କିଶୋର କିଶୋରୀ ଓ ଯୁବା ମହିଳା ମାନଙ୍କର ଯୌନଗତ ଏବଂ ପ୍ରଜନନ ସ୍ୱାସ୍ଥ୍ୟ ଅଧିକାର ସମ୍ବନ୍ଧୀୟ ଜିଲ୍ଲା ସ୍ତରୀୟ କର୍ମଶାଳା

କିଶୋର କିଶୋରୀ ଓ ଯୁବା ମହିଳା ମାନଙ୍କର ଯୌନଗତ ଏବଂ ପ୍ରଜନନ ସ୍ୱାସ୍ଥ୍ୟ ଅଧିକାର ସମ୍ବନ୍ଧୀୟ ଜିଲ୍ଲା ସ୍ତରୀୟ କର୍ମଶାଳା

ଭୁବନେଶ୍ଵର : ରାଜ୍ୟର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ପିପୁଲ୍ସ କଲଚରାଲ୍ ସେଣ୍ଟର (ପିକକ୍) ଦ୍ଵାରା ଆଡପସନ୍ ସେଣ୍ଟ୍ରମ ର ସହଯୋଗରେ କିଶୋର କିଶୋରୀ ଓ ଯୁବା ମହିଳା ମାନଙ୍କର ଯୌନଗତ ଏବଂ ପ୍ରଜନନ ସ୍ୱାସ୍ଥ୍ୟ ଅଧିକାର ସମ୍ବନ୍ଧୀୟ ଜିଲ୍ଲା ସ୍ତରୀୟ କର୍ମଶାଳା ଖୋର୍ଦ୍ଧା ଜିଲ୍ଲା ଡ଼ିଆରଡ଼ିଏ ର ସମ୍ମେଳନ କକ୍ଷ ରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳା ରେ ପ୍ରାୟ ୮୦ ରୁ ଅଧିକ ପ୍ରତିନିଧି ବିଶେଷ କରି କିଶୋର କିଶୋରୀ, ଯୁବା ମହିଳା, ସରକାରୀ ଅଧିକାରୀ ଓ ଗଣମାଧ୍ୟମ ର ପ୍ରତିନିଧି ମାନେ ଅଂଶଗ୍ରହଣ କରିଥିଲେ। ପିକକ୍ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ସ୍ଵାଗତ ଭାଷଣ ଦେଇ ଏହି କର୍ମଶାଳାର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ। କୈଶୋର ଅବସ୍ଥାରେ ଉତ୍ପନ୍ନ ହେଉଥିବା ସ୍ୱାସ୍ଥ୍ୟଗତ ସମସ୍ୟା ଗୁଡିକୁ ବିଶେଷ ଧ୍ୟାନ ଦେବା ଆବଶ୍ୟକ ନଚେତ ଏହା ସେମାନଙ୍କର ଭବିଷ୍ୟତ ଜୀବନକୁ ପ୍ରଭାବିତ କରିବ ବୋଲି ମତ ବ୍ୟକ୍ତ କରିଥିଲେ । ପିକକ୍ ର ଅଧକ୍ଷା ଆଦରମଣି ବରାଳ ଏଥିରେ ଅଧ୍ୟକ୍ଷତା କରିଥିଲେ ଓ ପିକକ୍ ର ନିର୍ଦ୍ଦେଶିକା ମିନାକ୍ଷୀ ପଣ୍ଡା କିଶୋର କିଶୋରୀ ଓ ଯୁବା ମହିଳା ମାନଙ୍କର ଯୌନଗତ ଏବଂ ପ୍ରଜନନ ସ୍ୱାସ୍ଥ୍ୟ ସମ୍ବନ୍ଧ ରେ ନିଜର ମତ ରଖିଥିଲେ। ଆଡପସନସେଣ୍ଟ୍ରମ ର ନିର୍ଦ୍ଦେଶିକା ରୁବି ରାଉତ କିଶୋର, ମହିଳା ମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡିକ ସରକାର ଓ ଜନସାଧାରଣଙ୍କର ମିଳିତ ସହଯୋଗରେ ସମାଧନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ
ଏହି କର୍ମଶାଳାକୁ ମୁଖ୍ୟ ଅତିଥି ଜିଲ୍ଲା ଗ୍ରାମୀଣ ଉନ୍ନୟନ ବିଭାଗ ର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦିଗନ୍ତ ରାଉତରାୟ ଉଦଘାଟନ କରି ଜିଲ୍ଲାରେ କିଶୋର ଓ ମହିଳା ମାନଙ୍କର ସମସ୍ୟା କୁ ସମାଧାନ କରିବାକୁ ହେଲେ ସାମାଜିକ ଅନୁଷ୍ଠାନ, ସରକାରୀ ସଂସ୍ଥା ମିଳିତ ହୋଇ କାର୍ଯ୍ୟ କରିବା ଉଚିତ ବୋଲି ସେ ନିଜର ମତ ବ୍ୟକ୍ତ କରିବା ସହିତ ଜୀବନ କୌଶଳ ଶିକ୍ଷା ଉପରେ ଗୁରୁତ୍ଵ ଆରୋପ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା କଲ୍ୟାଣ ଅଧିକାରୀ ମନୋଜ ନାୟକ, ଜିଲ୍ଲା ସମଗ୍ର ଶିକ୍ଷା ର ସଂଯୋଜିକା ଅମ୍ରିତା ପଟ୍ଟନାୟକ, ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଡାଃ ପି॰ କେ॰ ମିଶ୍ର, ଜିଲ୍ଲା କୁଷ୍ଠରୋଗ ବିଶେଷଜ୍ଞ ଅଧିକାରୀ ଡାଃ ଇନ୍ଦିରା ରଥ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ସୋମେନ୍ଦ୍ର ନାୟକ ଆଦି ଯୋଗଦେଇ କିଶୋର ଅବସ୍ଥାରେ ଉତ୍ପନ୍ନ ହେଉଥିବା ସ୍ୱାସ୍ଥ୍ୟ ଗତ ସମସ୍ୟା ଓ ଏହାର ସମାଧାନ, ସ୍ଵଛତା, ଯୁବା ମହିଳା ମାନଙ୍କର ପ୍ରଜନନ ଅଧିକାର, ଏଡସ୍ ଓ ଏଚଆଇଭି, ଘରୋଇ ହିଂସା, ସ୍ୱାସ୍ଥ୍ୟ ଓ ସ୍ଵଚ୍ଛତା, ପରିବାର ନିୟନ୍ତ୍ରଣ, ସୁଷମଖାଦ୍ୟ, ଶିଶୁ ଶ୍ରମିକ ପ୍ରଥା ଓ ସରକାରଙ୍କର ବିଭିନ୍ନ ଯୋଜନା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ । ପିକକ୍ ର ପଶାନ୍ତ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ଓ ପିକକ୍ ର ପାଣୁ ବେହେରା, ପ୍ରିୟଦର୍ଶିନୀ ସ୍ଵାଇଁ ଓ ବିନୋଦ କୁମାର ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *