ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉବର ଦ୍ୱିତୀୟ ଦିବସରେ ଓଡ଼ିଶୀ ଛନ୍ଦ ଓ ରସର କମନୀୟ ପ୍ରଦର୍ଶନ!

ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉବର ଦ୍ୱିତୀୟ ଦିବସରେ ଓଡ଼ିଶୀ ଛନ୍ଦ ଓ ରସର କମନୀୟ ପ୍ରଦର୍ଶନ!

ଭୁବନେଶ୍ୱର ତା ୨୭.୧୨.୨୦୧୯ ଓଡ଼ିଶା ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ନିବେଦିତ ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉବର ଆଜି ଥିଲା ଦ୍ୱିତୀୟ ଦିବସ । ଓଡ଼ିଶୀ ନୃତ୍ୟକୁ ଆନ୍ତର୍ଜାତିୟ ସ୍ତରରେ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ମୂଳ ଉେର୍ଶ୍ୟ ।
କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ପୂର୍ବାହ୍ନ ୧୦ ଘଟିକାରୁ । ପ୍ରଥମେ ସାଇ ସ୍ମୃତି କଳା କେନ୍ଦ୍ର ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ଦଳଗତ ଓଡ଼ିଶୀ ନୃତ୍ୟ ପରେ ପରେ ଏକକ ନୃତ୍ୟ ପର୍ଯ୍ୟୟରେ ଆମେରିକାରୁ ଆସିଥିବା ଅମିନ ବୌସେମହ, ଭୁବନେଶ୍ୱରର ଭି. ପି. ଆଚାର୍ଯ୍ୟ, ଆମେରିକାର ଯସସ୍ୱନୀ ରଘୁରାମ, କେନ୍ଦୁଝରର ଦେବଜାନୀ ଦାସ, ଆମେରିକାର ଅଭିସେକ ଖାନ, ରାଜସ୍ଥାନର ସୈଲୀ ଶ୍ରୀବାସ୍ତବ, କଟକର ସୁପ୍ରଭା ପା, କଳିକତାର ଆଦିତି ବୋଷ ଏବଂ ଭୁବନେଶ୍ୱରର ସୋନାଲୀ ରାଏ ନୃତ୍ୟ ପରିବେଶଣ କରିଥିଲେ । ଦ୍ୱୈତ ନୃତ୍ୟ ପର୍ଯ୍ୟାୟରେ ଅହମଦାବାଦର ଅନୁରାଗ ଶର୍ମା ଓ ପ୍ରିୟଙ୍କା ପତି ଏବଂ ଭୁବନେଶ୍ୱରର ପ୍ରିତୀ ନନ୍ଦ ଓ ପ୍ରଜ୍ଞାନ ନନ୍ଦଙ୍କ ଦ୍ୱାରା ନୃତ୍ୟ ପରିବେଶଣ ହୋଇଥିଲା । ମୋକ୍ଷ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ଦଳଗତ ଓଡ଼ିଶୀ ନୃତ୍ୟ ପରିବେଶଣରେ ପୂର୍ବାହ୍ନ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା ।
ଅପରାହ୍ନ ଅଧିବେଶନ ଆରମ୍ଭ ହୋଇଥିଲା ଦିବା ୪ ଘଟିକାରୁ । ପ୍ରଥମେ ନୃତ୍ୟାଞ୍ଜଳୀ ଅନୁଷ୍ଠାନ ଦ୍ୱାରା ଅଭିନୟ ମାତୃବନ୍ଦନା କରାଗ୍ରେ ବସତି ଲକ୍ଷ୍ମୀ କର ମଧ୍ୟେ ଓ ଜୟ ଦେବୀ ଜନ୍ମଭୂମୀ ପରିବେଶିତ ହୋଇଥିଲା ପରେ ପରେ ଏକକ ନୃତ୍ୟ ପର୍ଯ୍ୟାୟରେ ନୂଆଦିଲ୍ଲୀରୁ ଆସିଥିବା ଅର୍ପିତା ଦେବଶ୍ରୀଙ୍କ ଦ୍ୱାରା ଅଭିନୟ ଅଷ୍ଟସମ୍ଭୁ ଜୟ ପରମେଶ ହରସ ଯାହା ରାଗ ମାଲ କୋଷ ଓ ତାଳ ତ୍ରିପଟା ଓ ଏକତାଳୀ ଉପରେ ନିବଦ୍ଧ ଥିଲା । ତାଙ୍କ ପରେ ଅନୁସୂୟା ପ୍ରଧାନଙ୍କ ଦ୍ୱାରା ଅଭିନୟ ମୋହନେ ଦେଲି ଚାହି ଗୋ ଆଗୋ ପ୍ରିୟ ମହୀ ପରିବେଶିତ ହୋଇଥିଲା । ପରେ ପରେ ଅଂଶିକା ରଥ ଓ ଅନନ୍ୟା ବେଜବରୁଆଙ୍କ ଦ୍ୱାରା ଅଭିନୟ ରାଧାରାଣୀ ସଙ୍ଗେ ନାଚେ ମୁରଲୀ ପାଣି ଯାହା ରାଗ ବକୁଳା ଭରଣ ଓ ତାଳ ଏକତାଳୀ ଉପରେ ପର୍ଯ୍ୟବେସିତ ଥିଲା । ଏକକ ନୃତ୍ୟରେ କଲିକତାର ସୁପ୍ରିୟା ସରଦାରଙ୍କ ଦ୍ୱାରା ରାଗ କିରବାଣୀ ଓ ତାଳ ଖେମଟା ଓ ଝୁଲାରେ ପଲ୍ଲବୀ ପରିବେଶଣ କରିଥିଲେ ପରେ ପରେ ବାଙ୍ଗାଲୋରର ଯଶୋମତି ମିଶ୍ରଙ୍କ ଦ୍ୱାରା ଚମ୍ପୂ କିଶୋର ଚନ୍ଦ୍ରାନନ୍ଦ ଏବଂ ଦ୍ୱୈତ ନୃତ୍ୟରେ ରାଗ ମୋହନା ଓ ତାଳ ତ୍ରିପଟା ଉପରେ ପଲ୍ଲବୀ ପରିବେଶଣ କରିଥିଲେ ଯୁକ୍ତିପ୍ରୀୟ ଓରାନ ଓ ସୁରଭି ନଟାଲିଏ । ଆମେରିକାରୁ ଆସିଥିବା ଅଶ୍ଳେଷା ମିଶ୍ରଙ୍କ ଦ୍ୱାରା ଅଭିନୟ ନବଦୁର୍ଗା ଜୟ ଭଗବତୀ ଦେବୀ ନମୋ ବରହେ ପରେ ପରେ ଜ୍ୟୋର୍ତିମୟୀ ସୁପକାରଙ୍କ ଦ୍ୱାରା କିଶୋର ଚନ୍ଦ୍ର ନନ୍ଦ ଚମ୍ପୁ (ନ) ନବ ବିଳାସିନୀରେ ପରିବେଶିତ ହୋଇଥିଲେ । ଅପରାହ୍ନ ଅଧିବେଶନର ଶେଷ ପ୍ରସୁତିରେ ଥିଲା ଗୁରୁ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଦ୍ୱାରା ପ୍ରତିଷ୍ଠିତ ଶ୍ରୀ ଶ୍ରୀ ଯୁନିର୍ଭସିଟି ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ଦଳଗତ ନୃତ୍ୟ ପରିବେଶଣ । ସେମାନଙ୍କ ଦ୍ୱାରା ପ୍ରଥମେ ହଂସଧ୍ୱନୀ ପଲ୍ଲବୀ ଏବଂ ଦ୍ୱିତୀୟରେ ଅଭିନୟ ସପ୍ତତାବ ଯେଉଁଥିଲେ ଶିବଙ୍କର ସାତଟି ତାବ ରୂପକୁ ଓଡ଼ିଶୀ ନୃତ୍ୟ ମାଧ୍ୟମରେ କଳାକାରମାନେ ଦର୍ଶକଙ୍କ ସମ୍ମୁଖରେ ଉପସ୍ଥାପିତ କରିଥିଲେ ଯାହାର ଉଶ୍ୟେ ଥିଲା ଜଗତର ମଙ୍ଗଳ କରିବା । ଏହି ନୃତ୍ୟଟିକୁ ସଂରଚନା କରିଥିଲେ ଗୁରୁ ଶ୍ରୀଙ୍ଗୋରମଣୀ ରଶ୍ମୀରେଖା ଦାସ ।
