୭ ଦିନିଆ “ପଂଚଦଶ ବୌଦ୍ଧ ପୁସ୍ତକମେଳା” ଉଦ୍ଯାପିତ ।

୭ ଦିନିଆ “ପଂଚଦଶ ବୌଦ୍ଧ ପୁସ୍ତକମେଳା” ଉଦ୍ଯାପିତ ।

ଭୁବନେଶ୍ୱର :୧୦,୧୨,୧୯ ବୌଦ୍ଧ ଜିଲ୍ଲା ସଦରମହକୁମା କଚେରୀ ପଡିଆଠାରେ ଡିସେମ୍ବର ୩ ତାରିଖରୁ ଆରମ୍ଭ ହୋଇଥିବା ୭ ଦିନିଆ “ପଂଚଦଶ ବୌଦ୍ଧ ପୁସ୍ତକମେଳା” ଉଦ୍ଯାପିତ ହୋଇଯାଇଛି ।ଉଦ୍ଯାପନୀ ସଭାରେ ଓଡିଶା ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଓ ଲୋକ ସଂପର୍କ ପରାମର୍ଶଦାତା ଶ୍ରୀ ମାନସ ରଂଜନ ମଙ୍ଗରାଜ, ଉତ୍କଳ ପ୍ରସଙ୍ଗର ସଂପାଦକ ଡଃ.
ଲେନିନ୍ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡିଆ ସାହିତ୍ୟର ଅଭିବୃଦ୍ଧି ଏବଂ ଓଡିଆ ପୁସ୍ତକର ଆଦୃତି ବଢାଇବାରେ ପୁସ୍ତକମେଳା ଆୟୋଜନର ଯଥାର୍ଥତା ରହିଛି ବୋଲି ମତ ପ୍ରକାଶ କରିଥିଲେ ।ବିଭିନ୍ନ ସ୍ଥାନରେ ପୁସ୍ତକମେଳା ଆୟୋଜନ କରାଯିବା ଫଳରେ ପାଠକପାଠିକାଙ୍କ ନିକଟରେ ରୁଚି ଅନୁଯାୟୀ ପୁସ୍ତକ ଉପଲବ୍ଧ ହୋଇପାରୁଛି ଏବଂ ଆୟୋଜକ ଅନୁଷ୍ଠାନମାନଙ୍କର ଆନ୍ତରିକତା ଓନିଷ୍ଠାପରତା ଯୋଗୁଁ ଏହା ସମ୍ଭବ ହୋଇପାରୁଛି ବୋଲି ଅତିଥିମାନେ ମନ୍ତବ୍ୟ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବୌଦ୍ଧ ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟନାରାୟଣ ଦାସ ଓ ଦୈନିକ ସମ୍ବାଦର ଉପ-ମହାପ୍ରବନ୍ଧକଶ୍ରୀ ଦେବେନ୍ଦ୍ର ସାମନ୍ତରାୟ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ ।ପୁସ୍ତକମେଳା ଆୟୋଜକଙ୍କ ପକ୍ଷରୁ ବୌଦ୍ଧ ଜିଲ୍ଲାପାଳ ଶ୍ରୀ ଲଲାଟେନ୍ଦୁ ମିଶ୍ରଙ୍କ ଉପସ୍ଥିତିରେ ଏହି ଉଦ୍ଯାପନୀ ସଂଧ୍ୟା ଅବସରରେ ଗଣମାଧ୍ୟମ ଓ  ଲୋକସଂପର୍କ ଉପଦେଷ୍ଟା ଶ୍ରୀ ମଙ୍ଗରାଜ ଓ ଉତ୍କଳ ପ୍ରସଙ୍ଗର ସଂପାଦକ ଡଃ. ମହାନ୍ତିଙ୍କୁ “ବାର୍ତାବହ ସମ୍ମାନ-୨୦୧୯”ରେ ସମ୍ମାନିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *