ପୂର୍ବତଟ ରେଳପଥ ପକ୍ଷରୁ କ୍ଷେତ୍ରୀୟ ରେଳ ଉପଭୋକ୍ତା ପରାମର୍ଶଦାତା କମିଟି ବୈଠକ

ପୂର୍ବତଟ ରେଳପଥ ପକ୍ଷରୁ କ୍ଷେତ୍ରୀୟ ରେଳ ଉପଭୋକ୍ତା ପରାମର୍ଶଦାତା କମିଟି ବୈଠକ

ଭୁବେନେଶ୍ୱର:ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ଙ୍କ ଅଧ୍ୟକ୍ଷତାରେ ଆଜି ଭୁବନେଶ୍ୱର ସ୍ଥିତ ରେଳ ସଦନ ଠାରେ କ୍ଷେତ୍ରୀୟ ରେଳ ଉପଭୋକ୍ତା ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି I

ଏହି ବୈଠକ ରେ ରାଜ୍ୟ ସରକାରଙ୍କ ପ୍ରତିନିଧି ମାନଙ୍କ ସହିତ ଚାମ୍ବର ଅଫ କମର୍ସ ଓ ଇଣ୍ଡଷ୍ଟ୍ରିର ସଦସ୍ୟ, ଶିଳ୍ପ, ପିଏସୟୁ, ଯାତ୍ରୀ ସଂଗଠନ ସଦସ୍ୟ, ଖାଉଟି ସଂଗଠନ ସଭ୍ୟ ଏବଂ ଅନ୍ୟାନ ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଅଂଶ ଗ୍ରହଣ କରି ସେମାନଙ୍କର ବହୁ ମୂଲ୍ୟ ମତ ଓ ପରାମର୍ଶ ପ୍ରଦାନ କରିଥିଲେ I

ପୂର୍ବତଟ ରେଳପଥ କ୍ଷେତ୍ରୀୟ ରେଳ ଉପଭୋକ୍ତା ପରାମର୍ଶଦାତା କମିଟିର ସଦସ୍ୟ ଯଥା ଶ୍ରୀ ଅନନ୍ତ ନାରାୟଣ ଜେନା (ବିଧାୟକ/ଓଡିଶା), ପି.କେ.ଲିଙ୍ଗେଶ୍ୱର ରାଓ, ଏନ.ଗଜପତି ରାଓ, ଜି.ଭକ୍ତ ସାଇରାମ, ଏ.ଏସ.ଆର.କେ.ରବି ବାବଜି, ରାଜା ମିଶ୍ର, ବିବିନ କୁମାର ଭାଟିଆ, ରଶିଦ ଆସ୍ଲାମ, ଦୁର୍ଗା ଦତ୍ତ ଦାସ, ପ୍ରଶାନ୍ତ ପାତ୍ର, ଅନିଲ କୁମାର ଜୈନ ଏବଂ ଶ୍ରୀ ଗୋବିନ୍ଦ ଅଗ୍ରୱାଲ ପ୍ରମୁଖ ଏହି ବୈଠକରେ ଯୋଗଦାନ କରିଥିଲେ I

ଏହି ବୈଠକ ରେ ଯାତ୍ରୀ ସୁବିଧା ଓ ସେବା ସହିତ ସାଧାରଣ ଚାହିଦା ଓ ଅନ୍ୟାନ ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା I ପୂର୍ବତଟ ରେଳପଥ ର ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାରଙ୍କ ସହିତ ବରିଷ୍ଠ ଉପମହାପ୍ରବନ୍ଧକ ଶ୍ରୀ ଏଚ.କେ.ଦତ୍ତ ଓ ରେଳପଥର ସମସ୍ତ ବିଭାଗୀୟ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ I କ୍ଷେତ୍ରୀୟ ରେଳ ଉପଭୋକ୍ତା ପରାମର୍ଶଦାତା କମିଟି ର ସମ୍ପାଦକ ତଥା ରେଳପଥ ର ଉପମହାପ୍ରବନ୍ଧକ ଶ୍ରୀ ଅଶୋକ କୁମାର ମିଶ୍ର ଏହି ବୈଠକ କୁ ପରିଚାଳନା କରିଥିଲେ I

Leave a Reply

Your email address will not be published. Required fields are marked *