ନାଗରିକତା ସଂଶୋଧନ ଆଇନ ପ୍ରତ୍ୟାହାର ଦାବି କରି ଦେଶବ୍ୟାପୀ ପ୍ରତିବାଦ କଲେ ରାଜଧାନୀ ରେ ଆନ୍ଦୋଳନ।

ନାଗରିକତା ସଂଶୋଧନ ଆଇନ ପ୍ରତ୍ୟାହାର ଦାବି କରି ଦେଶବ୍ୟାପୀ ପ୍ରତିବାଦ କଲେ ରାଜଧାନୀ ରେ ଆନ୍ଦୋଳନ।

ଭୁବନେଶ୍ୱର : ଆଜି ମାଷ୍ଟ୍ରର କଣ୍ଟେନ ଠରେ ନାଗରିକତା ସଂଶୋଧନ ଆଇନ ପ୍ରତ୍ୟାହାର ଦାବି କରି ଦେଶବ୍ୟାପୀ ପ୍ରତିବାଦ ଆନ୍ଦୋଳନ ଜାରିରହିଥିବା ବେଳେ ଏବଂ ଗତ ୧୯ ଡିସେମ୍ବରରେ ଭୁବନେଶ୍ୱର ରେ ବିଭିନ୍ନ ସ୍ଥାନରେ ବାମପନ୍ଥୀ ରାଜନୈତିକ ଦଳ ମାନଙ୍କ ସମେତ ବିଭିନ୍ନ ଗଣତାନ୍ତ୍ରିକ ଛାତ୍ର, ଯୁବକ, ମହିଳା ସଂଗଠନ ମାନେ ନିଜର ଆକ୍ରୋଶ ପ୍ରଦର୍ଶନ କରିଥିବା ବେଳେ ଶନିବାର ଦିନ ବିଭିନ୍ନ ବର୍ଗର ସଚେତନ ନାଗରିକ ମାନେ ଏକାଠି ହୋଇ ଆଉ ଏକ ପ୍ରତିବାଦର ଆୟୋଜନ କରିଥିଲେ । ଆଜିର ପ୍ରତିବାଦରେ ଅନେକ ସଚେତନ ନାଗରିକ ମାନଙ୍କ ସମେତ ବିଭିନ୍ନ ବାମପନ୍ଥୀ, ଗଣତାନ୍ତ୍ରିକ, ସମାଜବାଦୀ, ଗାନ୍ଧୀବାଦୀ, ପ୍ରଗତିଶୀଳ, ମାନବିକ ଅଧିକାର ଓ ସାମାଜିକ କର୍ମୀ, ଶିକ୍ଷାବିତ, ସଂଖ୍ୟାଲଘୁ ଓ ଦଳିତ ଅଧିକାର କର୍ମୀ ଓ ଛାତ୍ର-ଯୁବକ ମାନେ ଭାଗ ନେଇଥିଲେ ପ୍ରତିବାଦ କାରୀ ମାନେ ଅଭିଯୋଗ କରିଥିଲେଯେ ନାଗରିକ ସଂଶୋଧନ ଆଇନ୍ ଆମ ସମ୍ବିଧାନର ମୌଳିକ ଢାଞ୍ଚାକୁ ବିରୁଦ୍ଧାଚରଣ କରୁଛି । ଧର୍ମ ନାମରେ ବିଦେଶୀ ଶରଣାର୍ଥୀମାନଙ୍କୁ ନାଗରିକତ୍ୱ ଦେବା ଏବଂ ମୁସଲମାନ ମାନଙ୍କୁ ଏଥିରୁ ବାଦ୍ ଦେବା ଆମ ସମ୍ବିଧାନ ଓ ଧର୍ମନିରପେକ୍ଷତା ଉଭୟଙ୍କୁ ଜଳାଞ୍ଜଳି ଦିଆଯାଇଛି । ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ କେନ୍ଦ୍ରର ଶାସକ ଦଳ କ୍ଷମତାର ଦୁରୂପଯୋଗ କରି ସଂସଦରେ ବିଲ୍ ଗୃହିତ କରାଇବା ମଧ୍ୟ ସମ୍ବିଧାନ ବିରୋଧୀ କାର୍ଯ୍ୟ । ବର୍ତ୍ତମାନ ଏହା ଆଇନରେ ପରିଣତ ହୋଇଛି । ସାମଗ୍ରିକ ଭାବେ ନାଗରିକତ୍ୱର ସ୍ୱୀକୃତି ଦେବା ନାମରେ ଏହି ଆଇନ୍ ଗରିବ ଜନସାଧାରଣଙ୍କ ନାଗରିକତ୍ୱ ପ୍ରତି ଗଭୀର ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏହି ଆଇନ୍ ବଳରେ ୬ଟି ଧର୍ମାବଲମ୍ବୀ ଲୋକମାନେ ନାଗରିକତ୍ୱ ପାଇଲା ବେଳେ ମୁସଲମାନ ଧର୍ମାବଲମ୍ବୀ ଲୋକମାନେ ନାଗରିକତ୍ୱ ପାଇବେ ନାହିଁ । ଏହା ଧର୍ମ ଧର୍ମ ଭିତରେ ବିଦ୍ୱେଷ ସୃଷ୍ଟି କରି ଆମ ସମାଜ ଏବଂ ଦେଶକୁ ଏକ ବିଭାଜନଆଡକୁ ଟାଣିନେବ ବୋଲି ପ୍ରତିବାଦକାରୀ ମାନେ ଅଭିଯୋଗ କରିଛନ୍ତି । ଏହି ଆଇନ୍ ପରେ ଜାତୀୟ ନାଗରିକ ପଞ୍ଜିକା କାର୍ଯ୍ୟକ୍ରମ ସାରା ଦେଶରେ ଲାଗୁ ହେବ ବୋଲି ସରକାର ଘୋଷଣା କରିଛନ୍ତି । ଅର୍ଥାତ୍ ଯେଉଁ ଭାରତୀୟମାନେ ନିଜର ନାଗରିକତାର ପ୍ରମାଣ ଦେଇପାରିବେ ନାହିଁ, ସେମାନେ ଦେଶହରାରେ ପରିଣତ ହେବେ । ନାଗରିକତା ପାଇଁ ପାସ୍ପୋର୍ଟ, ଆଧାରକାର୍ଡ଼, ଭୋଟର ପରିଚୟ ପତ୍ର ଇତ୍ୟାଦି ପର୍ଯ୍ୟାପ୍ତ ନୁହେଁ । ଏଥିପାଇଁ ସାଧାରଣ ଲୋକଙ୍କୁ ଅନେକ ପ୍ରକାରର ଦଲିଲ୍ ଦେବାକୁ ପଡ଼ିବ ଯାହା ଆଦୌ ସମ୍ଭବ ନୁହେଁ । ଏହି ପ୍ରକ୍ରିୟାରେ ଅସଂଖ୍ୟ ଦଳିତ, ଆଦିବାସୀ ଏବଂ ମୁସଲମାନମାନଙ୍କୁ ଦେଶହରା ଭାବେ ଗିରଫ କରାଯାଇ ବନ୍ଦୀଶାଳାରେ ରଖାଯିବାର ଆଶାଙ୍କା ରହିଛି । ଏହି ଦେଶହରା ନାଗରିକମାନଙ୍କୁ ଅନ୍ୟ କୌଣସି ଦେଶ ଗ୍ରହଣ କରିବେ ନାହିଁ । ଏହିଭଳି ଏକ ଅତି ଭୟଙ୍କର ଆଇନ ଆସିଲା ପରେ ପ୍ରାୟ ୧୦ଟି ରାଜ୍ୟ ସରକାର ଏହି ଆଇନକୁ କାର୍ଯ୍ୟକାରୀ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଓଡ଼ିଶାର ବିଜେଡ଼ି ଓ ବିହାରର ଜେଡ଼ିୟୁ ସଂସଦରେ ଏହି ଆଇନ୍ ସପକ୍ଷରେ ଭୋଟ ଦେଇ ବର୍ତ୍ତମାନ ଏନ୍ଆରସି ଲାଗୁ କରିବେ ନାହିଁ ବୋଲି କହିବା ହାସ୍ୟାସ୍ପଦ, ଦୋମୁହାଁ ଏବଂ ସେମାନଙ୍କର ସୁବିଧାବାଦୀ ରାଜନୀତିକୁ ପ୍ରତିଫଳିତ କରୁଛି । ଦେଶରେ ଏକ ହଜାର ବୈଜ୍ଞାନିକ ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରତିବାଦର ସ୍ୱର ଉଠାଇଛନ୍ତି । ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ସମୂହ, ସମଗ୍ର ଉତ୍ତର ପ୍ରଦେଶ ଦେଶର ରାଜଧାନୀ ଦିଲ୍ଲୀ, ଲକ୍ଷ୍ନୋ, ମୁମ୍ବାଇ, ବାଙ୍ଗାଲୁର, କଲିକତା ସମେତପ୍ରାୟ ସମସ୍ତ ପ୍ରମୁଖ ସହର ଏବଂ ରାଜ୍ୟମାନଙ୍କରେ ପ୍ରତିବାଦର ଜୁଆର ଦେଖାଦେଇଛି । ୨୪ଟି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ପ୍ରତିବାଦ ଆନ୍ଦୋଳନର ଆଗ ଧାଡ଼ିରେ ରହିଛନ୍ତି । ପ୍ରତିବାଦକୁ ଦମନ କରିବା ପାଇଁ ସରକାର ପୋଲିସ୍ ବାହିନୀ ଲଗାଇ ଆକ୍ରମଣ ଓ ଗିରଫ କରୁଛନ୍ତି ଏବଂ ଅଦ୍ୟାବଧି ୨୦ରୁ ଊର୍ଦ୍ଧ୍ଵ ପ୍ରତିବାଦ କାରୀ ବର୍ବର ପୋଲିସ ଗୁଳିରେ ମୃତ୍ୟୁ ବରଣ କରି ଶହୀଦ ହୋଇଥିବାବେଳେ ଗୁରୁତର ଆହତ ମାନଙ୍କ ସଂଖ୍ୟା ବିଚାର କଲେ ଏହା ଅଧିକ ବଢିବାର ସମ୍ଭାବନା ରହିଛି । ଏହି ସମ୍ବିଧାନ ବିରୋଧୀ-ଧର୍ମନିରପେକ୍ଷତା ବିରୋଧୀ ଆଇନ୍ର ପ୍ରତ୍ୟାହାର କରିବା ପାଇଁ ପ୍ରତିବାଦ କାରୀ ମାନେ ଦାବି କରିବା ସହିତ ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ଶପଥ ନେଇଛନ୍ତି ।

Leave a Reply

Your email address will not be published. Required fields are marked *