ନୀଳାଚଳ ଇସ୍ପାତ ନିଗମରୁ ପୁଂଜି ପ୍ରତ୍ୟାହାର ହେଲେ ଏହାକୁ କେନ୍ଦ୍ର ସରକାରୀ ଉଦ୍ୟୋଗକୁ ଦେବା ପାଇଁ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡାଇଙ୍କ ଦାବି ।

ନୀଳାଚଳ ଇସ୍ପାତ ନିଗମରୁ ପୁଂଜି ପ୍ରତ୍ୟାହାର ହେଲେ ଏହାକୁ କେନ୍ଦ୍ର ସରକାରୀ ଉଦ୍ୟୋଗକୁ ଦେବା ପାଇଁ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡାଇଙ୍କ ଦାବି ।

ଭୂବନେଶ୍ୱର-୧୧/୧/୨୦୨୦ ଓଡିଶାର ବରପୁତ୍ର ବିଜୁ ବାବୁଙ୍କର ସ୍ୱପ୍ନର ପ୍ରକଳ୍ପ ନୀଳାଚଳ ଇସ୍ପାତ ନିଗମରୁ ପୁଂଜି ପ୍ରତ୍ୟାହାର କରିନେବା ସହିତ ଏହାକୁ ୧୦ ମିଲିୟନ ଟନ୍ ବିଶିଷ୍ଟ ଏକ ପ୍ରକଳ୍ପରେ ପରିଣତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି(ସି.ସି.ଇ.ଏ) ବୈଠକରେ ହୋଇଥିବା ନିଷ୍ପତିକୁ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଳିଙ୍ଗନଗର ମଜଦୁର ୟୁନିୟନର ମୁଖ୍ୟଉପଦେଷ୍ଟା ଡଃ.ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ସ୍ୱାଗତ କରିଥିବା ବେଳେ ଦ୍ୱିସ୍ତରୀୟ ନିଲାମି ପ୍ରକ୍ରିୟାରେ ଏହାକୁ କୌଣସି ଘରୋଇ ଉଦ୍ୟୋଗକୁ ନଦେଇ ରଷ୍ଟ୍ରିୟ ଇସ୍ପାତ ନିଗମ(ଆର.ଆଇ.ଏନ.ଏଲ) କିମ୍ବା ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ(ସେଲ)କୁ ହସ୍ତାନ୍ତର କରି କାରଖାନାର ଆଧୁନୀକି କରଣ କରିବା ପାଇଁ ସେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଏକ ପ୍ରେସ ବିବୃତିରେ ଅନୁରୋଧ କରିଛନ୍ତି । ଶ୍ରୀ ଘଡାଇ ଆହୁରି କହିଛନ୍ତି ଯେ ନୀଳାଚଳ ଇସ୍ପାତ ନିଗମ ଅଧିନରେ ୨୫୦୦ ଏକର ଜମି ଥିବା ବେଳେ ୮୭୪ ହେକ୍ଟର ଲୈାହ ପଥର ଖଣି ଅଛି ତେଣୁ ଏହାକୁ ୧୦ ମିଲିୟନ ଟନ ବିଶିଷ୍ଟ ଏକ କାରଖାନାରେ ପରିଣତ କରିବାରେ କୈାଣସି ଅସୁବିଧା ହେବ ନାହିଁ ଅପର ପକ୍ଷରେ ଏହାର ଆଧୁନିକି କରଣ ହେଲେ ଏଥିରେ ପ୍ରତକ୍ଷ ଏବଂ ପରୋକ୍ଷ ଭାବରେ ନିୟୋଜିତ ୩୦୦୦ କର୍ମଚାରୀଙ୍କର ଭବିଷ୍ୟତ ସୁରକ୍ଷିତ ରହିବା ସହିତ ଆହୁରି ଅଧିକ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହୋଇ ପାରିବ । ମାତ୍ର ଏହାକୁ ପୁଂଜି ପତ୍ୟାହାର ମାଧ୍ୟମରେ କୌଣସି ଘରୋଇ ଉଦ୍ୟୋକୁ ହସ୍ତାନ୍ତର କଲେ ସେ ଏହାର ଖଣିଜ ପଦାର୍ଥ ଉତ୍ତୋଳନ କରି ବଜାର ଦରରେ ବିକ୍ରିକରି ଲାଭ ଉଠାଇବା ପାଇଁ ଯେତିକି ଚେଷ୍ଟାକରିବେ ସେତିକି କାରଖାନା, ଏହାର କର୍ମଚାରୀଙ୍କ ସ୍ୱାର୍ଥରକ୍ଷା ଏବଂ ପାରିପାଶ୍ୱିର୍କ ଉନ୍ନୟନ ପାଇଁ ଚିନ୍ତାକରିବେ ନାହିଁ । ତେଣୁ କେନ୍ଦ୍ର ଏବଂ ରାଜ୍ୟ ସରକାର ଏହାକୁ କୌଣସି ଏକ ଲାଭ ଦାୟକ ସରକାରୀ ଉଦ୍ୟୋଗକୁ ହସ୍ତାନ୍ତର କରି ୧୦ ମିଲିୟନ ଟନ ବିଶିଷ୍ଟ ଏକ ଅତ୍ୟାଧୁନୀକ କାରଖାନାରେ ପରିଣତ କରିବା ପାଇଁ ଶ୍ରୀ ଘଡାଇ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *