ଛାତ୍ର ଲାଇବ୍ରେରୀରେ ଥିଲେ। ପୋଲିସ ସେଠାରେ ଲାଠି ଚାଳନା

ଛାତ୍ର ଲାଇବ୍ରେରୀରେ ଥିଲେ। ପୋଲିସ ସେଠାରେ ଲାଠି ଚାଳନା

ଭୁବେନେଶ୍ୱର, ଦିଲ୍ଲୀ:ଜାମିଆ ବିଶ୍ବବିଦ୍ୟାଳୟରେ ନାଗରିକତା ଆଇନ ବିରୋଧରେ ହୋଇଥିବା ହିଂସାକାଣ୍ଡ ନେଇ ଆଜି କୁଳପତି ନଜମା ଅଖତର ଦେଇଛନ୍ତି ପ୍ରତିକ୍ରିୟା। ସାମ୍ବାଦିକ ସମ୍ମିଳନୀ କରି ନଜମା ପ୍ରତିକ୍ରିୟା ଦେଇ କହିଛନ୍ତ, ପୋଲିସ ବିନା ଅନୁମତିରେ କ୍ୟାମ୍ପସରେ ପ୍ରବେଶ କରିବା ସହ ଲାଇବ୍ରେରୀରେ ପଶି ଲାଠିଚାର୍ଜ କରିଛି। ଏଥିରେ ୨୦୦ ଜଣ ଛାତ୍ର ଆହତ ହୋଇଛନ୍ତି। ଆ​ମେ ତାଙ୍କ ବିରୋଧରେ ମାମଲା ରୁଜୁ କରିବୁ।

ନଜମା ଆହୁରି କହିଛନ୍ତି ଯେ, ଶୁକ୍ରବାର ପ୍ରଥମ ଥର ପାଇଁ ଜାମିୟାର ଛାତ୍ରମାନେ ନିଜର ଶୋଭାଯାତ୍ରା ବାହାର କରିଥିଲେ,ଏହାପରେ ଅଧ୍ୟାପକମାନେ ଛୁଟିରେ ଯାଇଥିଲେ। ଯେଉଁ ଲୋକମାନେ ବାହାରୁ ଆସୁଥିଲେ, ତାଙ୍କୁ ରୋକିବା ପାଇଁ ପୋଲିସ ଜାମିଆର ଗେଟ୍ ଉପରେ ବ୍ୟାରିକେଡ ଲଗାଇ ଦେଇଥିଲା। ଆମେ ତାଙ୍କୁ ବ୍ୟାରିକେଡ ଲଗାଇବାକୁ ରୋକିଥିଲୁ। କିଛି ବାହାର ଲୋକ କ୍ୟାମ୍ପସ ଭିତରକୁ ପଶି ଆସିଥିଲେ। ତାଙ୍କ ପଛରେ ପୋଲିସ ଲାଠି ନେଇ ଚାଲି ଆସିଥିଲା। ଆପଣ ମୋତେ ପଚାରିଥାନ୍ତେ, ରେଜିଷ୍ଟାରଙ୍କୁ ପଚାରିଥାନ୍ତେ ଆମର ଛାତ୍ର ଲାଇବ୍ରେରୀରେ ଥିଲେ। ପୋଲିସ ସେଠାରେ ଲାଠି ଚାଳନା କରିଥିଲା। ପିଲାମାନଙ୍କୁ ଯେଉଁ ଭଳି ବର୍ବରତାର ସହ ଭୟଭୀତ କରିଥିଲା, ତାହା ଠିକ୍ ନୁହେଁ। ୟୁନିଭର୍ସିଟିର ଖୁବ୍ କ୍ଷତି ହୋଇଥିଲ।

ପୋଡାଜଳା ସହ ଆମର କୌଣସି ସଂପର୍କ ନାହିଁ, ଆମେ କୌଣସି ରାଜନୈତିକ ଦଳକୁ ଡାକିନଥିଲୁ ବୋଲି କୁଳପତି କହିଛନ୍ତି । ଜାମିଆକୁ ଟାର୍ଗେଟ କରାନଯାଉ । ଜାମିଆକୁ ବଦନାମ କରାନଯାଉ ବୋଲି କହିବା ସହ ପୁରା ମାମଲାରେ ଉଚ୍ଚସ୍ତରୀୟ ଯାଞ୍ଚ କରିବାକୁ କୁଳପତି ଦାବି କରିଛନ୍ତି ନଜମା।

ସୂଚନାଯୋଗ୍ୟ ଯେ, ନାଗରିକତା ସଂଶୋଧନ ଆଇନ ବିରୋଧରେ ଦକ୍ଷିଣ ଦିଲ୍ଲୀରେ ଗତକାଲି ହିଂସା ଦେଖିବାକୁ ମିଳିଥିଲା। ପ୍ରଦର୍ଶନକାରୀମାନେ ୩ଟି ବସରେ ନିଆଁ ଲଗାଇ ଦେଇଥିଲେ । ଅଗ୍ନିଶମ ବାହିନୀ ଗାଡି ଉପରକୁ ମଧ୍ୟ ପ୍ରଦର୍ଶନକାରୀମାନେ ଆକ୍ରମଣ କରିଥିଲା। ଏହାପରେ ବିକ୍ଷୋଭରେ ସଂପୃକ୍ତି ଅଭିଯୋଗରେ ପୋଲିସ ୫୦ ଜଣ ଛାତ୍ରଙ୍କୁ ଅଟକ ରଖିଥିଲା। ତେବେ ଆଜି ସମସ୍ତଙ୍କୁ ଛାଡି ଦିଆଯାଇଛି। ତେବେ ପରିସ୍ଥିତିକୁ ଦେଖି ଜାମିଆ ୟୁନିଭର୍ସିଟିରେ ପୋଲିସ ଛାଉଣୀ କରାଯାଇଛି। ଏହାସହିତ ଜାନୁଆରୀ ୫ତାରିଖ ଯାଏଁ ଜାମିଆ ବିଶ୍ବ ବିଦ୍ୟାଳୟକୁ ଛୁଟିଘୋଷଣା କରାଯାଇଛି

Leave a Reply

Your email address will not be published. Required fields are marked *