ନିରବଚ୍ଛିନ୍ନ, ନିସ୍ୱାର୍ଥପର ସାଧନାର ଦୂରଗାମୀ ଫଳ ରହିଛି

ନିରବଚ୍ଛିନ୍ନ, ନିସ୍ୱାର୍ଥପର ସାଧନାର ଦୂରଗାମୀ ଫଳ ରହିଛି

ଭୁବନେଶ୍ୱର, ୧୭ ।୧୧, ସାମ୍ବାଦିକତାର ଦିଗ ବଦଳିଛି । ଏହା ବ•ର୍ମାନ କେବଳ ପ୍ରିଂଟ କିମ୍ବା ଇଲେକଟ୍ରୋନିକ୍ସ ମିଡିଆରେ ସୀମିତ ରହିନାହିଁ । ସୋସିଆଲ ମିଡିଆରେ ସାଧାରଣ ଲୋକେ ଯେଉଁଭଳି ଭାବେ ସକ୍ରିୟ ହେଉଛନ୍ତି ତାହା ବ•ର୍ମାନ ସାମ୍ବାଦିକଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଅନେକ ଗୁରୁତ୍ୱପୂର୍ଣ୍ଣ ଖବର ସୋସିଆଲ ମିଡିଆ ଯୋଗୁ ଲୋକଲୋଚନକୁ ଆସିପାରୁଛି । କୌଣସି ଗୋଟିଏ ବିଷୟକୁ ପ୍ରତିଷ୍ଠିତ କରିବାକୁ ହେଲେ ଅନେକ ପରିଶ୍ରମ କରିବାକୁ ପଡ଼ିଥାଏ । ଏଥିପାଇଁ ନିରବଚ୍ଛିନ୍ନ ଏବଂ
ନିସ୍ୱାର୍ଥପର ସାଧନା ରହିଲେ ଏହାର ଦୂରଗାମୀ ଫଳ ମିଳିଥାଏ ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପଶ୍ଚିମବଙ୍ଗ,ଆସାମ, ଆଣ୍ଡାମାନ ନିକୋବର, ଓଡିଶାର କ୍ଷେତ୍ରକାର୍ଯ୍ୟବାହ ଅଧ୍ୟାପକ ଗୋପାଳ ପ୍ରସାଦ ମହାପାତ୍ର ପ୍ରକାଶ କରିଛନ୍ତି ।ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରରେ ବିଶ୍ୱ ସମ୍ବାଦ କେନ୍ଦ୍ର ଓଡ଼ିଶା ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ସାମ୍ବାଦିକ କର୍ମଶାଳା “ପେନ୍ ଫର୍ ନେସନ ରେ ଯୋଗଦେଇ ସେ କହିଲେ ଯେ, ସାମ୍ବାଦିକ କେବଳ ନିଜପାଇଁ ଲେଖିନୀ ଚାଳନା ନ କରି ରାଷ୍ଟ୍ରର ହିତ ପାଇଁ ଲେଖନୀ ଚାଳନା କରିବା ଦରକାର । ସାମ୍ବାଦିକତାକୁ ଗୋଟିଏ ଦିଗ ପ୍ରଦାନ କରି ଏହାକୁ ଗୋଟିଏ ସ୍ଥଳରେ ପହଂଚାଇବା ପାଇଁ କିଛି ଲୋକଙ୍କୁ ନିରବଚ୍ଛିନ୍ନ ସାଧନା କରିବାକୁ ପଡ଼ିବ । ସେଥିପାଇଁ ବିଶ୍ୱ ସମ୍ବାଦ କେନ୍ଦ୍ର ଏଭଳି କାର୍ଯ୍ୟକ୍ରମ ଆୟୋଜନ କରୁଛି । ଏହା ଦ୍ୱାରା କିଛି ଲୋକ ସାଧନାରେ ବ୍ରତୀ ହେବା ସହ ଏହାର ଦୂରଗାମୀ ପରିଣତି ଦେଖିବାକୁ ମିଳିବ । ସାମ୍ବାଦିକତା ପେଶା ନ ହୋଇ ଲେଖନୀ ଚାଳନା ଆମର ନିଶା ହେବା ଦରକାର । ସେଥିପାଇଁ ସାମ୍ବାଦିକମାନେ ରାଷ୍ଟ୍ର ସମ୍ପର୍କରେ ଅଧିକରୁ ଅଧିକ ଅଧ୍ୟୟନ
କରିବା ଦରକାର ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରଦୀପର ପୂର୍ବତନ ସମ୍ପାଦକ ଜଗବନ୍ଧୁ ମିଶ୍ର ଯୋଗଦେଇ କହିଲେ ଯେ, ସାମ୍ପ୍ରତିକ ପରିସ୍ଥିତିରେ ସାମ୍ବାଦିକତା କ୍ଷେତ୍ରରେ ଅନେକ ଆହ୍ୱାନ ଦେଖାଦେଇଛି । ମାତ୍ର ସାମ୍ବାଦିକ ଏହି ସବୁ ଆହ୍ୱାନକୁ ସ୍ୱୀକାର କରି ରାଷ୍ଟ୍ରପ୍ରତି ମମତ୍ୱ ଭାବ ନିର୍ମାଣ ନ ହେବା ପର୍ଯ୍ୟନ୍ତ ରାଷ୍ଟ୍ରକୁ ନିଜର ବୋଲି ନ ଭାବିବା ପର୍ଯ୍ୟନ୍ତ ରାଷ୍ଟ୍ର ପାଇଁ ଲେଖନୀ ଚାଳନା ହେବନାହିଁ ବୋଲି କହିଥିଲେ । ସାମ୍ବାଦିକ ମାନେ ସମାଜରେ ଥିବା ସତ୍ୟକୁ ଉଜାଗର କରିବା ପାଇଁ ବ୍ରତୀ ହେଲେ ଏହି କାର୍ଯ୍ୟ ସଫଳ ହୋଇପାରିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସମ୍ବାଦିକ ଯତିନ ଦାସ ଏବଂ ସ୍ତମ୍ବକାର ସୌମେନ୍ଦ୍ର ଜେନା ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓଡ଼ିଶା ପୂର୍ବ ପ୍ରାନ୍ତ ପ୍ରଚାର ପ୍ରମୁଖ ରବିନାରାୟଣ ପଣ୍ଡା ପ୍ରଥମ ସତ୍ର ଏବଂ ସହପ୍ରାନ୍ତ ପ୍ରଚାର ପ୍ରମୁଖ ସୁମନ୍ତ କୁମାର ପଣ୍ଡା ଯଥାକ୍ରମେ ପ୍ରଥମ ଓ ଦ୍ୱୀତିୟ ସତ୍ରରେ ସଭାପତିତ୍ୱ କରିଥିଲେ । ଶିବପ୍ରସାଦ ନାୟକ,ଦୁର୍ଗାମାଧବ ରଥ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ ପରିଚାଳନାରେ ନିରଞ୍ଜନ ନାୟକ, ନିହାର ରଂଜନ ପତି, ଦେବଦ• ଜେନା, ଦାମୋଦର ବୁଡକେ, ଆଶୀଶ
କୁମାର ବିଶ୍ୱାଳ, ସନ୍ତୋଷ କୁମାର ମହାପାତ୍ର, ହୃଷିକେଶ ମିଶ୍ର, ଆଦିତ୍ୟ କୁମାର ମହାରଣା, ସୁବ୍ରତ କୁମାର ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *