ଓବିସି କମିଶନର କାହିଁକି ନିଯୁକ୍ତି କରିନାହାନ୍ତି ମୁଖ୍ୟମନ୍ତ୍ରୀ ଜବାବ ଦିଅନ୍ତୁ:ବିଜେପି

ଓବିସି କମିଶନର କାହିଁକି ନିଯୁକ୍ତି କରିନାହାନ୍ତି ମୁଖ୍ୟମନ୍ତ୍ରୀ ଜବାବ ଦିଅନ୍ତୁ:ବିଜେପି
ମୁଖ୍ୟମନ୍ତ୍ରୀଙ୍କର କ୍ଷମତାକୁ ଆସିବାର ୨୦ ବର୍ଷ ପରେ ଏବେ ଓଡିଶାର ପଛୁଆ ବର୍ଗର ଲୋକଙ୍କ ବିକାଶ କଥା ମନେପଡିଲା
ସମ୍ବିଧାନର ଯେଉଁ ଧାରା କଥା ମୁଖ୍ୟମନ୍ତ୍ରୀ ଉଠାଇଛନ୍ତି ସେହି ଧାରାରେ ଥିବା କଥାକୁ ନିଜେ ଲାଗୁକରୁନାହାନ୍ତି କି ମାନୁନାହାନ୍ତି
ଯଦି ରାଜ୍ୟ ସରକାର ବାସ୍ତବରେ ପଛୁଆ ବର୍ଗମାନଙ୍କର ବିକାଶ ଚାହୁଁଥାନ୍ତେ ତାହେଲେ ପଛୁଆ ବର୍ଗ କମିଶନର ନିଯୁକ୍ତି ଦେଇଥାନ୍ତେ ବିଭିନ୍ନ ରାଜ୍ୟରେ ପଛୁଆ ବର୍ଗମାନଙ୍କୁ ଶୀକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ୨୭% ସରକ୍ଷଣ ମିଳୁଥିବା ବେଳେ ଓଡିଶାରେ ବିଜୁ ଜନତା ଦଳ ୨୦ ବର୍ଷ ଶାସନ କଲା ପରେବି ପଛୁଆ ବର୍ଗର ଯୁବକ ଯୁବତୀମାନଙ୍କୁ ସଂରକ୍ଷଣ ମିଳୁନାହିଁ

ଭୁବନେଶ୍ୱର, ତା.୧୩/୦୧: ଏବେ ରାଜ୍ୟ ସରକାର ଜନଗଣନା ସହିତ ଆର୍ଥୀକ, ସାମାଜିକ ଓ ଜାତିଗତ ଗଣନା କରିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବିନ ବାବୁଙ୍କର ରାଜ୍ୟରେ କ୍ଷମତାକୁ ଆସିବାର ୨୦ ବର୍ଷ ପରେ ଏବେ ଓଡିଶାର ପଛୁଆ ବର୍ଗର ଲୋକଙ୍କ ବିକାଶ କଥା ମନେପଡିଲା । ଦେଶର ସମ୍ବିଧାନରେ ପଛୁଆ ବର୍ଗର ଲୋକମାନଙ୍କୁ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ସରଂକ୍ଷଣ ଦେବାର ଅଧିକାର ସମସ୍ତ ରାଜ୍ୟକୁ ଦିଆଯାଇଛି । ଏବେ ସମ୍ବିଧାନର ଯେଉଁ ଧାରା କଥା ମୁଖ୍ୟମନ୍ତ୍ରୀ ଉଠାଇଛନ୍ତି ସେହି ଧାରାରେ ପଛୁଆ ବର୍ଗର ଲୋକମାନଙ୍କର ସାମାଜିକ ଓ ଆର୍ଥୀକ ବିକାଶ ପାଇଁ ଥିବା ସଂରକ୍ଷଣ କଥା ଉଲ୍ଲେଖ୍ୟ ଅଛି । ହେଲେ ମୁଖ୍ୟମନ୍ତ୍ରୀ ନିଜେ ସେହି ଧାରାକୁ ରାଜ୍ୟରେ ନିଜେ ଲାଗୁକରୁନାହାନ୍ତି କି ମାନୁନାହାନ୍ତି । ରାଜ୍ୟ ସରକାର ପଛୁଆ ବର୍ଗ କମିଶନର ନିଯୁକ୍ତି କରିନାହାନ୍ତି । ଯଦି ରାଜ୍ୟ ସରକାର ବାସ୍ତବରେ ପଛୁଆ ବର୍ଗମାନଙ୍କର ବିକାଶ ଚାହୁଁଥାନ୍ତେ ତାହେଲେ ପଛୁଆ ବର୍ଗ କମିଶନର ନିଯୁକ୍ତି ଦେଇଥାନ୍ତେ । ସାମ୍ବିଧାନିକ ଦୃଷ୍ଟିରୁ ପଛୁଆ ବର୍ଗ କମିଶନର ହେଉଛନ୍ତିି ପଛୁଆ ବର୍ଗମାନଙ୍କର ସାମାଜିକ ଓ ଜାତିଗତ ଅଧିକାର ଓ ସୁରକ୍ଷା ବଜାୟ ରଖିବା ପାଇଁ କ୍ଷମତାପ୍ରାପ୍ତ । କାହିଁକି ଓଡିଶାରେ ପଛୁଆ ବର୍ଗର କମିଶନର ପଦ ଫାଙ୍କା ପଡିଛି ଏହା ଉପରେ ମୁଖ୍ୟମନ୍ତ୍ରୀ ଜବାବ ଦିଅନ୍ତୁ ବୋଲି ଏକ ସାମ୍ବାଦିକ ସମ୍ମିଳନିରେ ପ୍ରଶ୍ନ କରିଛନ୍ତି ବିଜେପିର ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ ।
ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ବିଭିନ୍ନ ରାଜ୍ୟରେ ପଛୁଆ ବର୍ଗମାନଙ୍କୁ ଶୀକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ୨୭% ସରକ୍ଷଣ ମିଳୁଛି । ଓଡିଶାରେ ବିଜୁ ଜନତା ଦଳ ୨୦ ବର୍ଷ ଶାସନ କଲା ପରେ ପଛୁଆ ବର୍ଗର ଲୋକମାନଙ୍କର ଉନ୍ନତି ପାଇଁ ସମ୍ବିଧାନର ଯେଉଁ ପ୍ରାବଧାନ ଅଛି, ଯେଉଁ ସୁବିଧା କେନ୍ଦ୍ର ସରକାର ଓ ଅନ୍ୟ ରାଜ୍ୟ ସରକାରମାନେ ଦେଉଛନ୍ତି ତାକୁ ବି ଲାଗୁ କରୁନାହାନ୍ତି । କାହିଁକି ଓବିସି ବର୍ଗର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଓ ଶିକ୍ଷାକ୍ଷେତ୍ରରେ ସଂରକ୍ଷଣ ମିଳୁନାହିଁ ତାଉପରେ ରାଜ୍ୟ ସରକାର ସ୍ପଷ୍ଟିକରଣ ଦିଅନ୍ତୁ ।

ଏବେ ରାଜ୍ୟ ସରକାର ଜନଗଣନା ସହିତ ଅର୍ଥନୈତିକ, ସାମାଜିକ ଓ ଜାତିଗତ ଗଣନା କଥା କହିଛନ୍ତି । ୨୦୧୧ର କେନ୍ଦ୍ର ସରକାରଙ୍କ ସାମାଜିକ ଓ ଅର୍ଥନୈତିକ ଜନଗଣନାର ଯେଉଁ ତାଲିକା ଆସିଥିଲା ତାଉପରେ ରାଜ୍ୟ ସରକାର ସନ୍ତୁଷ୍ଟ ହେଲେ ନାହିଁ । ତାକୁ ବାରମ୍ବାର ସଂଶୋଧନ କରିବା ପାଇଁ କହିଲେ ଓ ସଂଶୋଧନ କରାଇଥିଲେ ମଧ୍ୟ । ସେହି ତାଲିକା ଆଧାରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରି ତାଲିକା ରାଜ୍ୟ ସରକାର ପ୍ରସ୍ତୁତ କରିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡିଶାରେ ୨୭ ଲକ୍ଷ ଲୋକଙ୍କର