ରକ୍ତଭଣ୍ଡାର କାର୍ଯ୍ୟନିର୍ବାହୀ କମିଟି ପୁର୍ନଗଠନ କରାଯିବ : ଜାରିହେଲା ମାର୍ଗ ଦର୍ଶିକା

ରକ୍ତଭଣ୍ଡାର କାର୍ଯ୍ୟନିର୍ବାହୀ କମିଟି ପୁର୍ନଗଠନ କରାଯିବ : ଜାରିହେଲା ମାର୍ଗ ଦର୍ଶିକା

ଭୁବନେଶ୍ୱର,୨୦ା୧୨- ରାଜ୍ୟରେ ଥିବା ରକ୍ତଭଣ୍ଡାରଗୁଡିକର ସୁପରିଚାଳନା ନିମନ୍ତେ ଏହାର କାର୍ଯ୍ୟନିର୍ବାହୀ କମିଟି ସବୁର ପୁର୍ନଗଠନ କରାଯିବ । ଏ ନେଇ ରାଜ୍ୟ ସରକାର ନୀତିଗତ ନିଷ୍ପତି ଗ୍ରହଣ କରି ସମସ୍ତ ଜିଲ୍ଲାପାଳମାନଙ୍କୁ ଅବଗତ କର।।ଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଦା ଜାରି କରିଥିବା ମାର୍ଗଦର୍ଶିକା ଅନୁଯାୟୀ ପୁର୍ନଗଠିତ ଜିଲ୍ଲାସ୍ତରୀୟ ରକ୍ତଭଣ୍ଡର ପରିଚାଳନା କମିଟିରେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଅଧ୍ୟକ୍ଷ ରହିବେ । ଉପଖଣ୍ଡ ସ୍ତରୀୟ ରକ୍ତଭଣ୍ଡାର ପାଇଁ ଉପଜିଲ୍ଲାପାଳ ଏବଂ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ର ସ୍ତରୀୟ ରକ୍ତଭଣ୍ଡାର ପାଇଁ ତହସିଲଦାର ମାନଙ୍କୁ ଅଧ୍ୟକ୍ଷ ଭାବେ ମନୋନିତ କରାଯିବ ।
ଜିଲ୍ଲାସ୍ତରାୟ ରକ୍ତଭଣ୍ଡାରର ଉପସଭାପତି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ , ଉପଖଣ୍ଡ ସ୍ତରରେ ଉପଖଣ୍ଡଚିକିତ୍ସା ଚିକିତ୍ସା ଅଧିକାରୀ ଓ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ର ସ୍ତରରେ ଭାରପ୍ରାପ୍ତ ମେଡିକାଲ ଅଫିସର ଉପାଧ୍ୟକ୍ଷ ରହିବେ ଏବଂ ସଂପୃକ୍ତ ରକ୍ତଭଣ୍ଡାର ଅଧିକାରୀ ଏହାର ଆବାହକ ରହିବେ । ପ୍ରତି ରକ୍ତଭଣ୍ଡାରରେ ରାଜ୍ୟ ରକ୍ତ ସଂଚାରଣ ପରିଷଦର ଜଣେ ପ୍ରତିନିଧିଙ୍କୁ ସଦସ୍ୟ ଭାବେ ରଖାଯିବ । ସେହିପରି ସଂପୃକ୍ତ ଅଂଚଳର ପୌରସଂସ୍ଥାର ଚେୟାରମ୍ୟାନ୍ , ନିୟମିତ ରକ୍ତଦାନ କରୁଥିବା ଜଣେ ମହିଳା ପ୍ରତିନିଧି , ଜାତୀୟ ସ୍ୱାସ୍ଥ୍ୟ ମିଶନର ଡିପିଏମ୍ ମଧ୍ୟ ଏଥିରେ ସଦସ୍ୟ ରହିବେ । ଏତଦ୍ବ୍ୟତିତ ଅଧ୍ୟକ୍ଷ ଆଉ ୫ଜଣଙ୍କୁ ମନୋନିତ କରିବେ । ଯେଉଁମାନେ ନିୟମିତ ଭାବେ ରକ୍ତଦାନ ଶିବିର ଆୟୋଜନ କରୁଛନ୍ତି ଓ ଲୋକଙ୍କୁ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ ନିମନ୍ତେ ଉତ୍ସାହିତ କରୁଥିବେ ସେମାନଙ୍କୁ ମଧ୍ୟ ପରିଚାଳନା କମିଟିରେ ରଖାଯିବ । ରାଜ୍ୟ ସରକାର ରକ୍ତ ସଂଗ୍ରହ , ସଂରଗ୍ଧ ୠଙ୍କଦ୍ଭମଗ୍ଧସକ୍ଟଦ୍ଭ ଟ୍ଟ ରକ୍ଷଣ , ବିତରଣ ଆଦିରେ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଆରୋପ କରୁଥିବା ପରିପ୍ରେକ୍ଷୀରେ ରକ୍ତଭଣ୍ଡାରଗୁଡିକର ନୁଆ ପରିଚାଳନା କମିଟି ବିଭିନ୍ନ ପ୍ରସଙ୍ଗ ତଦାରଖ କରିବେ । ପ୍ରତି ବର୍ଷରେ ଅନ୍ୟୁନ ଦୁଇଥର ଏହି ପରିଚାଳନା କମିଟି ବୈଠକ ବସିବ ଏବଂ ରାଜ୍ୟ ରକ୍ତସଂଚାରଣ ପରିଷଦକୁ ପରିଚାଳନା କମିଟି ବୈଠକର ବିବରଣୀ ପଠାଇଭାକୁ କୁହାଯାଇଛି ।
ବିଭିନ୍ନ ରକ୍ତ ଭଣ୍ଡାରର ଅଧିକାରୀମାନେ ଆବାହକ ଭାବେ ତୁରନ୍ତ ପୂର୍ଣ୍ଣାଙ୍ଗ ପରିଚାଳନା କମିଟି ଗଠନ ପାଇଁ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଉଲ୍ଲେଖନୀୟ ଯେ ପୂର୍ବରୁ ସରକାରୀ ଡାକ୍ତରଖାନା ଓ ମେଡିକାଲ କଲେଜ କଲେଜ ଗୁଡିକରେ ଥିବା ରକ୍ତଭଣ୍ଡାର ଗୁଡିକ ରେଡକ୍ରସ୍ ଦ୍ୱାରା ପରିଚାଳିତ ହେଉଥିଲା । ବର୍ତମାନ କଟକ କେନ୍ଦ୍ରୀୟ ରକ୍ତଭଣ୍ଡାରକୁ ଛାଡିଦେଲେ ଅନ୍ୟସବୁ ସରକାରୀ ଡାକ୍ତରଖାନା ଓ ମେଡିକାଲ କଲେଜ ମାନଙ୍କରେ ଥିବା ରକ୍ତଭଣ୍ଡାର ଗୁଡିକ ସିଧାସଳଖ ଭାବେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ହେଉଛି ।

Leave a Reply

Your email address will not be published. Required fields are marked *