ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଷଷ୍ଠତମ ଷ୍ଟାଣ୍ଡିଂ କମିଟି ବୈଠକ

ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଷଷ୍ଠତମ ଷ୍ଟାଣ୍ଡିଂ କମିଟି ବୈଠକ

ଭୁବନେଶ୍ୱର:୧୩।୧୨ : ଶୁକ୍ରବାର ପୂର୍ବାହ୍ନରେ ଲୋକସେବା ଭବନଠାରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଷଷ୍ଠତମ ଷ୍ଟାଣ୍ଡିଂ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଅଧ୍ୟକ୍ଷତା କରିଥିଲେ । ବୈଠକରେ ମନ୍ତ୍ରୀ ଆରୁଖ କହିଛନ୍ତି, ବନ୍ୟପ୍ରାଣୀ (ସୁରକ୍ଷା) ଆଇନ, ୧୯୭୨ର ଧାରା-୬ ଅନୁଯାୟୀ ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ ଗଠିତ ହୋଇଛି ଏବଂ ରାଜ୍ୟରେ ବନ୍ୟପ୍ରାଣୀଙ୍କ ସଂରକ୍ଷଣ ଉପରେ ରାଜ୍ୟ ସରକାର ସର୍ବଦା ଗୁରୁତ୍ୱ ଦେଇଆସୁଛନ୍ତି । ବନ୍ୟପ୍ରାଣୀଙ୍କ ସୁରକ୍ଷା, ଅଭୟାରଣ୍ୟର ବିକାଶ, ପରିବେଶ ନିୟମର ଅନୁପାଳନ ପ୍ରଭୃତି ସମସ୍ତ ଦିଗକୁ ଅନୁଧ୍ୟାନ କରି ଆଗାମୀ ଦିନରେ ବନ୍ୟପ୍ରାଣୀ ସୁରକ୍ଷା ଦିଗରେ ପଦକ୍ଷେପ ନିଆଯାଇଥାଏ ।

ଆଜିର ବୈଠକରେ ଫନି ମହାବାତ୍ୟାରେ କ୍ଷୟକ୍ଷତି ହୋଇଥିବା ବାଲୁଖଣ୍ଡ-କୋଣାର୍କ ଅଭୟାରଣ୍ୟ ୨୦ ଲକ୍ଷ ବୃକ୍ଷ ନଷ୍ଟ ହୋଇଯାଇଛି । ନଷ୍ଟ ହୋଇଯାଇଥିବା ବୃକ୍ଷର ଡାଳ ଏବଂ କାଠ ଅଭୟାରଣ୍ୟ ନିକଟସ୍ଥ ୨୮ଟି ସ୍ଥାନୀୟ ପରିବେଶ ବିକାଶ ସମିତିକୁ ସେମାନଙ୍କ ଦୈନନ୍ଦିନ ବ୍ୟବହାର ନିମନ୍ତେ ହସ୍ତାନ୍ତର କରାଯିବ ଏବଂ ବଳକା କାଠ ବିନାମୂଲ୍ୟରେ ଶ୍ରୀଜଗନ୍ନାଥ ମନ୍ଦିର ଏବଂ ସ୍ୱର୍ଗଦ୍ୱାରକୁ ପ୍ରଦାନ କରାଯିବ । କାଠ କାଟିବା ଓ ପରିବହନ ବାବଦକୁ ଖର୍ଚ୍ଚ ମନ୍ଦିର ପ୍ରଶାସନ ବହନ କରିବ। ସେହିଭଳି ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଅଚଳ ହୋଇ ପଡିରହିଥିବା ରୋପ୍‌-େୱ ପୁନଃ କାଯ୍ୟକାରୀ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା । ଯାହାଫଳରେ ପର୍ଯ୍ୟଟକମାନଙ୍କ ନିମନ୍ତେ ଏକ ପ୍ରମୁଖ ଆକର୍ଷଣ ହେବ ଏଥିସହ ପଯ୍ୟଟକ ସଂଖ୍ୟା ବୁଦ୍ଧି ପାଇବ। ଏଥିସହ ପ୍ରସ୍ତାବିତ ୬୨୪ ମିଟର ଦୈର୍ଘ୍ୟ ନୂତନ ରୋପ୍‌-େୱ ନିର୍ମାଣ ନିମନ୍ତେ ନନ୍ଦନକାନନ ମଧ୍ୟରେ ଛୋଟ ଏବଂ ମଧ୍ୟମ ଧରଣର ପ୍ରାୟ ୩୬ଟି ବୃକ୍ଷ କଟାଯିବା ନିମନ୍ତେ ବନ୍ୟପ୍ରାଣୀ ବୋର୍ଡର ଅନୁମୋଦନ ଲାଭ କରିବା ପରେ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ମନ୍ତ୍ରଣାଳୟକୁ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରେରଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା ।

ଏହି ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ଶାସନ ସଚିବ ଡ. ମୋନା ଶର୍ମା, ପ୍ରଧାନ ବନସଂରକ୍ଷକ (ବନ୍ୟପ୍ରାଣୀ) ଏବଂ ମୁଖ୍ୟ ବନ୍ୟ ତତ୍ତ୍ୱାବଧାରକ ଡ. ହରିଶଙ୍କର ଉପାଧ୍ୟାୟ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଡ. ସନ୍ଦୀପ ତ୍ରୀପାଠୀ, ନନ୍ଦନକାନନର ନିର୍ଦ୍ଦେଶକ ତଥା ଅତିରିକ୍ତ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଶଶି ପଲ୍‌, ଡ. ପ୍ରିୟମ୍ବଦା ମହାନ୍ତି ହେଜ୍‌ମାଦି, ସେଣ୍ଟର ଫର ଏନ୍‌ଭାଇରନ୍‌ମେଣ୍ଟାଲ୍‌ ଷ୍ଟଡିଜ୍‌ର ପୂର୍ବତନ ନିର୍ଦ୍ଦେଶିକା ଡ. ଶୈଳବାଳା ପାଢ଼ୀ, ଅବସରପ୍ରାପ୍ତ ବରିଷ୍ଠ ଜଙ୍ଗଲ ବିଭାଗ ଅଧିକାରୀ ସରୋଜ କୁମାର ପଟ୍ଟନାୟକ, ଡ. ଏଲ୍‌. ଏ. କେ. ସିଂହ, ଷ୍ଟାଣ୍ଡିଂ କମିଟିର ସଦସ୍ୟବୃନ୍ଦ ତଥା ଜଙ୍ଗଲ ଓ ପରିବେଶ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *