ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳରେ ଥିବା ଏକ ଓୟୋ ହୋଟେଲରେ ପୋଲିସ ଚଢାଉ

ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳରେ ଥିବା ଏକ ଓୟୋ ହୋଟେଲରେ ପୋଲିସ ଚଢାଉ

ଭୁବନେଶ୍ବର ୨୯।୧୧: ହୋଟେଲରେ ସିସିଟିଭି କ୍ୟାମେରାରେ ହୋଇଥିଲା ଭିଡିଓ ରେକର୍ଡିଂ । ଭିଡିଓ ଆଧାରରେ ବ୍ଲାକ୍‌ମେଲିଂ କରାଯାଉଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ସଂପୃକ୍ତ ହୋଟେଲରେ ଚଢାଉ କରିଛି ପୋଲିସ । ଯେ, ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳରେ ଥିବା ଏକ ଓୟୋ ହୋଟେଲରେ ପୋଲିସ ଚଢାଉ କରିଛି । ହୋଟେଲରେ ହିଡେନ୍ କ୍ୟାମେରା ଲଗାଇ ରୁମ୍ ଭିତରେ ରହୁଥିବା ଭିଜିଟର୍ସଙ୍କ ଅଶ୍ଲୀଳ ଭିଜୁଆଲ ରେକର୍ଡ କରୁଥିବା ନେଇ ଅଭିଯୋଗ ଆସିଥିଲା । ଭିଡିଓ ରେକର୍ଡିଂ କରିବା ପରେ ବ୍ଲାକମେଲିଂ କରୁଥିବା ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ ସଂପୃକ୍ତ ହୋଟେଲରେ ଚଢାଉ କରିଛି । ତେବେ ପ୍ରକୃତ ଘଟଣା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ହୋଟେଲରେ ତଦନ୍ତ ଜାରି ରଖିଛି ପୋଲିସ ।

Leave a Reply

Your email address will not be published. Required fields are marked *