ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପାଖରେ ଥିବା ଲିଙ୍ଗରାଜ ମାର୍କେଟ କମ୍ପ୍ଲେକ୍ସ ଭଙ୍ଗାକୁ ନେଇ ଅସନ୍ତୋଷ।

ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପାଖରେ ଥିବା ଲିଙ୍ଗରାଜ ମାର୍କେଟ କମ୍ପ୍ଲେକ୍ସ ଭଙ୍ଗାକୁ ନେଇ ଅସନ୍ତୋଷ।


ଭୁବନେଶ୍ୱର : ଲିଙ୍ଗରାଜ ମାର୍କେଟ କମ୍ପ୍ଲେକ୍ସ ଭଙ୍ଗାକୁ ନେଇ ଉତ୍ତେଜନା ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପାଖରେ ଥିବା ଲିଙ୍ଗରାଜ ମାର୍କେଟ କମ୍ପ୍ଲେକ୍ସ ଭଙ୍ଗାକୁ ନେଇ ଅସନ୍ତୋଷ ଦେଖାଦେଇଛି । ବିଏମ୍‌ସିର ଭଙ୍ଗା ଅଭିଯାନକୁ ବ୍ୟବସାୟୀମାନେ ବିରୋଧ କରିଛନ୍ତି । ମାର୍କେଟ କମ୍ପ୍ଲେକ୍ସଟି ପୁରୁଣା ହୋଇଯାଇଥିବାରୁ ମହାନଗର ନିଗମ ପକ୍ଷରୁ ଏହାକୁ ଅସୁରକ୍ଷିତ ଘୋଷଣା କରାଯାଇଥିଲା । ଏହାପରେ କମ୍ପ୍ଲେକ୍ସକୁ ଭାଙ୍ଗିବା ଲାଗି ନୋଟିସ ଦିଆଯାଇଥିଲା ପୂର୍ବ ନିଷ୍ପତ୍ତି ଅନୁସାରେ ମହାନଗର ନିଗମ ଓ ବିଡିଏ କର୍ତ୍ତୃପକ୍ଷଙ୍କ ପକ୍ଷରୁ କର୍ମଚାରୀମାନେ ପୁଲିସ୍‌ ଉପସ୍ଥିତିରେ କମ୍ପ୍ଲେକ୍ସକୁ ଭାଙ୍ଗିଛନ୍ତି । କମ୍ପ୍ଲେକ୍ସ ଭାଙ୍ଗା କାର୍ଯ୍ୟରେ ୪ଟା ଜେସିବି ଲାଗିଛି । ତେବେ ମାର୍କେଟ କମ୍ପ୍ଲେକ୍ସ ଭଙ୍ଗାକୁ ନେଇ ବ୍ୟବସାୟୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ଆଉ କିଛି ଦିନ ସମୟ ଦେବାକୁ ଦାବି କରିଥିଲେ । ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ଘଟଣାସ୍ଥଳରେ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Leave a Reply

Your email address will not be published. Required fields are marked *