ନିଖିଳ ଓଡିଶା ଆଇନଜୀବୀ ସଙ୍ଘର ବାର୍ଷିକ ଅଧିବେଶନ ପାଳନକୁ ବାଣପୁର ଓକିଲ ସଂଘର ସମର୍ଥନ

ନିଖିଳ ଓଡିଶା ଆଇନଜୀବୀ ସଙ୍ଘର ବାର୍ଷିକ ଅଧିବେଶନ ପାଳନକୁ ବାଣପୁର ଓକିଲ ସଂଘର ସମର୍ଥନ

ଭୁବନେଶ୍ୱର,୧୭ । ୧୯: ନିଖିଳ ଓଡିଶା ଆଇନଜୀବୀ ସଂଘର ୪୮ତମ ବାର୍ଷିକ ଅଧିବେଶନ ଚଳିତ ଡିସେମ୍ବର ମାସ ୨୯ ଓ ୩୦ ତାରିଖରେ ଅନୁଗୁଳ ଓକିଲ ସଂଘର ମିଳିତ ଆନୁକୂଲ୍ୟରେ ଅନୁଗୁଳ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଏନେଇ ସ୍ପଷ୍ଟ କରିଛନ୍ତି ବାଣପୁର ଓକିଲ ସଂଘର ସମ୍ପାଦକ ଜଗନ୍ନାଥ ଭୋଳ । ସଂଘ ଦ୍ୱାରା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ପାଦକ ଜଗନ୍ନାଥ ଭୋଳ ସ୍ପଷ୍ଟଭାବରେ କହିଛନ୍ତି ଯେ, ଆଇନଜୀବୀଙ୍କର ସାମୂହିକ ସ୍ୱାର୍ଥ ଦୃଷ୍ଟିରୁ ଅନୁଗୁଳ ଠାରେ ଆୟୋଜିତ ହେବାକୁଥିବା ସମ୍ମିଳନୀରେ ଯୋଗ ଦେବାର ଆବଶ୍ୟକତା ରହିଛି । ଆତ୍ମଘୋଷିତ ସଭାପତି ଦାବି କରୁଥିବା କେତେକ ବ୍ୟକ୍ତି ବିଶେଷ ବିଭିନ୍ନ ଗଣମାଧ୍ୟମରେ ବାଣପୁର ଓକିଲ ସଂଘର ନାମକୁ ବ୍ୟବହାର କରି ବଡକୂଳଠାରେ ଯେଉଁ ସମାନ୍ତରାଳ ସମାବେଶ କରିବା ପାଇଁ ଘୋଷଣା କରିଛନ୍ତି ତାହା ଆଇନ୍ଜୀବୀ ମାନଙ୍କ ସ୍ୱାର୍ଥ ବିରୋଧୀ ବୋଲି ମତ ପୋଷଣ କରିଛନ୍ତି ଶ୍ରୀ ଭୋଳ । ବାଣପୁର ଓକିଲ ସଂଘର ସାଧାରଣ ପରିଷଦ ବୈଠକରେ ଅନୁଗୁଳ ଠାରେ ହେବାକୁଥିବା ନିଖିଳ ଓଡିଶା ଆଇନଜୀବୀ ସଂଘର ୪୮ତମ ବାର୍ଷକ ସମ୍ମିଳନୀ ହିଁ ପ୍ରକୃତ ସମ୍ମିଳନୀ ଓ ସେହି ସମ୍ମିଳନୀ ସହିତ ଆଇନଜୀବୀ ମାନେ ସାମିଲ ହେବା ସହିତ ଆଇନଜୀବୀ ମାନଙ୍କ ସମସ୍ୟା, ସ୍ୱାଧୀନତା ଓ ସୁରକ୍ଷା ପ୍ରାସଙ୍ଗିକ ଆଲୋଚନାରେ ଯୋଗ ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି । କେତେକ ନିଜର ବ୍ୟକ୍ତିଗତ ସ୍ୱାର୍ଥ ସାଧନ ପାଇଁ ଆଇନଜୀବୀଙ୍କ ସ୍ୱାର୍ଥକୁ ବଳୀଦେବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଏହା ବିରୁଦ୍ଧରେ ନିଖିଳ ଓଡିଶା ଆଇନଜୀବୀ ସଂଘର ରାଜ୍ୟଶାଖା ତୁରନ୍ତ ଆଇନଗତ ପଦକ୍ଷେପ ନେବାକୁ ଏହି ସାମ୍ବାଦିକ ସମ୍ମିଳନୀରେ ସେ ଦାବୀ କରିଛନ୍ତି ।

Leave a Reply

Your email address will not be published. Required fields are marked *