ଏକ ତାଲିକା ରାଜ୍ୟ ସରକାର ପ୍ରସ୍ତୁତ କରିଲେ । ହେଲେ ସେହି ତାଲିକାରେ ବ୍ୟାପକ ଅନିୟମିତତା ଦେଖି ଭାରତୀୟ ଜନତା ପାର୍ଟି ସେହି ତାଲିକାକୁ ଚ୍ୟାଲେଂଜ କରିଲା । ଚାପରେ ବଶବର୍ତୀ ହୋଇ ରାଜ୍ୟ ସରକାର ସେହି ତାଲିକାକୁ ଆଉଥରେ ସାନି ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ର୍ନିେଶ ଦେଲେ । ଏବେ ସେହି ତାଲିକାରୁ ୧୩ ଲକ୍ଷ ୨୫ ହଜାର ପରିବାରକୁ କାଟିବେ ବୋଲି ପଂଚାୟତରାଜ ବିଭାଗ ଚିଠି ଲେଖିଛନ୍ତି । ଖାଲି ସେତିକି ନୁହେଁ ଖାଦ୍ୟ ସୁରକ୍ଷା ଯୋଜନାରେ ବି ୧୮ ଲକ୍ଷ ଲୋକଙ୍କୁ ତାଲିକାରୁ କଟାଗଲା । ଯଦି ଏହି ଦୁଇଟି ଯୋଜନାର ହିତାଧିକାରି ତାଲିକା ପ୍ରସ୍ତୁତି ବେଳେ ଏସଇସିସିର ତାଲିକାକୁ ରାଜ୍ୟ ସରକାର ମାନିଥାନ୍ତେ ତାହେଲେ ଏପରି ଅନିୟମିତତା ହୋଇନଥାନ୍ତା । ରାଜନୈତିକ ଆଧାରରେ ବିଭିନ୍ନ ଜନକଲ୍ୟାଣକାରି ଯୋଜନାର ତାଲିକା ପ୍ରସ୍ତୁତ ହେଉଥିବାରୁ ପଛୁଆ ବର୍ଗର ପ୍ରକୃତ ହିତାଧିକାରି ମାନେ ବଂଚିତ ହେଉଛନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ରାଜ୍ୟ ସରକାର ପଛୁଆ ବର୍ଗର ଲୋକମାନଙ୍କୁ କ୍ରମାଗତ ଭାବେ ଅବହେଳା କରିଛନ୍ତି । ଯେଉଁ ରାଜ୍ୟ ସରକାରଙ୍କର ପଛୁଆ ବର୍ଗର ଲୋକମାନଙ୍କ ହିତାଧିକାରି ତାଲିକା ପ୍ରସ୍ତୁତ କରିବାରେ ଅକ୍ଷମ ସେମାନେ ଆଜି କହୁଛନ୍ତି ଯେ ଓବିସି ତାଲିକାରେ କିଏ ରହିବ, ଏସଇସିସି ତାଲିକାରେ କିଏ ରହିବ ଏ କ୍ଷମତା ଆମ ଉପରେ ଛାଡି ଦିଆଯାଉ । ରାଜ୍ୟ ସରକାର ଓବିସି କମିଶନର କେବେ ନିଯୁକ୍ତି ହେବେ ସ୍ପଷ୍ଟ କରନ୍ତୁ । ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ପଛୁଆ ବର୍ଗର ଲୋକମାନଙ୍କର ସରକ୍ଷଣକୁ ଲାଗୁ କରନ୍ତୁ ନହେଲେ ଭାରତୀୟ ଜନତା ପାର୍ଟି ସାରା ରାଜ୍ୟରେ ବ୍ୟାପକ ଜନଆନ୍ଦୋଳନ କରିବ ।
ଏହି ସାମ୍ବାଦିକ ସମ୍ମିଳନିରେ ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ ଓ ଉମାକାନ୍ତ ପନାୟକ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *