ଏଏଫଏମ୍ଆଇର ୨୮ତମ ପୁରସ୍କାର ବିତରଣ ଉତ୍ସବ

ଏଏଫଏମ୍ଆଇର
୨୮ତମ ପୁରସ୍କାର ବିତରଣ ଉତ୍ସବ
ଭୁବନେଶ୍ୱର, ୨୨.୧୨ : ଆମେରିକାରେ ଅବସ୍ଥାପିତ ଭାରତୀୟ ମୁସ୍ଲିମ୍ ବଂଶୋଦ୍ଭବ ଫେଡ଼େରେସନ (ଏଏଫ୍ଏମ୍ଆଇ)ର ୨୮ତମ ପୁରସ୍କାର ବିତରଣ ସମାରୋହ ଚଳିତ ମାସ ୨୩ ଓ ୨୪ ତାରିଖ ଦୁଇଦିନ ଧରି ସ୍ଥାନୀୟ ମଶ୍ୱେରସ୍ଥିତ ରେଳ ଅଡ଼ିଟୋରିୟମଠାରେ ଅନୁଷ୍ଠିତ ହେବ । ଅଲ୍ ଓଡ଼ିଶା ମୁସଲିମ୍ ଓ ମେନ୍ସ ୱେଲଫେୟାର ଫେଡ଼େରେସନ ଭୁବନେଶ୍ୱର ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏହି ଦ୍ୱିଦୀବସୀୟ ସମାରୋହରେ ନାଲ୍ସାର କୁଳପତି ଡଃ ଫାଇଜାନ୍ ମୁସ୍ତାଫା, ଆରଫା ଖାତୁନ, ସେରତ୍ୱାନୀ ଓ ଭାରତତୀୟ ପୋଲିସ୍ ସେବା ଅଧିକାରୀ ଅବଦୁଲ ରେହମାନ ପ୍ରମୁଖ ଯୋଗଦେବେ । ଏହି ସମାରୋହ ଏଏଫ୍ଏମ୍ଆଇର ପ୍ରତିଷ୍ଠାତା ଟ୍ରଷ୍ଟି ଡଃ ଏସ୍ ନକଦାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ବୋଲି ଆବାହକ ସୟଦ ବରକତ ଅଲ୍ଲୀ ତନୱାର, ଡଃ ଏ.ଏସ୍. ନକାଦାର, ମହମ୍ମଦ ଆୟୁବ ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି । ଏହି ଅଧିବେଶନେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବ ।

Leave a Reply

Your email address will not be published. Required fields are marked *