପାଦକ ଶ୍ରୀ ସଦାଶିବ ଜେନା ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ମନ୍ତ୍ରୀ ଡ. ଅରୁଣ ସାହୁ ଓ ଶ୍ରୀ ସମୀର ରଞ୍ଜନ ଦାସ ରକ୍ତଦାନର ବିଶେଷତ୍ୱ ସମ୍ପର୍କରେ ଉଦ୍ବୋଧନ ଦେବା ସହିତ ବିଜୁ ଜନତା ଦଳ ଭଳି ରାଜନୈତିକ ଦଳ ‘ଜୀବନ ବିନ୍ଦୁ\’ ମାଧ୍ୟମରେ ଓଡିଶାରେ ରକ୍ତଦାନର ବ୍ୟବସ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ । ମାନ୍ୟବର ବିଧାୟକ ଅନନ୍ତ ନାରାୟଣ ଜେନା ରାଜ୍ୟ ସରକାରଙ୍କ ‘ମୋ ସରକାର\’ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ଶ୍ରୀ ସଂଗ୍ରାମ କେଶରୀ ପାଇକରାୟ ଓଡିଶାରେ ରକ୍ତ ଭଣ୍ଡାରର ଭିିଭୂମି କର୍ମ·ରୀଙ୍କ ଆବଶ୍ୟକତାକୁ ସମାଧାନ କରିବା ସମ୍ପର୍କରେ ଅବଗତ କରାଇଥିଲେ । ଏହି ଅବସରରେ ଓଡିଶା ଓ ୨୪ଟି ଅନ୍ୟ ରାଜ୍ୟରୁ ଆସିଥିବା ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଅପରାହ୍ନ କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମିଶ୍ର, ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ଶ୍ରୀମତୀ ସୁଲତା ଦେଓ, କ୍ୟାପିଟାଲ ହସପିଟାଲ ବ୍ଲଡ ବ୍ୟାଙ୍କ୍ର ଅଫିସର ଡଃ ଦେବାଶିଷ ମିଶ୍ର, ରାଜ୍ୟ ବ୍ଲଡ ଟ୍ରାନ୍ସଫ୍ୟୁଜନର ସମନ୍ୱୟକାରୀ ଶ୍ରୀ ସ୍ୱରୂପ ଦାସ ପ୍ରମୁଖ ଉପସ୍ଥିତ ରହି କିପରି ରାଜ୍ୟରେ ୧୦୦% ସ୍ୱେଚ୍ଛାକୃତ ରକ୍ତଦାନ ହୋଇପାରିବ ସେ ସମ୍ପର୍କରେ ଆଲୋକପାତ କରିଥିବାବେଳେ ହିମାଚଳ ପ୍ରଦେଶ, ମହାରାଷ୍ଟ୍ର, ବିହାର, ଆସାମ, ପଶ୍ଚିମବଙ୍ଗ, ହରିୟାନା, ଜାମ୍ମୁ କାଶ୍ମୀର, ଗୋଆ, ଅରୁଣାଳ ପ୍ରଦେଶ, ତାମିଲନାଡୁ, ତେଲେଙ୍ଗାନା, ଦିଲ୍ଲୀ, ଆନ୍ଧ୍ରପ୍ରଦେଶ, ଉରାଖଣ୍ଡ ପ୍ରଭୃତି ମୋଟ ୨୪ଟି ରାଜ୍ୟର ରକ୍ତଦାତା ଅନୁଷ୍ଠାନ ମାନଙ୍କୁୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏକ ଦିବସୀୟ ଏହି ଜାତୀୟ ସମ୍ମିଳନୀରେ ଇଂ ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ମିଥୁନ ନାୟକ, ବିସ୍ମୟ ରାଉତ, ରଶ୍ମି ରଞ୍ଜନ, ଅମରଜିତ, ସଞ୍ଜୟ, ସୁରେଶ, ପ୍ରଦୀପ, ଦିବାକର, ସଞ୍ଜୟ ବେହେରା, ଶ୍ରୀଚନ୍ଦନ, ସୌମ୍ୟରଞ୍ଜନ, ତାପସ ରଞ୍ଜନ, ଆଦିତ୍ୟ, ବିଶ୍ୱଜିତ, ଶ୍ରୀକାନ୍ତ, ସତ୍ୟବ୍ରତ, ପ୍ରିୟା, ସୁମିତ୍ରା, ପ୍ରିୟଙ୍କା, ସୁଜାତା ଏବଂ ମାମାଲି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *