ଶ୍ରମିକମାନେ ବିଜୁ ପଟ୍ଟନାୟକ ବିମାନ ବନ୍ଦରଠାରେ ଅବତରଣ

ଭୁବନେଶ୍ୱର:୧୦.୦୭ ଆଜି ଶୁକ୍ରବାରଅପରାହ୍ନ ୦୩.୪୦  ମିନିଟ ସମୟରେ ଓମାନରେ କାମ କରୁଥିବା ପ୍ରବାସୀ ଓଡ଼ିଆ ଶ୍ରମିକମାନେ ବିଜୁ ପଟ୍ଟନାୟକ ବିମାନ ବନ୍ଦରଠାରେ ଅବତରଣ କରିଛନ୍ତି l ବିଶ୍ୱ ମାନବ ଅଧିକାର ସୁରକ୍ଷା ସଂଗଠନର ପ୍ରତ୍ୟେକ୍ଷ ତତ୍ୱାବଧାନରେ ଓଡିଶା ପ୍ରତ୍ୟାବର୍ତନ ଅବସରରେ ସେମାନଙ୍କୁ ସଂଗଠନ ତରଫରୁ ବିଜୁପଟ୍ଟନାୟକ ବିମାନ ବନ୍ଦର ଠାରେ ସ୍ୱାଗତ କରାଯାଇଥିଲା l ଏଥିରେ ମାନବ ଅଧିକାର ସୁରକ୍ଷା ସଂଗଠନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଡାଃ ଅଭିନ୍ନ ହୋତା, ଉପସଭାପତି ସୁଧାଂଶୁ ମହାନ୍ତି, ରାଷ୍ଟ୍ରୀୟ ସଂପାଦକ ଡାଃ ଅଜିତ ପ୍ରସାଦ ଜେନା, ଡାଃ ଜୋତି କର,ରାଜ୍ୟ ସଂପାଦକ ଦେବିଦତ୍ତା ସାମନ୍ତରାଯ. ଭୁବନେଶ୍ୱର ସାଙ୍ଗଠନିକ ସଭାପତି ଗୋପାଳ ମକଦମ, ଭୁବନେଶ୍ୱର ସାଧାରଣ ସଂପାଦକ ସମୀର ତ୍ରିପାଠୀ , ସୌଭାଗ୍ୟ ଲେଙ୍କା,ସଞ୍ଜୟ ପରିଡା, କମର ଅଲି ପ୍ରମୁଖ ଯୋଗଦାନ କରିଥିଲେ l ଏହା ସହିତ ଓମାନରେ ଥିବା ଆମର WHRPO ପ୍ରତିନିଧି (ସଭ୍ୟ) ସମ୍ପଦ କୁମାରଙ୍କୁ ମଧ୍ୟ ତାଙ୍କର ବଳିଷ୍ଠ ସହଯୋଗ ପାଈଁ ସଂଗଠନ ତରଫରୁ ଧନ୍ୟବାଦ ଦିଆଯାଇଥିଲା l

Leave a Reply

Your email address will not be published. Required fields are marked *