ପ୍ରେରଣା ଗ୍ରୀନ୍ ଆର୍ମି ପକ୍ଷରୁ ରଂଗାରଂଗ ପରିବେଶ ଭିତରେ ଉଦ୍ଘାଟିତ ହେଲା, ଆନ୍ତର୍ଜାତିକ ସବୁଜ ମହୋତ୍ସବ

ପ୍ରେରଣା ଗ୍ରୀନ୍ ଆର୍ମି ପକ୍ଷରୁ ରଂଗାରଂଗ ପରିବେଶ ଭିତରେ ଉଦ୍ଘାଟିତ ହେଲା, ଆନ୍ତର୍ଜାତିକ ସବୁଜ ମହୋତ୍ସବ ୧କୋଟି ଗଛ ଲାଗି ୧୦୦ସଭା, ୧୦୦୦ପଥପ୍ରାନ୍ତ ନାଟକ, ୫୦୦ଶହ ଶୋଭାଯାତ୍ରା ପାଇଁ ସଂକଳ୍ପ ।

ଭୁବନେଶ୍ୱର, ତା ୨୯/୧୨- ଆଜି ଶୀତ ସକାଳରେ ରଂଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଛି “ଆନ୍ତର୍ଜାତିକ ସବୁଜ ମହୋତ୍ସବ । ଶଙ୍ଗ, ମହୁରୀ, ଭେରି ତୁରୀର ବାଦ୍ୟ, ନୃତ୍ୟ, ସଂଗୀତ ଓ ବେଦ, କୋରନ୍ ବାଇବେଲ, ଗୁରୁବାଣୀର ଅପୂର୍ବ ମୂର୍ଚ୍ଚନାରେ ସବୁଜ ନବବର୍ଷକୁ ଆବାହ କରାଯାଇଥିଲା ।
ସବୁଜ ଓଡ଼ିଶା, ସବୁଜ ଭାରତ, ସବୁଜ ବିଶ୍ୱପାଇଁ କ୍ଲାଇମେଟ ଚେଞ୍ଜ୍, ଗ୍ଲୋବାଲ ୱାର୍ମି, ପରିବେଶ ପ୍ରଦୂଷଣ ବିରୁଦ୍ଧରେ ଘୋଷଣା ହେଲା “ବିଶ୍ୱ ସବୁଜ ଯୁଦ୍ଧ । ଏହି କାର୍ଯ୍ୟକ୍ରମରେ ୩୦ ଗୋଟି ଦେଶ ତଥା ଭାରତ ଏବଂ ଓଡ଼ିଶାରୁ ଶହ ଶହ ପରିବେଶବିତ୍, ଶିକ୍ଷାବିତ୍, ସାମ୍ବାଦିକ, ରାଜନେତା, ସମାଜସେବୀ,
ଚଳଚ୍ଚିତ୍ର ତଥା ଜାତ୍ରାଜଗତର ଅଭିନେତା, ଓଡ଼ିଶୀ, ବିହୁ ଭାଙ୍ଗେଡ଼ା, ଆଦିର ନୃତ୍ୟଶିଳ୍ପୀ, କଣ୍ଠଶିଳ୍ପୀ, ସାହିତ୍ୟିକ,
ଛାତ୍ର, ଯୁବକମାନେ ଉପସ୍ଥିତରହି ସବୁଜ ଓଡ଼ିଶା, ସବୁଜ ଭାରତ, ସବୁଜ ବିଶ୍ୱ ପାଇଁ ଶପଥ ଗ୍ରହଣ କରିଥିଲେ ।ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ୍ଆର୍ମିର କମାଣ୍ଡେଣ୍ଟ ଇନ୍ଚିଫ୍ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ ଏହି ଉତ୍ସବରେ ସଭାପତିତ୍ୱ କରି କହିଲେ, ଗୋଟାଏ ପଟେ ପ୍ରଦୂଷଣ ରାକ୍ଷସର ପ୍ରଭାବରେ ବେଜିଙ୍ଗ୍ରେ ଅକ୍ସିଜେନ ବଟଲ ଦୋକାନ ବଜାରରେ ବିକ୍ରିହେବା, ଅକ୍ସିଜେନ ପାର୍ଲୋର ବେଜିଙ୍ଗ, ଦିଲ୍ଲୀ ଆଦି ସହରରେ ଖୋଲିବା, ଲଣ୍ଡନ
ଆଦି ଦେଶର ଛାତ୍ର ଯୁବକମାନେ ଏଥଫାଇଁ ବିଲୁପ୍ତି ବିପ୍ଳବ କରୁଥିବାବେଳେ ଓ ବିଶ୍ୱର କୋଣ ଅନୁକୋଣରେ
ନୂଆବର୍ଷର ଆସର, ଖ୍ରୀଷ୍ଟମାସର ମାହୋଲ ·ଲିଥିବା ବେଳେ, ଆମେ ଓଡ଼ିଶାର ୪ କୋଟି ୫୦ ଲକ୍ଷ ଓଡ଼ିଆଙ୍କ ସମର୍ଥନ ଓ ସମାଜର ବିଭିନ୍ନ ବ୍ୟକ୍ତିଙ୍କ ସହଯୋଗରେ “ବିଶ୍ୱ ବଂ·ଇବା ପାଇଁ ଡିସେମ୍ବର ୨୯ରୁ ଜାନୁଆରୀ ୫ ପର୍ଯ୍ୟନ୍ତ ଚାଳିତ ନୂଆବର୍ଷକୁ ସବୁଜ ନୂଆବର୍ଷ ଭାବେ ପାଳନ ଅବସରରେ ଆନ୍ତାର୍ଜତିକ ସବୁଜ
ମହୋତ୍ସବ ଆୟୋଜିତ ହେଉଛି । ଏହି ଅବସରରେ ଦେଶ ବିଦେଶରେ ୧ କୋଟି ଗଛ ଲଗାଯିବ, ୧୦୦ ଗୋଟି ସଚେତନତା ସଭା, ୧୦୦୦ ପଥପ୍ରାନ୍ତ ନାଟକ, ୫୦୦ ଶୋଭାଯାତ୍ରା ଓ ୧ କୋଟି ଗଛ·ରା ବିନାମୂଲ୍ୟରେ ବଣ୍ଟାଯିବ । ଏହି ଅବସରରେ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀମାନଙ୍କ ସହିତ
ଓଡ଼ିଶା ରାଜ୍ୟପଳ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ ନିଜ ଗୃହ ପରିସରରେ ବୃକ୍ଷରୋପଣ କରାଯିବା । ବିଶ୍ୱର ବିଭିନ୍ନ ଦେଶରେ ରହୁଥିବା ଓଡ଼ିଆମାନଙ୍କ ସହଯୋଗରେ ବିଦେଶର ଅନେକ ଦେଶ, ଆମ ଦେଶର ରାଜଧାନୀ ଦିଲ୍ଲୀ, ଦେଶର ପ୍ରତ୍ୟେକ ରାଜ୍ୟର ରାଜଧାନୀ ଓ ଓଡ଼ିଶାର ୩୦ଜିଲ୍ଲାରେ ଏହା ଆୟୋଜିତ କରାଯିବ । ଏହି ଉତ୍ସବକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଉଦ୍ଘାଟନ କରି କହିଲେ ଓଡ଼ିଆ ଜାତିର ଏହି ସବୁଜ ସଂଗ୍ରାମରେ
ଦେଶ ବିଦେଶ ଓ ରାଜ୍ୟରେ ଥିବା ପ୍ରତ୍ୟେକ ଓଡ଼ିଆ ସାମିଲ ହୋଇ ଗଛଟିଏ ଲଗାଇବା ସବୁଜ ପୃଥିବୀକୁ ସବୁଜ ସୁନ୍ଦର କରିବା ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଡକ୍ଟର ପ୍ରକାଶ ଶ୍ରୀଚନ୍ଦନ, ଜଞ୍ଜାଶିଶ ମହାପାତ୍ର, ଜୟଶ୍ରୀ ଧଳ, ସୁମିତ୍ ଦେବୀ, କସ୍ତୁରୀ ଦେବୀ, ନାଟ୍ୟ ଅଭିନେତା ଦୈତାରି ପଣ୍ଡା, ଇଂ ଅଜୟ ସ୍ୱାଇଁ, ରାଜେଶ୍ୱରୀ ସରନ୍, ସରୀତା ଆ·ର୍ଯ୍ୟ, ଲକ୍ଷ୍ମୀକାନ୍ତ ପାଲିତ୍, ଧନଦାକାନ୍ତ ମିଶ୍ର, ନରେନ୍ଦ୍ର ପୃଷ୍ଟି , ରମାକାନ୍ତ ମହାପାତ୍ର, ଅବନୀ ଜେନା, ଆଶିଷ ବରିଷଲ, ମନିଷା ମନୋଷିନୀ, ପ୍ରମୁଖ ବହୁ ଅଭିନେତା ଅଭିନେତ୍ରୀ କଣ୍ଠଶିଳ୍ପୀ, ନୃତ୍ୟଶିଳ୍ପୀ ଓ ସାମାଜିକ କର୍ମି ଯୋଗଦେଇ ନୂଆବର୍ଷକୁ ସବୁଜ ନୁଆବର୍ଷ ପାଳନ ପାଇଁ ଅନୁରୋଧ କରିଥିଲେ । ଏହି ଅବସରରେ ଏକ ସୁସଜ୍ଜିତ ଗାଡ଼ି ବିନା ମୂଲ୍ୟରେ ଗଛଚାରା ବାଣ୍ଟିବା ପାଇଁ ବାହାରିଥିଲା ପରେ ପରେ ଏକ ସବୁଜ ଶୋଭାଯାତ୍ରା ସହର ପରିକ୍ରମା କରିବା ସହ ଅତିଥିମାନେ ବୃକ୍ଷରୋପଣ କରିଥିଲେ ।

Leave a Reply

Your email address will not be published. Required fields are marked *