କାହା ଇଙ୍ଗିତରେ ଅପରାଧୀଙ୍କୁ ସୁରକ୍ଷା ଯୋଗାଉଛି କମିସନରେଟ ପୋଲିସ ?:ବିଜେପି

ପୋଲିସ ସାମ୍ନାରେ ଜଣେ ଶିଖ ବ୍ୟକ୍ତିଙ୍କୁ ବିଜେଡି ଦଳର କର୍ମୀଙ୍କ ମରଣାନ୍ତକ ଆକ୍ରମଣ ପ୍ରସଙ୍ଗ କାହା ଇଙ୍ଗିତରେ ଅପରାଧୀଙ୍କୁ ସୁରକ୍ଷା ଯୋଗାଉଛି କମିସନରେଟ ପୋଲିସ ?:ବିଜେପି
ମାଡ ମାରୁଛନ୍ତି ଶାସକ ଦଳର ଗୁା ଦେଖଣାହାରୀ ସାଜିଛି ପୋଲିସ ପୋଲିସ ଉପସ୍ଥିତରେ ମରଣାନ୍ତକ ଆକ୍ରମଣ କରିଛନ୍ତି ଶାସକ ଦଳର ଗୁାରାଜଧାନୀରେ ୧୦୦ ନମ୍ବରକୁ ଫୋନ କଲେ ୨୦୦ ମିଟର ରାସ୍ତାକୁ ପୋଲିସ ପହଂଚିବାକୁ ଲାଗୁଛି ୨୦ ମିନିଟ୍
ପୀଡିତକୁ ସୁରକ୍ଷା ଦେବା ବଦଳରେ ଗୁାମାନଙ୍କ ଆକ୍ରମଣକୁ ସମର୍ଥନ କରୁଛି ପୋଲିସ ଶାନ୍ତିପ୍ରିୟ ସହରକୁ ଅଶାନ୍ତ କରିବାକୁ ଲାଗିଛନ୍ତି ଶାସକ ଦଳର ଗୁାଗୁାମାନଙ୍କ ସହ ଉପସ୍ଥିତ ପୋଲିସ ଅଫିସରମାନଙ୍କର କଣ ସଂପର୍କ ରହିଛି, ତାହା ରାଜ୍ୟସରକାରଙ୍କ ଗୃହ ବିଭାଗ ସ୍ପଷ୍ଟ କରୁ

ଭୁବନେଶ୍ୱର, ତା.୧୫/୦୧: ଗତକାଲି ପୋଲିସ ସାମ୍ନାରେ ଜଣେ ଶିଖ ବ୍ୟକ୍ତିଙ୍କୁ କିଛି ଅସାମାଜିକ ଗୁାମାନେ ମାଡ ମାରିବା ସହ ମରଣାନ୍ତକ ଆକ୍ରମଣ କରିବା ଅତ୍ୟନ୍ତ ନିନ୍ଦନୀୟ ଏବଂ ଦୁର୍ଭାଗ୍ୟଜନକ ଘଟଣା । କମିସନରେଟ ପୋଲିସ ସୁରକ୍ଷା କଥା କହୁଥିବା ସମୟରେ ଖୋଦ୍ ପୋଲିସ ଅଧିକାରୀଙ୍କ ସାମ୍ନାରେ ଗୁାମାନେ ଆକ୍ରମଣ କରୁଛନ୍ତି ଏବଂ ପୋଲିସ ଦେଖଣାହାରୀ ସାଜି ଏହି ଦୃଶ୍ୟକୁ ଦେଖୁଛି । ଏହା ପୋଲିସର କି ପ୍ରକାର ମାନସିକତା ବୋଲି ବିଜେପି ରାଜ୍ୟ ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ପ୍ରଶ୍ନ କରିଛନ୍ତି ।
ଶ୍ରୀ ମହାପାତ୍ର କହିଛନ୍ତି ଯେ, ଗତକାଲି ଶିଖ୍ ବ୍ୟକ୍ତି ଜଣକ ଆକ୍ରମଣର ଶିକାର ହେବା ପରେ ୧୦୦ ନମ୍ବରକୁ ଫୋନ କରି ଜଣାଇଥିଲେ । ଏହାର ୨୦ ମିନିଟ ପରେ ପୋଲିସ ଘଟଣାସ୍ଥଳରେ ପହଂଚିବା ଏବଂ ଜନୈକ ବ୍ୟକ୍ତିଙ୍କୁ ପଚରାଉଚରା କରିବା ପାଇଁ ତଳକୁ ଡାକି ପୁଣି ଗୁାମାନଙ୍କ ଦ୍ୱାରା ମାଡ ଖୁଆଇବା ଏକ ବିଦ୍ଧିବଦ୍ଧ ଯୋଜନା । କାରଣ ପୋଲିସ ଆଜି ଯେଉଁମାନଙ୍କୁ ଗିରଫ କରିଛି ଜଣାପଡିଛି କି , ଆକ୍ରମଣ କରିଥିବା ଗୁାମାନେ ବିଜେଡି ଦଳ ସମର୍ଥୀତ କର୍ମୀ । ସେଥିଲାଗି ପୋଲିସ ସୁରକ୍ଷା ଦେବା ପରିବର୍ତେ ଗୁାମାନଙ୍କ ଆକ୍ରମଣକୁ ସମର୍ଥନ କରୁଥିଲା ।
ଭୁବନେଶ୍ୱର ଏକ ଶାନ୍ତିପ୍ରିୟ ସହରକୁ ଶାସକ ଦଳର କିଛି ଗୁା ଅଶାନ୍ତ କରିଛନ୍ତି । ଏଭଳି ଅମାନବୀୟ ଘଟଣା ସହ ଯେଉଁମାନେ ଜଡିତ ଅଛନ୍ତି ସମସ୍ତଙ୍କୁ ପୋଲିସ ଗିରଫ ତୁରନ୍ତ ଗିରଫ କରୁ । ଏହା ସହ ସେହି ଗୁାମାନଙ୍କ ସହ ଉପସ୍ଥିତ ପୋଲିସ ଅଫିସରମାନଙ୍କର କଣ ସଂପର୍କ ରହିଛି, ତାହା ରାଜ୍ୟସରକାରଙ୍କ ଗୃହ ବିଭାଗ ସ୍ପଷ୍ଟ କରୁ । କାହା ଇଙ୍ଗିତରେ ପୋଲିସ ଅନ୍ୟ ଗୁାମାନଙ୍କୁ ସୁରକ୍ଷା ଦେବା ପାଇଁ ଲାଗିପଡିଛନ୍ତି ? କମିସନରେଟ ପୋଲିସ ଏ ଘଟଣାରେ ସଂପୃକ୍ତି ଥିବା ସମସ୍ତ ଗୁାଙ୍କୁ ଗିରଫ କରିବା ସହ ଜନୈକ ଶିଖ ବ୍ୟକ୍ତି ଏବଂ ପରିବାର ପ୍ରତି ବିପଦ ଥିବାରୁ ସେମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଉ । ସରକାର କେବଳ ଜଣେ ପୋଲିସ ଅଧିକାରୀଙ୍କୁ ନିଲମ୍ବନ କରି ଚୁପ୍ ରହିଲେ ହେବନାହିଁ । ଏ ଘଟଣାରେ ଲକ୍ଷ୍ମୀସାଗର ଥାନା ଅଧିକାରୀଙ୍କ କଣ ସଂପର୍କ ରହିଛି ତାହା ବି ଖୁଲାସା ହେବା ଦରକାର ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି ।
ଏହି ଅବସରରେ ଭୁବନେଶ୍ୱର ମଧ୍ୟ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *