ରକ୍ତଦାନ ଶିବିର ଏଥିସହିତ ଗରିବ ଓ ଅସହାୟଙ୍କୁ କମ୍ବଳ ବଂଟନ ।

ରକ୍ତଦାନ ଶିବିର ଏଥିସହିତ ଗରିବ ଓ ଅସହାୟଙ୍କୁ କମ୍ବଳ ବଂଟନ ।

ଭୁବନେଶ୍ୱର,: ‘ଆୟୁଷ୍ମାନ’ ନାଁଟା ଯେମିତି, ରୂପ, ଗୁଣ, ଆଚାର-ବ୍ୟବହାର ମଧ୍ୟ ସେମିତି । ଆମେ କହୁଛୁ, ସେଇ କୋମଳ ଶିଶୁ ଆୟୁଷ୍ମାନ ଶତପଥିଙ୍କ କଥା । ଯିଏ ଆଜିକୁ ଠିକ ବର୍ଷକ ତଳେ ଏକ ଆକସ୍ମିକ ଦୁର୍ଘଟଣାର ଶୀକାର ହୋଇ ଭଗବାନଙ୍କ କୋଳକୁ ଫେରିଯାଇଛନ୍ତି । ସେଇ ଆୟୁଷ୍ମାନଙ୍କ ସ୍ମରଣ ଉର୍ଦ୍ଦେଶ୍ୟରେ ରବିବାର ତାଙ୍କ ପରିବାର ତଥା ବାପା ଏସିପି ସଂଜୀବ ଶତପଥି ଓ ମା’ ସମିତା ମହାପାତ୍ର ଏକ ରକ୍ତଦାନ ଶିବିରର ଆୟାଜନ କରିଥିଲେ । ଏଥିସହିତ ଗରିବ ଓ ଅସହାୟଙ୍କୁ କମ୍ବଳ ବଂଟନ କରିଛନ୍ତି ।ଆୟୁଷ୍ମାନଙ୍କ ପାଇଁ କ୍ୟାପିଟାଲ ହସପିଟାଲ ହସପିଟାଲରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏଥିରେ କମିଶନରେଟ ପୁଲିସରେ କାର୍ଯ୍ୟରତ ଏସିପି, ଇନ୍ସପ୍ଟେରଙ୍କ ସମେତ ବହୁ କର୍ମଚାରୀ ରକ୍ତଦାନ କରିଥିଲେ । ଏଥିସହିିତ ଅନେକ ସାମ୍ବାଦିକ ଓ ସାଧାରଣ ଲୋକେ ମଧ୍ୟ ସ୍ୱଇଚ୍ଛାରେ ଆସି ରକ୍ତଦାନ କରିଥିଲେ । ତେବେ ଏହି ରକ୍ତଦାନ ଶିବିରରେ ମୋଟ ୬୮ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଯାହା ଇନହାଉସ ରକ୍ତ ସଂଗ୍ରହରେ ରେକର୍ଡ ସୃଷ୍ଟି କରିଛି ବୋଲି ବ୍ଳଡବ୍ୟାଙ୍କ ଡାକ୍ତର ଦେବାଶିଷ ମିଶ୍ର ସୂଚନା ଦେଇଛନ୍ତି ।ସେ

ହିପରି ସନ୍ଧ୍ୟାରେ ଅସହାୟ ଓ ଗରିବଙ୍କୁ ବିଶେଷ କରି ରାସ୍ତା କଡରେ ଶୋଉଥିବା ଲୋକଙ୍କୁ ଏସିପି ଶ୍ରୀଶତପଥି ଓ ତାଙ୍କ ପତ୍ନୀ କମ୍ବଳ ବଂଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ପୁଲିସ କମିଶନର ତଥା ଭୁବନେଶ୍ୱର ଡିସିପି (ଇନଚାର୍ଜ) ଅନୁପ ସାହୁଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ଅନ୍ୟପକ୍ଷରେ ଆୟୁଷ୍ମାନଙ୍କ ସ୍ମରଣ ଉଦ୍ଦେଶ୍ୟରେ କରାଯାଇଥିବା ରକ୍ତଦାନ ଶିବିରରୁ ସଫଳ କରିଥିବାରୁ ଏସିପି ଶ୍ରୀଶତପଥି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *