ଲିଙ୍ଗରାଜ ମନ୍ଦିର ପରିସରରେ ଜବରଦଖଲ ଉଚ୍ଛେଦ।

ଲିଙ୍ଗରାଜ ମନ୍ଦିର ପରିସରରେ ଜବରଦଖଲ ଉଚ୍ଛେଦ।

ଭୁବନେଶ୍ୱର୯ .୧୨: ଆଜି ଲିଙ୍ଗରାଜ ମନ୍ଦିର ପରିସରରେ ଜବରଦଖଲ ଉଚ୍ଛେଦ ଆରମ୍ଭ ଶ୍ରୀମନ୍ଦିର ଭଳି ରାଜ୍ୟର ଅନ୍ୟତମ ଐତିହ୍ୟ ତଥା ପ୍ରମୁଖ ଶୈବପୀଠ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଯାଇଛି । ବିଡିଏ, ବିଏମସି ଓ ପୋଲିସର ଉପସ୍ଥିତିରେ ଉଚ୍ଛେଦ ଜାରି ରହିଛି । ପୂର୍ବରୁ ଉଚ୍ଛେଦ ନେଇ ବିଡିଏ ଓ ବିଏମସି ପକ୍ଷରୁ ଘୋଷଣା କରାଯାଇଥିଲା ।ତେବେ ପର୍ଯ୍ୟଟକଙ୍କ ଯାତାୟାତ ସୁବିଧା ସହ ଐତିହ୍ୟର ସୁରକ୍ଷା ତଥା ସହରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଏହି ପ୍ରୟାସ ଆରମ୍ଭ ହୋଇଛି। ମନ୍ଦିର ପାର୍ଶ୍ୱରେ ଥିବା ବହୁ ସରକାରୀ ତଥା ମନ୍ଦିର ଜମିକୁ ଉଠାଦୋକାନୀଙ୍କଠାରୁ ଆରମ୍ଭକରି ସ୍ଥାନୀୟ ଲୋକ ଓ ବ୍ୟବସାୟୀ ଜବରଦଖଲ କରିଛନ୍ତି । ପ୍ରତିଦିନ ଏଠାରେ ଟ୍ରାଫିକ ଜାମ୍‌ ପରିସ୍ଥିତି ଲାଗୁ ରହୁଛି । ଶ୍ରଦ୍ଧାଳୁମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ବୋଲି ସ୍ଥାନୀୟ ଲୋକେ କହୁଥିବା ସୂଚନା।

Leave a Reply

Your email address will not be published. Required fields are marked *