ରାଜ୍ୟ ପଞ୍ଚାୟତିରାଜ, ପାନୀୟଜଳ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆଜି ନୂଆଦିଲ୍ଲୀ ଠାରେ ସ୍ୱଚ୍ଛତା ପାଇଁ ପୁରସ୍କାର

ରାଜ୍ୟ ପଞ୍ଚାୟତିରାଜ, ପାନୀୟଜଳ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆଜି ନୂଆଦିଲ୍ଲୀ ଠାରେ ସ୍ୱଚ୍ଛତା ପାଇଁ ପୁରସ୍କାର

ଭୁବନେଶ୍ୱର’: ଦିଲ୍ଲୀ-ସ୍ୱଚ୍ଛତା ଲାଗି ଓଡିଶାକୁ ଇଣ୍ଡିଆ ଟୁଡେ ଗ୍ରୁପ୍‍ ପକ୍ଷରୁ ସର୍ବାଧିକ ସ୍ୱଚ୍ଛ ରାଜ୍ୟ ଭାବେ ପୁରସ୍କୃତ କରାଯାଇଛି । ମୁଖ୍ୟମନ୍ତ୍ରୀ
ନବୀନ ପଟ୍ଟନାୟକଙ୍କ ତରଫରୁ ରାଜ୍ୟ ପଞ୍ଚାୟତିରାଜ, ପାନୀୟଜଳ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା
ଆଜି ନୂଆଦିଲ୍ଲୀ ଠାରେ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।ନୂଆଦିଲ୍ଲୀର ଆଇଟସି ମୌର୍ଯ୍ୟ ହୋଟେଲରେ ଆୟୋଜିତ
‘ଷ୍ଟେଟ ଅଫ୍‍ ଦି ଷ୍ଟେଟସ୍‍’ କନକ୍ଲେଭ ୨୦୧୯ ରେ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସୂଚନା ଓ
ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ଏହି ପୁରସ୍କ।।ର ପ୍ରଦାନ କରିଛନ୍ତି ।
ପୁରସ୍କାର ଗ୍ରହଣ ଅବସରରେ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶା
ଦ୍ରୁତ ଗତିରେ ଉନ୍ନତି ପଥେ ଅଗ୍ରସର ହୋଇ ଚାଲିଛି । ବିଭିନ୍ନ କ୍ଷେତ୍ରରେ ଓଡିଶାର ଏହି ସଫଳତାକୁ ଜାତୀୟ
ଆର୍ନ୍ତଜାତୀୟ ସ୍ତରରେ ଅନୁକରଣ କରାଯାଉଛି । ଆଜିର ଏହି ପୁରସ୍କାର ରାଜ୍ୟ ସଫଳତାରେ ଆଉ ଏକ ଫର୍ଦ୍ଦ ଯୋଡି
ଦେଇଛି । ଆଗାମୀ ଦିନରେ ସ୍ୱଚ୍ଛ ଓ ସବୁଜ ସୁନ୍ଦର ଓଡିଶା ଗଠନ ଦିଗରେ ଏହା ପ୍ରେରଣା ଯୋଗାଇବ ।

Leave a Reply

Your email address will not be published. Required fields are marked *