ନିର୍ବାଚନୀ ପ୍ରଚାର ଝାଡଖଣ୍ଡରେ ପୁଣି

ଡଖଣ୍ଡର ଓଡିଶା ଭାଷାଭାଷୀ ଅଂଚଳରେ କେନ୍ଦ୍ରମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାର
ଝାଡଖଣ୍ଡରେ ପୁଣି ବିଜେପି ସରକାର ହେଲେ ସମଗ୍ର
ଆଦିବାସୀ ଅଂଚଳର ବିକାଶ ତ୍ୱରାନ୍ୱିତ ହେବ -ଧର୍ମେନ୍ଦ୍ର ପ୍ରଧାନ
 ଝାଡଖଣ୍ଡର ସମଗ୍ର ବିକାଶ ପାଇଁ ବିଜେପି ସରକାର ନିରନ୍ତର ଚେଷ୍ଟିତ
 ମୋଦି ଜଣେ ସେବକ ଭାବରେ ସମାଜର ସବୁ ବର୍ଗଙ୍କୁ ବିକାଶ ସହ ଯୋଡିବା ପାଇଁ ନିରନ୍ତର
ପ୍ରୟାସ କରୁଛନ୍ତି
 ପୂର୍ବାଂଚଳ ରାଜ୍ୟର ବିକାଶ ବିନା ଭାରତର ବିକାଶ ଅସମ୍ଭବ
 ଝାଡଖଣ୍ଡରେ ପୁଣି ବିଜେପି ସରକାର ଆଣିବାକୁ ଜନସାଧାରଣଙ୍କୁ ନିବେଦନ
ଭୁବନେଶ୍ୱର: ଝାଡଖଣ୍ଡ, ନଭେମ୍ବର ୩୦ – ଝାଡଖଣ୍ଡର ବିକାଶକୁ ନିରନ୍ତର ସେହି ଦିଗରେ ନେବାର ଆବଶ୍ୟକତା
ରହିଛି ଏବଂ ଏଥିପାଇଁ ଝାଡଖଣ୍ଡରେ ଡବଲ ଇଞ୍ଜିନର ପୁନରାବୃତି ହେଉ । ଝାଡଖଣ୍ଡରେ ପୁଣି ବିଜେପି
ସରକାର ହେଲେ ଆଦିବାସୀ ଅଂଚଳର ଆହୁରି ବିକାଶ ହେବ ବୋଲି ଶନିବାର ଝାଡଖଣ୍ଡର ସମୀବର୍ତୀ
ଓଡିଶା ଭାଷାଭାଷୀ ଅଂଚଳ ଜାମସେଦପୁର, ଜଗନ୍ନାଥପୁର ଓ ଚକ୍ରଧରପୁର ଠାରେ ବିଜେପି ପକ୍ଷରୁ
ଆୟୋଜିତ ନିର୍ବାଚନୀ ଶୋଭାଯାତ୍ରାରେ ଯୋଗ ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଝାଡଖଣ୍ଡର ସମଗ୍ର ବିକାଶ ପାଇଁ ଭାରତୀୟ ଜନତା ପାର୍ଟିର
ସରକାର ନିରନ୍ତର ଚେଷ୍ଟିତା ଗତ ୫ ବର୍ଷରେ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ନେତୃତ୍ୱରେ ଏକ ସ୍ଥିର ଏବଂ
ମଜବୁତ ସରକାର ଝାଡଖଣ୍ଡର ବିକାଶ କରିବା କାମରେ ଲାଗିଛନ୍ତି । ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ
ସରକାର ମାଆ ଭଉଣୀଙ୍କୁ ଗ୍ୟାସ ଯୋଗାଇ ଧୂଆଁରୁ ମୁକ୍ତି ଦେବା ସହ ଯୁବକଙ୍କୁ ରୋଜଗାର ପ୍ରଦାନ କରିଛି ।
ଗରିବ ତଥା ଆଦିବାସୀଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ଦିନରାତି କାର୍ଯ୍ୟ
କରୁଛନ୍ତି ।
ସେ ଆହୁରି କହିଛନ୍ତି ଯେ ଜାମସେଦପୁର ଇସ୍ପାତ ନଗରୀ । ପ୍ରଧାନମନ୍ତ୍ରୀ ମୋଦି ଜାମସେଦପୁରରେ
ବ୍ୟବସାୟ, ରୋଜଗାର ବୃଦ୍ଧି ତଥା ଜାମସେଦପୁରରେ ଇସ୍ପାତ୍ ଉଦ୍ୟୋଗ ବିକାଶ ପାଇଁ ପ୍ରତିବଦ୍ଧ । ଝାଡଖଣ୍ଡ
ଏବଂ ପୂର୍ବାଂଚଳ ରାଜ୍ୟର ବିକାଶ ବିନା ଭାରତର ବିକାଶ ଅସମ୍ଭବ ।
କେନ୍ଦ୍ର ଏବଂ ରାଜ୍ୟର ଡବଲ ଇଞ୍ଜିନର ସରକାର ଫଳରେ ଝାଡଖଣ୍ଡବାସୀଙ୍କୁ ବହୁତ ଲାଭ ହୋଇଛି ।
ଜାମସେଦପୁରକୁ ପାଇପଲାଇନ ଦ୍ୱାରା ଗ୍ୟାସ ଯୋଗାଣର ଉପହାର ମିଳିଛି । ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା
ଅଧୀନରେ ଝାଡଖଣ୍ଡର ୩୩ ଲକ୍ଷ ଘରେ ଏଲପିଜି ଗ୍ୟାସ ପହଁଚିଛି । ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନାରେ
ଗରିବ ଲୋକଙ୍କୁ ମାଗଣାରେ ଚିକିତ୍ସା ମଧ୍ୟ ଝାଡଖଣ୍ଡ ରାଜ୍ୟରୁ ଆରମ୍ଭ ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତିା

Leave a Reply

Your email address will not be published. Required fields are marked *