ପ୍ରଦୂଷଣ ମୁକ୍ତ ଅଭିଯାନ ଏବେ ବିଡିଏ ,ବିଏମ୍ସି ଓ ସ୍ମାର୍ଟ ସିଟି ରେ କଯ୍ୟକାରୀ ।

ପ୍ରଦୂଷଣ ମୁକ୍ତ ଅଭିଯାନ ଏବେ ବିଡିଏ ,ବିଏମ୍ସି ଓ ସ୍ମାର୍ଟ ସିଟି ରେ କଯ୍ୟକାରୀ ।

ଭୁବନେଶ୍ୱର:ପ୍ରଦୂଷଣ ମୁକ୍ତ ଅଭିଯାନ ଏବେ ବିଡିଏ ,ବିଏମ୍ସି ଓ ସ୍ମାର୍ଟ ସିଟି ରେ କଯ୍ୟକାରୀ ।ଏବେ ପ୍ରତି ଶୁକ୍ରବାର ହେବ ସାଇକେଲ୍ ରେ। ବିଏମସି, ବିଡିଏ, ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ ବା ବିଏସସିଏଲରେ କର୍ମଚାରୀମାନଙ୍କୁ ଏବେ ଶୁକ୍ରବାର ଦିନ ସାଇକେଲରେ ଆସିବା ବାଧ୍ୟତାମୂଳକ କରାଯାଇଛି । ଆଜିଠାରୁ କାର୍ଯ୍ୟକାରୀ ହେଉଛି ଏହି ନିର୍ଦ୍ଦେଶ । ପ୍ରଦୂଷଣ ରୋକିବା ପାଇଁ ଏଭଳି ପ୍ରୟାସକୁ ସ୍ୱାଗତ କରାଯାଉଛି । ହେଲେ ବର୍ଷେ ତଳେ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ଅଧିକାଂଶ ସାଇକେଲ ଗାଏବ ହୋଇଯାଇଛି । ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଥିଲେ “ମୋ ସାଇକେଲ୍’ ଯୋଜନା । ଏଥିପାଇଁ ଆସିଥିଲା ୨,୦୦୦ ସାଇକେଲ୍ । ସ୍କାର୍ଟ ସିଟି ପରିବହନ ପାଇଁ କାମ କରୁଥିବା “କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ’ ବା “କ୍ରୁଟ୍’ ଆରମ୍ଭ କରିଥିଲା ଏହି ବ୍ୟବସ୍ଥା । ଏହି ସାଇକେଲ୍ ଚଳାଇବା ପାଇଁ ଲୋକେ “ମୋ ସାଇକେଲ୍’ ଆପ୍ ଡାଉନଲୋଡ୍ କରୁଥିଲେ । ଆଉ ଦୈନିକ ବା ମାସିକ ଦେୟ ଦେଇ ସାଇକେଲ୍ ଚଳାଉଥିଲେ । ପ୍ରଥମ ପ୍ରଥମେ ଖୁବ୍ ଭଲରେ ଚାଲିଥିଲା “ମୋ ସାଇକେଲ’ ।ଏହି ଅଭିଯାନ ଏବେଠୁ ଆରମ୍ଭ ହୋଇଛି ଏହି କାଯ୍ୟ କୁ ଯିଏ ଖିଲାପ କରିବା କାଯ୍ୟ କାରୀ ଶୁଣିଚିତ।ଆଜି ଦେଖିବାକୁ ମିଳିଛି ଯେ ବିଡିଏ , ବିଏମ୍ସି କିମ୍ବା ସ୍ମାର୍ଟ ସିଟି ରେ ଏହି ପ୍ରଦୂଷଣ ଅଭିଯାନ ଖିଲାପ କରିଛଥି କିଛି କର୍ମଚାରୀ କିଏ ଓଟୋ ରେ ତ କିଏ ବାଇକ ରେ ତ କିଏ ଦେଖିବାକୁ ମିଳିଛି।ବାୟୁ ପ୍ରଦୂଷଣ ରୋକିବା ପାଇଁ ନୂଆଦିଲ୍ଲୀରେ ଯୁଗ୍ମ-ଅଯୁଗ୍ମ ଗାଡି ଚାଲୁଥିବା ବେଳେ ଏହି କ୍ଷେତ୍ରରେ ଓଡିଶା ସରକାର ଆଉ ପାଦେ ଆଗକୁ ବଢିଛନ୍ତି। ଏଣିକି ବିଡିଏ, ବିଏମ୍‍ସି ଓ ସ୍ମାର୍ଟ ସିଟି କର୍ମଚାରୀମାନେ ସପ୍ତାହର ଗୋଟିଏ ଦିନ ଅର୍ଥାତ୍ ଶୁକ୍ରବାର ସାଇକେଲ ଚଳାଇ ଅଫିସ ଆସିବେ। ବିଏମ୍‍ସି ଓ ବିଡିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଜି ସକାଳେ କର୍ମଚାରୀମାନେ ସାଇକେଲ ଚଳାଇ କାର୍ଯ୍ୟାଳୟରେ ପହଞ୍ଚିଥିବା ଦେଖିବାକୁ ମିଳିଥିଲା। ଆଉ ଯେଉଁମାନେ ସାଇକେଲ ନେଇ ଅଫିସ ଆସିନଥିଲେ ସେମାନେ ଚାଲିକି ଆସିଥିଲେ। ଏହି ନିୟମ ଯୋଗୁଁ କର୍ମଚାରୀମାନେ ବ୍ୟବହାର କରୁଥିବା ପ୍ରାୟ ଏକ ହଜାର ବାଇକ୍ ଓ ୨୦୦ କାର୍ ଚଳାଚଳ ଆଜି ବନ୍ଦ ରହିଥିବା ଜଣାପଡିଛି।ସ୍ମା ର୍ଟ ସିଟି କର୍ମଚାରୀମାନେ ସପ୍ତାହର ପ୍ରତି ଶୁକ୍ରବାର ଅଫିସ ଆସିବା ପାଇଁ ସାଇକେଲ ବ୍ୟବହାର କରିବେ ବୋଲି ଗୁରୁବାର ବିଏମ୍‍ସି ଓ ବିଡିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କୌଣସି କର୍ମଚାରୀ ଶୁକ୍ରବାର ଦିନ ଅଫିସକୁ ଗାଡି ଯୋଗେ ଆସିଲେ ତାଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଥିରେ କୁହାଯାଇଥିଲା।

Leave a Reply

Your email address will not be published. Required fields are marked *