ପାଠାଗାରରେ ସାମିଲ ହେଲେ ଶତାଧିକ ଛାତ୍ରଛାତ୍ରୀ

ପାଠାଗାରରେ ସାମିଲ ହେଲେ ଶତାଧିକ ଛାତ୍ରଛାତ୍ରୀ

ଭୁବନେଶ୍ୱର : ସଫଳତାର ସହ ଆଗେଇ ଚାଲିଛି ‘ୟୁନିକ ପାଠଶାଳା-ଇଚ ୱନ୍ ଟିଚ ୱନ୍’ ରବିବାର
ଭିବନେଶ୍ୱର ସ୍ଥିତ ପାତ୍ରପଡାର ଭଗବାନପୁର ଗ୍ରାମରେ ପାଠଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ସ୍ଥାନୀୟ ଅଙ୍ଗନବାଡି ପରିସରରେ ଏକାଠି ହୋଇଥିଲେ ଗ୍ରାମର ୫୦ରୁ ଉର୍ଦ୍ଧ କୁନି ପିଲା । ପିଳାମାନଙ୍କ ମନରେ
ଆଗ୍ରହ ସୃଷ୍ଟି କରିବା ପାଇଁ ବିଶେଷ ଭାବରେ ନାଚ, ଗୀତ ଓ ଖେଳ ଉପରେ ହୁରୁତ୍ୱାରୋପ କରାଯାଇଥିଲା ।
ଟ୍ରଷ୍ଟର ଉପସଭାପତି ରୋଜା ଘୋଷ ଓ ଯୁବ ପ୍ରଶିକ୍ଷକ କଳ୍ପନା ବିଶୋଇ ପିଲାମାନଙ୍କୁ ଗୀତ ଓ ଗପ ମାଧ୍ୟମରେ ଶିକ୍ଷା
ପ୍ରଦାନ କରିଥିଲେ । ଯୋଗ ପ୍ରଶିକ୍ଷକ ଆଶୁତୋଷ ମହାପାତ୍ର ସୁସ୍ଥ ନିରୋଗ ଜୀବନ ପାଇଁ ପିଲାମାନଙ୍କୁ ସରଳ
ଯୋଗ ଶିକ୍ଷା ଦେଇଥିଲେ । ଆଗାମୀ ଦିନରେ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବା
ଲକ୍ଷ ରହିଛି ବୋଲି ଟ୍ରଷ୍ଟର ସଭାପତି ଅମୀୟବାଳା ପରିଡା କହିଛନ୍ତି । ଜଣେ ଜଣକୁ ମାଗଣାରେ ଶିକ୍ଷା ପ୍ରଦାନ
କରିବାର ଇଚ୍ଛାନେଇ ଏହି ମହାନ କାର୍ଯ୍ୟରେ ସ୍ୱେଚ୍ଛାକୃତ ଭାବେ ସାମିଲ ହୋଇଛନ୍ତି ରମାଦେବୀ, ବିଜେବି, ଏକାମ୍ର ତଥା
କିଟ୍ ବିଶ୍ୱଲିଦ୍ୟାଳୟର ବହୁ ଛାତ୍ରଛାତ୍ରୀ । ଆଗାମୀ ଦିନରେ ଅଧିକ ସଂଖ୍ୟକ ଶିକ୍ଷାର୍ଥୀ ଓ ସବୁବର୍ଗର ବ୍ୟକ୍ତିଙ୍କୁ
ଏହି କାର୍ଯ୍ୟକ୍ରମରେ ସାମିଲ କରିବାର ଯୋଜନା ରହିଛି ବୋଲି କହିଛନ୍ତି ସମ୍ପାଦକ ସାଗର ଦାସ । ଏହି ଅବସରରେ ପିଲା
ମାନଙ୍କୁ ଛବିଳ ମଧୁ ବର୍ଣ୍ଣବୋଧ ପୁସ୍ତକ ସହିତ ଅନ୍ୟାନ୍ୟ ପାଠ୍ୟ ଉପକରଣ, ଚକୋଲେଟ, ବିସ୍କୁଟ ଇତ୍ୟାଦି ିି ବଣ୍ଟନ
କରାଯାଇଥିଲା । ଟ୍ରଷ୍ଟର ଯୁବ ସଦସ୍ୟ ଦୀପକ

Leave a Reply

Your email address will not be published. Required fields are marked *