ସଂଧ୍ୟା ଅଧିବେସନର ପ୍ରଥମ ପ୍ରସ୍ତୁତି ଥିଲା ପିତାମ୍ବର ବିଶ୍ୱାଳଙ୍କ ଦ୍ୱାରା ଅଭିନୟ ରୁସନା ରାମା ରତନ ପରେ ପରେ ଲୀନା ନନ୍ଦଙ୍କ ଦ୍ୱାରା ଅଭିନୟ ଅଷ୍ଟପଦୀ, ଶୁଭଲକ୍ଷ୍ମୀ ପାଢୀଙ୍କ ଦ୍ୱାରା ରାଗ ଶଙ୍କରା ଭରଣ ଓ ତାଳ ଏକତାଳୀରେ ପଲ୍ଲବୀ ଓ ଅଭିନୟ, ଅନିତା ରାଉତ ଓ ରଶ୍ମିତା ପ୍ରଧାନଙ୍କ ଦ୍ୱାରା ରାଗ ଜନ ସମ୍ମୋହିନୀ ଓ ତାଳ ଯତି ଉପରେ ପଲ୍ଲବୀ, ଋଷିୟାରୁ ଆସିଥିବା ଏକଟ୍ରୀନା ରାଡ଼ୋଭସକୟାଙ୍କ ଦ୍ୱାରା ଅଭିନୟ ଆଜ ମୁଁ ଦେଖିଲି ଘନ ଶ୍ୟାମଙ୍କୁ ଗୋ, ଜଲପାଇଗୁଡ଼ିରୁ ଆସିଥିବା ରିତୁ ସେନଗୁପ୍ତାଙ୍କ ଦ୍ୱାରା ଅଭିନୟ ଅର୍ଦ୍ଧ ନାରୀଶ୍ୱର, ମୌମିତା ଦତ୍ତ ଓ ମୌମିତା ପାଲଙ୍କ ଦ୍ୱାରା ଅଭିନୟ ପଲ୍ଲବୀ ପରିବେଶିତ ହୋଇଥିଲା । ପରେ ପରେ କଲ୍ୟାଣୀ ସାହୁ, ସୌମିତା ଦାସଗୁପ୍ତା ଏବଂ ଶେଷରେ ନୂପୁର ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ଦଳଗତ ନୃତ୍ୟ ପରିବେଶିତ ହୋଇଥିଲା । ସମସ୍ତ ଶିଳ୍ପୀଙ୍କ ନୃତ୍ୟ ଅତ୍ୟନ୍ତ ଉଚ୍ଚକୋଟିର ଓ ରସସିକ୍ତ ଥିଲା ଯାହା ଦର୍ଶକଙ୍କୁ ପ୍ରେକ୍ଷାଳୟରେ ଶେଷ ପର୍ଯ୍ୟନ୍ତ ବାନ୍ଧିରଖିଥିଲା ।
ସଂଧ୍ୟା ଅଧିବେଶନର ଅତିଥି ଥିଲେ ଗୁରୁ ଅରୁଣା ମହାନ୍ତି, ଗୁରୁ କେ ରାମାରାଓ ପାତ୍ର, ଗୁରୁ କେଶବ ଚନ୍ଦ୍ର ରାଉତ, ଗୁରୁ ସଚ୍ଚିଦାନନ୍ଦ ଦାସ, ଗୁରୁ ସ୍ୱପ୍ନେଶ୍ୱର ଚକ୍ରମର୍ତ୍ତୀ, ଗୁରୁ ଡ଼. ରତ୍ନା ରାୟ, ପିତ ନିତ୍ୟାନନ୍ଦ ମିଶ୍ର ଏବଂ ଓଡ଼ିଶୀ ଗବେଷଣା କେନ୍ଦ୍ରର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼. ସଙ୍ଗୀତା ଗୋସାଇଁ । । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡ. ମୃତ୍ୟୁଞ୍ଜୟ ରଥ ।

Leave a Reply

Your email address will not be published. Required fields are marked *