ନାଗରିକତା ସଂଶୋଧନ ବିଧେୟକ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବାର୍ତା

ନାଗରିକତା ସଂଶୋଧନ ବିଧେୟକ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ
ଗୁରୁତ୍ୱପୂର୍ଣ୍ଣ ବାର୍ତା
ମିଥ୍ୟା ଓ ଗୁଜବଠାରୁ ଦୂରେଇ ରହିବା ପାଇଁ ଦେଶବାସୀଙ୍କୁ ନିବେଦନ
ନାଗରିକତା ସଂଶୋଧନ ବିଧେୟକ କୌଣସି ସମ୍ପ୍ରଦାୟର ବ୍ୟକ୍ତିବିଶେଷଙ୍କୁ ହାନି ପହଂଚାଇବ ନାହିଁ ବୋଲି
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଶ୍ୱାସନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ ଜରିଆରେ କହିଛନ୍ତି, “ନାଗରିକତା
ସଂଶୋଧନ ବିଧେୟକ ବିରୋଧରେ ହିଂସାତ୍ମକ ପ୍ରତିବାଦ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଦୁଃଖଦାୟକ” ।
ଆଲୋଚନା, ବିତର୍କ ଏବଂ ମତଭେଦ ଗଣତନ୍ତ୍ରର ମହତ୍ୱପୂର୍ଣ୍ଣ ଅଂଶ, କିନ୍ତୁ ସାର୍ବଜନୀନ ସମ୍ପତି ନଷ୍ଟ ଓ ସାଧାରଣ
ଜୀବନରେ ଶାନ୍ତିଭଙ୍ଗ କରିବା ଆମ ସଂସ୍କୃତି ନୁହେଁ ।
ନାଗରିକ ସଂଶୋଧନ ବିଧେୟକ ୨୦୧୯ ସଂସଦର ଉଭୟ ଗୃହରେ ବ୍ୟାପକ ସମର୍ଥନ ସହ ପାରିତ ହୋଇଛି ।
ବହୁସଂଖ୍ୟାରେ ରାଜନୈତିକ ଦଳ ଏବଂ ସାଂସଦ ଏହାକୁ ସମର୍ଥନ କରିଛନ୍ତି । ଏହି ବିଧେୟକ ଭାରତର
ସହାବସ୍ଥାନ, କରୁଣା, ଭାଇଚାରା ଏବଂ ସମସ୍ତଙ୍କୁ ଆପଣାଇବା ସଂସ୍କୃତିର ପ୍ରତିଫଳନ ।ମୁଁ ସମସ୍ତ ଦେଶବାସୀଙ୍କୁ ପୁନଃ ଆଶ୍ୱାସନା ଦେବାକୁ ଚାହେଁ ଯେ, ଏହି ବିଧେୟକ କୌଣସି ସମ୍ପ୍ରଦାୟର କ୍ଷତି କରିବ ନାହିଁ । ଏହି ବିଧେୟକ ହେତୁ କୌଣସି ଭାରତୀୟଙ୍କୁ ଚିନ୍ତାପ୍ରକଟ କରିବାର ଆବଶ୍ୟକତା ନାହିଁ । ଏହା
ସେମାନଙ୍କ ପାଇଁ ଯେଉଁମାନେ ଅନ୍ୟଦେଶରେ ବହୁ ବର୍ଷ ଧରି ପୀଡିତ ଏବଂ ଭାରତ ଛଡା ଅନ୍ୟ କୌଣସି ଜାଗାରେ ସେମାନଙ୍କ ପାଇଁ ଆଶ୍ରୟ ନାହିଁ ।ସାଂପ୍ରତିକ ସମୟର ଆହ୍ୱାନ ଅନୁସାରେ ଆମ ସମସ୍ତଙ୍କୁ ଭାରତର ବିକାଶ ଏବଂ ପ୍ରତ୍ୟେକ ଭାରତୀୟ ବିଶେଷ କରି ଗରିବ, ନିଷ୍ପେସିତ ଓ ବଂଚିତଙ୍କ ସଶକ୍ତିକରଣ ଦିଗରେ କାର୍ଯ୍ୟ କରିବାକୁ ପଡିବ ।ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କୁ ଆମେ ଏକତା ଭାଙ୍ଗିବା ଏବଂ ହିଂସାତ୍ମକ କାଣ୍ଡ ଘଟାଇବାର ସୁଯୋଗ ଦେବାନାହିଁ ।ବର୍ତମାନ ଶାନ୍ତି, ଏକତା ଓ ଭାଇଚାରା ବଜାୟ ରଖିବାର ସମୟ । ମୁଁ ସମସ୍ତ ଦେଶବାସୀଙ୍କୁ ନିବେଦନ କରିବାକୁ
ଚାହେଁ ଯେ, ସମସ୍ତ ପ୍ରକାରର ମିଥ୍ୟା ଓ ଗୁଜବଠାରୁ ଦୂରେଇ ରହୁନ୍ତୁ ।

Leave a Reply

Your email address will not be published. Required fields are marked *