ତେଲେଙ୍ଗାନା ରାଜ୍ୟର ଡାକ୍ତର ପ୍ରିୟଙ୍କା ରେଡ୍ଡୀ ଗଣ ଦୁଷ୍କର୍ମ ଏବଂ ଜଘନ୍ୟ ହତ୍ୟା ଘଟଣା ର ପ୍ରତିବାଦ ରାଜଧାନୀ ରେ ବିକ୍ଷୋଭ।

ତେଲେଙ୍ଗାନା ରାଜ୍ୟର ଡାକ୍ତର ପ୍ରିୟଙ୍କା ରେଡ୍ଡୀ ଗଣ ଦୁଷ୍କର୍ମ ଏବଂ ଜଘନ୍ୟ ହତ୍ୟା ଘଟଣା ର ପ୍ରତିବାଦ ରାଜଧାନୀ ରେ ବିକ୍ଷୋଭ।

ଭୁବନେଶ୍ୱର: : 1.12.2019 ପ୍ରିୟଙ୍କା ରେଡ୍ଡୀ ପରିବାର ଙ୍କୁ ନ୍ୟାୟ ଦେବା ଦାବୀ ରେ ଭୁବନେଶ୍ୱର ସମୂହ ତରଫରୁ ବିକ୍ଷୋଭ ପ୍ରଦର୍ଶନ ତେଲେଙ୍ଗାନା ରାଜ୍ୟର ଡାକ୍ତର ପ୍ରିୟଙ୍କା ରେଡ୍ଡୀ ଗଣ ଦୁଷ୍କର୍ମ ଏବଂ ଜଘନ୍ୟ ହତ୍ୟା ଘଟଣା ର ପ୍ରତିବାଦ ଏବଂ ପ୍ରିୟଙ୍କା ପରିବାରଙ୍କୁ ନ୍ୟାୟ ଦେବା ଦାବୀ ରେ “ଭୁବନେଶ୍ୱର ସମୂହ ” ତରଫରୁ ମହାତ୍ମା ଗାନ୍ଧୀ ମାର୍ଗରେ ବିକ୍ଷୋଭ ପ୍ରଦର୍ଶନ
କରାଯାଇଛି I ଏହି ଘଟଣା କୁ କଠୋର ଭାବେ ନିନ୍ଦା କରି କୁହାଯାଇଛି ଯେ ଏହି ବର୍ବର ଏବଂ ପାସବିକ କାଣ୍ଡ ପାଇଁ ତେଲେଙ୍ଗାନା ସରକାର ନୈତିକ ଦାୟିତ୍ୱ ଗ୍ରହଣ କରୁ, ଅପରାଧୀ ମାନଙ୍କୁ ଦୃଷ୍ଟାନ୍ତ ମୂଳକ ଶାସ୍ତି ପ୍ରଦାନ କରୁ ଏବଂ ଏହି ଭଳି
ଵିଭଛ ଘଟଣା ନ ହେବା ପାଇଁ ସମଗ୍ର ରାଷ୍ଟ୍ର, ସରକାର ଏବଂ ରାଜ୍ୟ ସରକାର ମାନେ ମହିଳା ମାନଙ୍କ ନିରାପତ୍ତା ପାଇଁ ସ୍ୱତନ୍ତ୍ର ଭାବେ ଯୋଜନା ଗ୍ରହଣ କରନ୍ତୁ lନିକଟରେ ଓଡିଶା ରେ ସ୍ମିତା ରାଣୀଙ୍କର ମୃତ୍ୟୁ ଜନିତ ରହସ୍ୟ, ହତ୍ୟା କିମ୍ବା କେଉଁ ପରିସ୍ଥିତି ରେ କାହିଁକି ଆତ୍ମହତ୍ୟା, ତୁନ୍ଦୁଲି ପୀଡିତା, ଇତିଶ୍ରୀ ମାମଲା, ବେବିନା ହତ୍ୟା ଇତ୍ୟାଦି ରେ ପୀଡିତା ମାନଙ୍କର ପରିବାର ମାନଙ୍କୁ ଆଦ୍ୟାବଧି ନ୍ୟାୟ ମିଳି ନାହିଁ l କାଟୱା, ଉନା ଗଣ ଦୁଷ୍କର୍ମ ଅତି ଗମ୍ଭୀର ପରିସ୍ଥିତି କୁ ଇଙ୍ଗିତ କରୁଛି l ନିର୍ଭୟା ଘଟଣା ପରେ ବର୍ମା କମିଶନ ସୁପାରିଶ ସବୁ କିଛି ଚର୍ଚ୍ଚା ରେ ରହିଛି, ବାସ୍ତବ କ୍ଷେତ୍ରରେ ମହିଳା ନ୍ୟାୟ ପାଉ ନାହିଁ, ବରଂ ମହିଳା ଉପରେ ହିଂସା ଏବଂ ଅପରାଧ ବଢୁଛି l ସମାଜ ରେ ବସା ବାନ୍ଧି ଥିବା ଉଗ୍ର ଅସାମାଜିକ ପରିସ୍ଥିତି ବିରୋଧ ରେ ସମଗ୍ର ସମାଜ ଲଢ଼ିବା ପାଇଁ ପରିସ୍ଥିତି ର ଆହ୍ୱାନ l ମାତ୍ର ଦେଶ ଏବଂ ରାଜ୍ୟରେ ସରକାର ଚଳାଉଥିବା ଶାସକ, ପ୍ରଶାସନ ଏବଂ ପୁଲିସ ବ୍ୟବସ୍ଥା ନିଜ ର ନୈତିକ, ଆଇନ ଗତ ଏବଂ ସାମ୍ବିଧାନିକ ଦାୟିତ୍ୱ କୁ ଏଡାଇ ଦେଲେ ଚଳିବ ନାହିଁ lପ୍ରିୟଙ୍କା ଘଟଣା ରେ ତେଲେଙ୍ଗାନା ସରକାର ଏବଂ ସ୍ମିତାରାଣୀ ଘଟଣା ରେ ଓଡିଶା ସରକାର ଦେଶବାସୀ ପାଖରେ ଜବାବ ରଖିବା ପାଇଁ ଭୁବନେଶ୍ୱର ସମୂହ ଦାବୀ କରିଛି lମହିଳାଙ୍କ ଭଳି ସମ୍ବେଦନଶିଳ ପ୍ରସଙ୍ଗ ରେ କେହି ବି ରାଜନୀତି କରିବା ଉଚିତ ନୁହେଁ, କିନ୍ତୁ ନିର୍ବାଚିତ ସରକାର ମାନେ ନିଜ ର ସାମ୍ବିଧାନିକ ଦାୟିତ୍ୱ ପାଳନ କରିବା ପାଇଁ ଦାବୀ କରାଯାଇଛି lଭୁବନେଶ୍ୱର ସମୂହ ତରଫରୁ ଆୟୋଜିତ ଏହି ବିକ୍ଷୋଭ ରେ ବିଶିଷ୍ଟ ସାମାଜିକ କର୍ମୀ, ରାଜନୈତିକ କର୍ମୀ, ମହିଳା ସଂଗଠକ ଏବଂ ସ୍ତମ୍ଭକାର ମାନେ ଯୋଗ ଦେଇଥିଲେ l ସର୍ବଶ୍ରୀ ଦେବ ପ୍ରସାଦ ରାୟ ମହାପାତ୍ର, ସୁଦର୍ଶନ ଦାସ, ସୁଜାତା ସାହାଣୀ, ଅରୁଣ ଦିହୁଡ଼ି, ପ୍ରଦୀପ୍ତ ନାୟକ, ଶାନ୍ତି ମୁର୍ମୁ, ପ୍ରଭାତ ପାଣିଗ୍ରାହୀ,ରାମଚନ୍ଦ୍ର ତ୍ରିପାଠୀ, ସାଲ ମାର୍ଣ୍ଡି, ଜୟଦେବ ନାୟକ,ଚାଂବୁରୁ ସୋରେନ, ଜୟ ପ୍ରକାଶ ଭଞ୍ଜଦେଓ, ରବୀନ୍ଦ୍ର ଟୁଡ଼ୁ, ସୁଶାନ୍ତ ମହାଙ୍କୁଡ, ଶିବ ସୋରେନ ପ୍ରମୁଖ ବହୁ କର୍ମୀ ଅତି କମ ସମୟର ସୂଚନା ରେ ଉପସ୍ଥିତ ରହି ପ୍ରତିବାଦ ରେ ଅଂଶ ଗ୍ରହଣ କରି ବକ୍ତବ୍ୟ ପ୍ରଦାନ କରିଥିଲେ l ଭୁବନେଶ୍ୱର ସମୂହ ର ଆବାହକ ସୁରେଶ ପାଣିଗ୍ରାହୀ ବିକ୍ଷୋଭ କୁ ପରି ଚାଳନା କରିଥିଲେ l

Leave a Reply

Your email address will not be published. Required fields are marked *