କାନ୍ଦିଲା ମା ଆଖିର ଲୁହ । ଅନଶନରେ ମହିଳା ସଙ୍ଗଠନ

କାନ୍ଦିଲା ମା ଆଖିର ଲୁହ ।
ଅନଶନରେ ମହିଳା ସଙ୍ଗଠନ

ଭୁବନେଶ୍ୱର: ବ୍ୟାଙ୍କ ଅଧିକାରୀ ଓ ଅଧ୍ୟାପିକାଙ୍କ ଟିଣ୍ଡର ପ୍ରେମରେ ଦିନକୁ ଦିନ ନୂଆଟ୍ୱିଷ୍ଟ ଆସିବାରେ ଲାଗିଛି । ପୁଲିସ ବ୍ୟାଙ୍କ ଅଧିକାରୀଙ୍କୁ ଗିରଫ କରିଥିବା ବେଳେ ଅଧ୍ୟାପିକାଙ୍କୁ ଜାମିନ ଦେବା ନେଇ ବିବାଦ ଘନେଇବାରେ ଲାଗିଛି । ମଙ୍ଗଳବାର ଏକ ମହିଳା ସଂଗଠନ ଅଧ୍ୟାପିିକାଙ୍କ ଗିରଫ ଦାବି କରି ଥାନା ଆଗରେ ଧାରଣା ଦେଇଥିଲେ । ପୁଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ସେମାନଙ୍କୁ ୪୮ ଘଂଟାର ମିଛ ପ୍ରତିଶ୍ରୁତି ଦେଇଥିଲା । ଏହା ଜାଣିବା ପରେ ଗୁରୁବାର ମହିଳା ସଂଗଠନ ଥାନା ଆଗରେ ଆମରଣ ଅନଶନରେ ବସିଛନ୍ତି । ଯାହାକୁ ନେଇ ପୁଲିସ ଏବେ ଅଡୁଆରେ ପଡିଯାଇଛି ।
ମଙ୍ଗଳବାର ଅଧ୍ୟାପିକାଙ୍କ ଗିରଫ ଦାବି ନେଇ ବ୍ୟାଙ୍କ ଅଫିସରଙ୍କ ମା’ ଏକ ମହିଳା ସଙ୍ଗଠନ ସହ ମିଶି ଚନ୍ଦ୍ରଶେଖରପୁର ଥାନା ଘେରାଉ କରିଥିଲେ । ଏନେଇ ଘଟଣାସ୍ଥଳରେ ଜୋନ-୬ ଏସିପି ପ୍ରକାଶ କୁମାର ପାଲ ପହଂଚି ୪୮ ଘଂଟାର ମହଲତ ନେଇଥିଲେ । ଏବେ ମହଲତ ପୁରି ଯାଇଛି । ହେଲେ ଅଦ୍ୟାବଧି ପୁଲିସ ଅଧ୍ୟାପିକାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନାହିଁ । କାରଣ ୪୧ ସିଆରପିସିରେ ଜଣକୁ ଥାନାରେ ଜାମିନ ମିଳିଲେ, ପୁଣି ସେହି ମାମଲାରେ ଆଉ ତାଙ୍କୁ ଗିରଫ କରିବା ସମ୍ଭବ ନୁହେଁ । ତେବେ ପୁଲିସ ମହିଳା ସଂଗଠନଙ୍କୁ ମିଛ କହିଥିବା ଜଣାପଡିବା ପରେ ଗୁରୁବାର ମହିଳାମାନେ ଥାନା ଆଗରେ ଅନଶନରେ ବସିଛନ୍ତି । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନଶନରୁ ଉଠିବେ ନାହିଁ ବୋଲି ମହିଳା ସଙ୍ଗଠନର ସଭାନେତ୍ରୀ ବିନ୍ଦୁଶ୍ରୀ ଖଣ୍ଡାୟତରାୟ କଡା ଚେତାବନୀ ଦେଇଛନ୍ତି । ଫଳରେ ପୁଲିସ ଏବେ ଅକଳିରେ ପଡି ଯାଇଛି । ବ୍ୟାଙ୍କ ଅଧିକାରୀ ସୁନୀଲ ପ୍ରସାଦ ମିଶ୍ରଙ୍କ ମା’ ଏକ ମହିଳା ସଙ୍ଗଠନ ସହ ମିଶି ଗତ ମଙ୍ଗଳବାର ଚନ୍ଦ୍ରଶେଖରପୁର ଥାନା ଘେରାଉ କରିଥିଲେ । ପୁଲିସ କାହିଁକି ଯୁବକଙ୍କୁ ଜେଲ ପଠାଇ, ସମ୍ପୃକ୍ତ ଯୁବତୀଙ୍କୁ ଜାମିନ ଦେଲା ବୋଲି ଉକ୍ତ ମହିଳା ସଙ୍ଗଠନ ପୁଲିସକୁ ପ୍ରଶ୍ନ କରିଥିଲେ । ଖବର ପାଇ ଜୋନ-୬ ଏସିପି ପ୍ରକାଶ କୁମାର ପାଲ ଘଟଣାସ୍ଥଳରେ ପହଂଚି ସେମାନଙ୍କୁ ବୁଝାସୁଝା କରିଥିଲେ । ଏଥିସହିତ ୪୮ ଘଂଟା ଭିତରେ ଯୁବତୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ମହିଳା ସଙ୍ଗଠନକୁ ପ୍ରତିଶ୍ରୁତି ଦେଇଥିଲେ ।
କିନ୍ତୁ ନିୟମ ଅନୁସାରେ ଯଦି ଯୁବତୀ ଜଣଙ୍କ ମାମଲାର ତଦନ୍ତରେ ପୁଲିସକୁ ସମ୍ପୂର୍ଣ୍ଣ ସହଯୋଗ କରନ୍ତି, ତା’ହେଲେ ପୁଲିସ ତାଙ୍କୁ ଗିରଫ କରିପାରିବ ନାହିଁ । ସେହିପରି ଧାରା-୪୧ ନିୟମ ମୁତାବକ ପୁଲିସ ଅଭିଯୁକ୍ତକୁ ଗିରଫ କରି ଜାମିନ ଦେଲା ପରେ ଉକ୍ତ ମାମଲାରେ ପୁନର୍ବାର ଆଉ ଗିରଫ କରିପାରିବ ନାହିଁ । ତେବେ ନିୟମ କିଛି ଅଲଗା ଥିବା ବେଳେ ଏସିପି ମହିଳା ସଙ୍ଗଠନକୁ ୪୮ଘଂଟାର ମହଲତ କାହିଁକି ଦେଲେ, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *