କୋଣାର୍କ ପୁସ୍ତକ ମେଳାର ଉଦଯାପନୀ ସନ୍ଧ୍ଯା

କୋଣାର୍କ ପୁସ୍ତକ ମେଳାର ଉଦଯାପନୀ ସନ୍ଧ୍ଯା

ଭୁବନେଶ୍ୱର:ଆଜି ତା୫.୧୨.୨୦୧୯ ଚତୁର୍ଥ କୋଣାର୍କ ପୁସ୍ତକ ମେଳାର ଉଦଯାପନୀ ସନ୍ଧ୍ଯାରେ ମୁଖ୍ଯ ଅତିଥିଭାବେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ଯୋଗ ଦେଇଥିବାବେଳେ , ସମ୍ମାନିତ ଅତିଥି ଭାବେ ବରିଷ୍ଠ କବି ଶ୍ରୀଯୁକ୍ତ ଭଗବାନ ଜୟ ସିଂ,ସମ୍ପାଦକ ଶ୍ରୀଯୁକ୍ତ ପାର୍ଥ ସାରଥି ଅଜୟ ବାରିକ,ଅଧକ୍ଷ ଏନ୍ ଏମ୍ ଆଇ ଇଟର ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ପରିଡା ପ୍ରମୁଖ ଯୋଗଦେଇଥିଲେ।ଏହି ଉଦଯାପନୀ ସନ୍ଧ୍ଯାରେ ବହୁ ବିଶିଷ୍ଟ କବି ଓ କବିୟିତ୍ରୀମାନଙ୍କର ସମାଗମ ହୋଇଥିଲା।ଏହି ସନ୍ଧ୍ଯାରେ କବିତା ଆସର ସହ ଆଠଜଣ ପ୍ରତିଭାଧାରିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ତନମଧ୍ଯରୁ ନିଶିଗନ୍ଧା ସାହିତ୍ଯ ସଂସଦର ସମ୍ପାଦକ, ସାମ୍ବାଦିକ ଓ ସମାଜସେବି ଶ୍ରୀ ବଳରାମ ତରାଇ (ହାଟବରଡିହ,ଖୋର୍ଦ୍ଧା) ଙ୍କୁ ୪ର୍ଥ କୋଣାର୍କ ପୁସ୍ତକ ମେଳା ସମ୍ମାନରେ ସମ୍ମାନିତ କରାଯାଇଛି। ଏହି ମାନପତ୍ର ଗ୍ରହଣ କରିବା ଅବଶରରେ ବଳରାମ ତରାଇ ଅନୁଷ୍ଠାନର ମୁଖ୍ଯ ସଦସ୍ଯ,ଅର୍କଶ୍ରୀର ସମସ୍ତ ପରିଚାଳନା କମିଟିକୁ ହାର୍ଦ୍ଦିକ ଧନ୍ଯବାଦ ଜଣାଇଛନ୍ତି।ଅନୁଷ୍ଠାନ ଏଥିପାଇଁ ତାଙ୍କୁ ଯୋଗ୍ଯବିବେଚିତ କରିଥିବାରୁ ସେ ନିଜକୁ ଧନ୍ଯ ମନେକରିଛନ୍ତି।

Leave a Reply

Your email address will not be published. Required fields are marked *