ରାଜନୈତିକ ପ୍ରକ୍ରିୟାକରଣରେ ଆମେ ଭାରତର ପ୍ରକୃତ ସ୍ୱରୂପ ଭୁଲିଯାଇଛୁ :

ରାଜନୈତିକ ପ୍ରକ୍ରିୟାକରଣରେ ଆମେ ଭାରତର ପ୍ରକୃତ ସ୍ୱରୂପ ଭୁଲିଯାଇଛୁ : ପୂର୍ବତନ ମନ୍ତ୍ରୀ ଜନନେତା ପ୍ରହ୍ଲାଦ ମଲିକଙ୍କ ୯୧ତମ ଜୟନ୍ତୀରେ ମତପ୍ରକାଶ
ଭୁବନେଶ୍ୱର, ୧୨.୧ : ୧୮୩୦ ଦଶକରେ ଭାରତବର୍ଷର ସ୍ଥିତି ଓ ଜନଚରିତ୍ର ସମ୍ପର୍କରେ ଯେଉଁ ରିପୋର୍ଟମାନ ବ୍ରିଟିଶ ସରକାର ସଂଗ୍ରହ କରିଥିଲେ ସେଥିରୁ ପ୍ରମାଣ ମିଳେ ଭାରତର ଜନସାଧାରଣ କେତେ ସରଳ, ଶାନ୍ତିକାମୀ, ଭାଇ·ରାରେ ବିଶ୍ୱାସୀ ଥିଲେ; କିନ୍ତୁ ରାଜନୈତିକ ପ୍ରକ୍ରିୟାକରଣରେ ଆମେ ଆମର ଅତୀତ ଭୁଲିଯାଇ ଆଜି ଏକ ସହଭାଗିତା-ସହଯୋଗିତା-ସହନଶୀଳତାହୀନ ଦେଶରେ ପରିଣତ ହୋଇଛୁ । ଆଜି ଦେଶ ମଧ୍ୟରେ ଭୟର ବାତାବରଣ ରାଜୁତି କରୁଛି ବୋଲି ଜନନେତା ପ୍ରହ୍ଲାଦ ମଲିକଙ୍କ ୯୧ତମ ଜୟନ୍ତୀ ଉତ୍ସବରେ ବିଶିଷ୍ଟ ବ୍ୟକ୍ତିମାନଙ୍କର ମତପ୍ରକାଶ ପାଇଛି ଓ ଗାନ୍ଧୀ ଚେତନା ଆଜିର ଦିନରେ ଜାତିବାଦ, ଧର୍ମୀୟ ଅସହିଷ୍ଣୁତାରୁ ବାଟ ଦେଖାଇବ ବୋଲି କୁହାଯାଇଛି ।
ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ଜନପ୍ରିୟ ନେତା ପ୍ରହ୍ଲାଦ ମଲିକଙ୍କ ୯୧ତମ ଜୟନ୍ତୀ ଉତ୍ସବ ଆଜି ସନ୍ଧ୍ୟାରେ ପ୍ରହ୍ଲାଦ ମଲିକ ସ୍ମୃତି ପରିଷଦ ତରଫରୁ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନଠାରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଶିଷ୍ଟ ଗାନ୍ଧୀଚିନ୍ତକ ପ୍ରଫେସର ଭଗବାନ ପ୍ରକାଶ କହିଥିଲେ ଯେ ଗାନ୍ଧୀ ଆଶ୍ରମରେ ଗାନ୍ଧୀ ବି·ରଧାରାର ବିରୋଧୀ ନେତାମାନଙ୍କ ଗହଣରେ ଗାନ୍ଧୀ ଆଜାଦୀ ଆନ୍ଦୋଳନ ପରି·ଳନା କରୁଥିଲେ; ଆଜାଦୀ ପାଇଁ ସେ ସମସ୍ତ ବିପରୀତମୁଖୀ ବ୍ୟକ୍ତିଙ୍କୁ ସାଥୀରେ ନେଇଥିଲେ । ଆଜିର ଦିନରେ ଏହାର ଆବଶ୍ୟକତା ରହିଛି । ଅନ୍ୟତମ ବରେଣ୍ୟ ଅତିଥି ପୂର୍ବତନ ସାଂସଦ ତଥା ଅଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ରାମଚନ୍ଦ୍ର ରାମଚନ୍ଦ୍ର ଖୁିଆ ଶ୍ରୀ ମଲିକଙ୍କ ବହୁବିଧ କାର୍ଯ୍ୟାବଳୀ ସମ୍ପର୍କରେ ଉପସ୍ଥାପନା କରିଥିଲେ । ପ୍ରତିବର୍ଷ ପରି ‘ପ୍ରହ୍ଲାଦ ସ୍ମାରକୀ ବକ୍ତୃତା’କ୍ରମରେ ଚଳିତ ବର୍ଷ ‘ସମାଜ, ସଦ୍ଭାବନା ଓ ନାଗରିକତା’ ଶୀର୍ଷକ ବକ୍ତୃତା ଗାନ୍ଧିବାଦୀ ଲେଖକ ଶ୍ରୀ ଗୌରାଙ୍ଗ ଚରଣ ପରିଡ଼ା ପ୍ରଦାନ କରିଥିଲେ । ଉକ୍ରଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ସୂର୍ଯ୍ୟ ନାରାୟଣ ମିଶ୍ର ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସ୍ମାରକୀ ବକ୍ତୃତା ପ୍ରସଙ୍ଗରେ ବିଶେଷ ଅବତାରଣା କରିଥିଲେ । ପ୍ରାରମ୍ଭରେ ଉକ୍ରଳ ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା ପରିଷଦର ସମ୍ପାଦକ ଡଃ ବସନ୍ତ କୁମାର ମଲ୍ଲିକ ସ୍ୱାଗତ ଭାଷଣ ରଖିବା ସହିତ ବିବରଣୀ ଉପସ୍ଥାପନ କରିଥିଲେ । ପରିଷଦର କାର୍ଯ୍ୟକାରିଣୀ କମିଟି ସଦସ୍ୟା ସୁପ୍ରିୟା ମଲିକ ଅତିଥି ପରିଚୟ କରିବା ସହିତ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପରିଷଦର ଅଧ୍ୟକ୍ଷ ବରିଷ୍ଠ ପତ୍ରକାର ପ୍ରଦୋଷ ପଟ୍ଟନାୟକ ସଭାପତିିତ୍ୱ କରିଥିଲେ । ଏହି ଅବସରରେ ବିଶିଷ୍ଟ ସାମାଜିକ କର୍ମୀ ଶ୍ରୀ ଲିଙ୍ଗରାଜଙ୍କୁ ୨୦୧୯ ବର୍ଷ ପାଇଁ ‘ପ୍ରହ୍ଲାଦ ମଲିକ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା । ପରିଶେଷରେ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ରାଜ୍ୟ ଖାଦ୍ୟ କମିଶନ ସଦସ୍ୟା ଡଃ ସିପ୍ରା ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ବିଭିନ୍ନ ବୁଦ୍ଧିଜୀବୀଙ୍କ ସମେତ ବହୁ ସଂଖ୍ୟାରେ ଜନସାଧାରଣ ଅଂଶଗ୍ରହଣ କରି ସ୍ୱର୍ଗତ ମଲିକଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଗାନ୍ଧୀବାଦୀ ନେତା ପଦ୍ମଚରଣ ନାୟକ, ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାୟ, ଶିକ୍ଷାବିତ୍ ପ୍ରଫେସର ସ୍ୱାଧୀନ ପଟ୍ଟନାୟକ, ସମାଜର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁରେଶ ଚନ୍ଦ୍ର ମନ୍ତ୍ରୀ, ଅଧ୍ୟାପକ ଗିରିଶ ପାତ୍ର, ଅବସରପ୍ରାପ୍ତ ପ୍ରଶାସକ ସଞ୍ଜୟ ହାବଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *