ଭାରତର ମହାମହିମ ରାଷ୍ଟ୍ରପତିଙ୍କ କରକମଳରେ ବରୁଣେଇଠାରେ ପାଇକ ବିଦ୍ରୋଦ ସ୍ମାରକର ଭିତ୍ତିପ୍ରସ୍ତର ସ୍ଥାପନ

ଭାରତର ମହାମହିମ ରାଷ୍ଟ୍ରପତିଙ୍କ କରକମଳରେ ବରୁଣେଇଠାରେ ପାଇକ ବିଦ୍ରୋଦ ସ୍ମାରକର ଭିତ୍ତିପ୍ରସ୍ତର ସ୍ଥାପନ


ଭୁବନେଶ୍ୱର, ୮.୧୨.୨୦୧୯: ଆଜି ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦଙ୍କ କରକମଳରେ ଐତିହାସିକ ବରୁଣେଇ ପାହାଡ଼ ପାଦଦେଶରେ ଇଣ୍ଡିଆନ୍ ଅଏଲ୍ ଫାଉଣ୍ଡେସନ ପକ୍ଷରୁ ନିର୍ମାଣ ହେବାକୁ ଥିବା ‘ପାଇକବିଦ୍ରୋହ’ ସ୍ମାରକର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଆମନ୍ତ୍ରିତ ହୋଇଥିବା ବହୁ ଗଣ୍ୟମାନ୍ୟ ଅତିଥି ତଥା ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।
ମାନ୍ୟଗଣ୍ୟ ଅତିଥିଙ୍କ ମଧ୍ୟରେ ଭାରତର ପ୍ରଥମ ମହିଳା ଶ୍ରୀମତୀ ସବିତା କୋବିନ୍ଦ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନ, ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶୀ ଲାଲ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ଏବଂ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ପର୍ଯ୍ୟଟନ ଏବଂ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ପ୍ରହ୍ଲାଦ ସିଂ ପଟେଲ, କେନ୍ଦ୍ରପଶୁ ପାଳନ, ଦୁଗ୍ଧ ଓ ମତ୍ସ୍ୟପାଳନ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ, ଶ୍ରୀ ପ୍ରତାପ ଚନ୍ଦ୍ର ଷଢଙ୍ଗୀ, ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଓ ତୈଳ ଉଦ୍ୟୋଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
ଏହି ଅବସରରେ ମାନନୀୟ ରାଷ୍ଟ୍ରପତି କହିଥିଲେ ଯେ, ପ୍ରାଚୀନ ଯୁଗରୁ ଓଡ଼ିଶାର ଏକ ଗରିମାମୟ ଇତିହାସ ରହିଥିବା ବେଳେ ମହାଭାରତ ଯୁଗରୁ ଏହା ଉକ୍ରଳ ଏବଂ ମୌର୍ଯ୍ୟ ଯୁଗରୁ ଏହା କଳିଙ୍ଗ ନାମରେ ପରିଚିତ । ଏହା ହେଉଛି ଏପରି ଏକ ଭୂମି ଯାହା ଚଣ୍ଡାଶୋକକୁ ଧର୍ମାଶୋକରେ ପରିଣତ କରିପାରିଛି ; ଯାହାକି ବୌଦ୍ଧଧର୍ମରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଦେଇଥିଲା ।
“ଓଡ଼ିଶା କେବଳ ଏହାର କଳା, ସଂସ୍କୃତି ଓ ସ୍ଥାପତ୍ୟ ଏବଂ ଶିଳ୍ପ ଓ ବାଣିଜ୍ୟ ନିମନ୍ତେ ପ୍ରସିଦ୍ଧ ତାହା ନୁହେଁ, ଏହା ସ୍ୱାଧୀନତା ସଂଗ୍ରାମ, ସାହସ ଏବଂ ବଳିଦାନର ମଧ୍ୟ ଉକ୍ରୃଷ୍ଟ ଦୃଷ୍ଟାନ୍ତ ବହନ କରୁଛି । ପ୍ରାଚୀନ ଯୁଗରୁ ହିଁ ଏହି ରାଜ୍ୟ ବିଦେଶୀ ଶାସକକୁ ଆକୃଷ୍ଟ କରି ଆସିଛି ଏବଂ ଯେଉଁମାନେ ହିଁ ସେମାନଙ୍କର ଶାସନ ବ୍ୟବସ୍ଥାକୁ ଓଡ଼ିଶାର ଜନସାଧାରଣଙ୍କ ଉପରେ ବଳ ପୂର୍ବକ ପ୍ରୟୋଗ କରିଛନ୍ତି ।
ଭାରତ ସ୍ୱାଧୀନତା ସଂଗ୍ରାମ ଉପରେ ଆଲୋକପାତ କରି ମାନନୀୟ ରାଷ୍ଟ୍ରପତି କହିଥିଲେ ଯେ, ଭାରତର ସ୍ୱାଧୀନତା ପାଇଁ ହୋଇଥିବା ସଂଗ୍ରାମ ସହ ଅନେକ ଅବିସ୍ମରଣୀୟ ଘଟଣା, ଆନ୍ଦୋଳନ ଏବଂ ବହୁ ସ୍ୱାଧୀନତା ସଂଗ୍ରାମୀ ଏଥିରେ ଜଡ଼ିତ । ତନ୍ମଧ୍ୟରୁ ଅନ୍ୟତମ ତଥା ପ୍ରମୁଖ ସଂଗ୍ରାମ ଥିଲା ପାଇକ ବିଦ୍ରୋହ ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ, ୧୮୧୭ ମସିହାରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୁଦ୍ଧରେ ଆରମ୍ଭ ହୋଇଥିବା ପ୍ରଜା ଆନ୍ଦୋଳନ ପାଇକ ବିଦ୍ରୋହକୁ, ଉଚିତ ମାନ୍ୟତା ପ୍ରଦାନ କରିବା ନିମନ୍ତେ, ୨୦୧୭-୧୮ ଆର୍ଥିକ ବର୍ଷରେ ତତ୍କାଳୀନ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀ ଅରୁଣ ଜେଟ୍ଲୀ, ବକ୍ସି ଜଗବନ୍ଧୁୁଙ୍କ ନେତୃତ୍ୱରେ ସଂଗଠିତ ଏହିବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତିଉତ୍ସବ ପାଳନ କରିବାକୁ ସରକାର ଯୋଜନା କରିଥିବା ଘୋଷଣା କରିଥିଲେ ।
ଏହି ପଦକ୍ଷେପକୁ ଆଗକୁ ନେବାକ୍ରମରେ ବର୍ଷତମାମ ଏହିଉତ୍ସବକୁ ପାଳନ କରିବା ନିମନ୍ତେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ୨୦୧୭ ଜୁଲାଇ ୨୦ ତାରିଖରେ ଦିଲ୍ଲୀ ବିଜ୍ଞାନ ଭବନ ଠାରେଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଭାରତର ତତ୍କାଳୀନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଓଡ଼ିଆ ପାଇକବୀରଙ୍କ ବିରତ୍ୱ ଓ ସାହାସିକତା ଏବଂ ଭାରତର ସ୍ୱାଧୀନତା ସଂଗ୍ରାମରେ ସେମାନଙ୍କ ଯୋଗଦାନକୁ ସମ୍ମାନ ଜଣାଇବାକୁ ଯାଇ ଓଡ଼ିଶାର ବରୁଣେଇ ପାହାଡ଼ ପାଦଦେଶରେ ବକ୍ସିଜଗବନ୍ଧୁଙ୍କ ଏକ ସ୍ମୃତିସ୍ମାରକୀ ପ୍ରତିଷ୍ଠାକରିବା ନିମନ୍ତେ ଏହିକାର୍ଯ୍ୟକ୍ରମରେ ପ୍ରସ୍ତାବ ଦିଆଯାଇଥିଲା ।
ଏହିକ୍ରମରେ ୨୦୧୮ ମସିହା ଡିସେମ୍ବର ମାସରେ ଭାରତର ପ୍ରଧାନମନ୍ତ୍ରୀଙ୍କ ଭୁବନେଶ୍ୱର ଆଇଆଇଟି ଗସ୍ତ ସମୟରେ ଏକ ସ୍ମାରକୀ ଡାକଡିକଟ ଏବଂ ମୁଦ୍ରା ମଧ୍ୟ ଉନ୍ମୋଚନ କରିଥିଲେ । ଭୁବନେଶ୍ୱରସ୍ଥ ଉକ୍ରଳ ବିଶ୍ୱବିଦ୍ୟାଳୟରେ ଏକ ପାଇକ ବିଦ୍ରୋହ ଚେୟାର ପ୍ରତିଷ୍ଠା କରିବା ନିମନ୍ତେ ଘୋଷଣା ମଧ୍ୟ କରାଯାଇଥିଲା ।
ମାନନୀୟ ରାଷ୍ଟ୍ରପତି ଆହୁରି ମଧ୍ୟ କହିଥିଲେ ଯେ, ଆଜିର ଏହି ଅବସରରେ ମୁଁ ପାଇକମାନଙ୍କ ଅଦମ୍ୟ ସାହସକୁ ପ୍ରଣିପାତ କରୁଛି ଯେଉଁମାନେ କି ଇଂରେଜ ଶାସନ ବିରୁଦ୍ଧରେ ସ୍ୱାଧୀନ ଭାବେ ଲଢେଇ କରିବାର ସାହସ ତଥା ପରାକାଷ୍ଠା ପ୍ରଦର୍ଶନ କରିପାରିଥିଲେ । ସେମାନେ ତତ୍କାଳୀନ ଓଡ଼ିଶାକୁ ଶାସନ କରୁଥିବା ଗଜପତି ରାଜାଙ୍କ ସୈନ୍ୟ ହୋଇ ମଧ୍ୟ ରାଜାଙ୍କ ଅମଳରେ ହୋଇଥିବା ଯୁଦ୍ଧରେ ଲଢି ସମଗ୍ର ଦେଶରେ ଶାନ୍ତି ପ୍ରତିଷ୍ଠା କରିବାରେ ମଧ୍ୟ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ । ଆଜି ଏହି ସ୍ମାରକର ଭିତ୍ତିପ୍ରସ୍ତର ସ୍ଥାପନା କରିବା ଅବସରରେ ଆସନ୍ତୁ ସମସ୍ତେ ମିଶି ସେହି ବୀର ପାଇକଙ୍କ ବଳିଦାନ ନିମନ୍ତେ ନିଜର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସେମାନଙ୍କ ପରିବାର ପ୍ରତି ଆର୍ଶିବାଦ ଭିକ୍ଷା କରିବା ।
ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟସ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାନନୀୟ ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଇବା ସହ କହିଥିଲେ ଯେ, ମୁଁ ଏକ ଓଡ଼ିଆ ଭାବେ ଆଜିର ଦିନ ହେଉଛି ମୋ ପାଇଁ ଗର୍ବ ଓ ଗୌରବର ଦିନ । ମାନନୀୟ ରାଷ୍ଟ୍ରପତି ତଥା ଅନ୍ୟାନ୍ୟ ଅତିଥିଙ୍କ ଗରିମାମୟ ଉପସ୍ଥିତିରେ ଆଜି ଏହି ଐତିହାସିକ ବରୁଣେଇ ପାହାଡ଼ର ପାଦଦେଶରେ ବୀର ପାଇକଙ୍କ ପରିବାର ଲୋକେ ତଥା ସେମାନଙ୍କ ଉତ୍ତରଦାୟାଦ ସେମାନଙ୍କୁ ମନେ ପକାଇବାର ସୁଯୋଗ ପାଇଛନ୍ତି । ଆଜି ଆମେ ସେମାନଙ୍କ ସାହାସିକତାକୁ ସମ୍ମାନ ଜଣାଇ ଏହି ସ୍ଥାନରେ ସ୍ମାରକ ନିର୍ମାଣ କରିବାକୁ ଯାଉଛେ । ଆଜି ଆମେ ଏକ ଇତିହାସ ସୃଷ୍ଟି କରିବାକୁ ଯାଉଛେ । ଆଗାମୀ ବର୍ଷମାନଙ୍କରେ ମଧ୍ୟ ଏହି ଐତିହାସିକ ସ୍ଥାନ ଏବଂ ସ୍ମାରକକୁ ନେଇ ଆମ ରାଜ୍ୟ ଓଡ଼ିଶା ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବା ସହ ବିଶ୍ୱବ୍ୟାପୀ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବ ବୋଲି ମୋର ବିଶ୍ୱାସ ରହିଛି । ଆଜିର ଏହି ଅବସରରେ ମୁଁ ପ୍ରତ୍ୟେକ ବୀର ପାଇକ ପରିବାର ଓ ପ୍ରତ୍ୟେକ ଓଡ଼ିଆ ଭାଇ ଓ ଭଉଣୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ମୋର କୃତଜ୍ଞତା ଜ୍ଞାପନ କରୁଛି ।
ପାଇକ ବିଦ୍ରୋହର ସମସ୍ତ ସହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ନିମନ୍ତେ, ଇଣ୍ଡିଆନ ଅଏଲ ଅଧିନସ୍ଥ ଏକ ଅଣ ଲାଭକାରୀ ଟ୍ରଷ୍ଟ ଇଣ୍ଡିଆନ ଅଏଲ ଫାଉଣ୍ଡେସନ ପକ୍ଷରୁ ଏକ ସ୍ମାରକ ନିର୍ମାଣ କରାଯାଉଛି । ବ୍ରିଟିଶ ଶାସନ ବିରୁଦ୍ଧରେ ହୋଇଥିବା ଏହି ପ୍ରଥମ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିବା ବୀରପାଇକମାନଙ୍କ ବୀରତ୍ୱର ଗାଥା ଓ ସାହାସିକତାର ନିଦର୍ଶନ ସ୍ୱରୂପ ଏହି ସ୍ମାରକ ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇପାରିବ ।
ଇଣ୍ଡିଆନ ଅଏଲ ଫାଉଣ୍ଡେସନ
ଭାରତର ପ୍ରତିଷ୍ଠିତଐତିହ୍ୟସମ୍ପନ୍ନ ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ସୁରକ୍ଷା, ରକ୍ଷଣାବେକ୍ଷଣ, ପ୍ରୋତ୍ସାହନ ଦେବା ପରିପ୍ରେକ୍ଷୀରେ ଇଣ୍ଡିଆନ ଅଏଲ ପକ୍ଷରୁ ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ଏବଂ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ଜାତୀୟ ସଂସ୍କୃତିକୋଷର ମିଳିତ ସହଭାଗିତାରେ ଏକ ଅଣଲାଭକାରୀ ସଂସ୍ଥା ଭାବେ୨୦୦୦ ମସିହାରେ ଇଣ୍ଡିଆନ ଅଏଲ ଫାଉଣ୍ଡେସନ ପ୍ରତିଷ୍ଠା କରାଯାଇଥିଲା । ସ୍ୱତନ୍ତ୍ର ଭାବେ ଭାରତୀୟ ତୈଳ ନିଗମ (ଆଇଓସିଏଲ୍)ର ଆର୍ଥିକ ସହାୟତାରେ ପରିଚାଳିତ, ଇଣ୍ଡିଆନ ଅଏଲ ଫାଉଣ୍ଡେସନ ପ୍ରତିରାଜ୍ୟର ଏବଂ ଏକ କେନ୍ଦ୍ରଶାସିତ ଅଞ୍ଚଳର କୌଣସି ଏକ ଐତିହ୍ୟସ୍ଥଳକୁ ପୋଷ୍ୟ ଭାବେ ଗ୍ରହଣକରି ଏହାର ଭିତ୍ତିଭୂମିର ବିକାଶ କରି ପର୍ଯ୍ୟଟକ-ଅନୁକୂଳ କରିବା ଏହାର ଲକ୍ଷ୍ୟ ।
ଭାରତ ତଥା ବିଦେଶରୁ ଆସୁଥିବା ପର୍ଯଟକମାନଙ୍କ ନିମନ୍ତେ ବିଶ୍ୱମାନର ପର୍ଯ୍ୟଟନ ସୁବିଧା ଯୋଗାଇବା ଏବଂ ୟୁନେସ୍କୋର ଅଦ୍ୱିତୀୟ କଳା ସଂସ୍କୃତି ଦର୍ଶାଇବା ପାଇଁ ନିକଟରେ ଇଣ୍ଡିଆନ ଅଏଲ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶାର କୋଣାର୍କ ସୂର୍ଯ୍ୟମନ୍ଦିରଠାରେ ଏକ ବାଖ୍ୟାନ କେନ୍ଦ୍ରର ବିକାଶ କରାଯାଇଛି । ଏହି ବିଶ୍ୱସ୍ତରୀୟ ବାଖ୍ୟାନ କେନ୍ଦ୍ରଟିକୁ, ବିଭିନ୍ନ ପ୍ରଦର୍ଶନୀ ଏବଂ ମଲ୍ଟିମିଡ଼ିଆ ଡିସପ୍ଲେ ମାଧ୍ୟମରେ ଏକ ବ୍ୟବହାର ଉପଯୋଗୀ ତଥା ଅତ୍ୟାଧୁନିକ ସଂଗ୍ରହାଳୟ ଭାବେ ସଂରଚନା କରାଯାଇଛି । ବର୍ତ୍ତମାନ ଇଣ୍ଡିଆନ୍ ଅଏଲ୍ ଫାଉଣ୍ଡେସନ ଭାରତର ପ୍ରମୁଖ ପାଞ୍ଚୋଟି ସ୍ଥାନର ଐତିହ୍ୟ ପର୍ଯ୍ୟଟନ ସ୍ଥଳୀଠାରେ ଯେପରିକି ମଧ୍ୟପ୍ରଦେଶର ଖଜୁରାହୋ ମନ୍ଦିରମାଳିନୀ, ବିହାରର ବୈଶାଳୀ ନିକଟସ୍ଥ କୋଲୁହା, ମହାରାଷ୍ଟ୍ରର କନହେରୀ ଗୁମ୍ଫା (ବୌଦ୍ଧ ସ୍ଥଳ) ଏବଂ କର୍ଣ୍ଣାଟକର ଭୋଗ ନନ୍ଦିଶ୍ୱର ମନ୍ଦିର (ନନ୍ଦି ହିଲ୍ସ) ଆଦି ସ୍ଥାନରେ ପର୍ଯ୍ୟଟକମାନଙ୍କ ନିମନ୍ତେ ଏହିପରି ଅତ୍ୟାଧୁନିକ ଭିତ୍ତିଭୂମୀ ବିକଶିତ କରୁଛି । ଆହୁରି ଦୁଇଟି ପ୍ରକଳ୍ପ ସ୍ଥାନ ମଧ୍ୟ ଚିହ୍ନଟୀ କରଣ କରାଯାଇଛି, ସେଗୁଡିକ ହେଲା ରାଜସ୍ଥାନର ଚିତୋରଗଡ ଦୁର୍ଗ ଓ ଗୁଜୁରାଟର ଧୋଲବିରା ।

Leave a Reply

Your email address will not be published. Required fields are marked *