ସଂକଳ୍ପ ଶାସ୍ତ୍ରୀୟ ନୃତ୍ୟ ଉବ ଡିସେମ୍ବର ୧୦ରୁ ଆରମ୍ଭ ହେବ

ସଂକଳ୍ପ ଶାସ୍ତ୍ରୀୟ ନୃତ୍ୟ ଉବ ଡିସେମ୍ବର ୧୦ରୁ ଆରମ୍ଭ ହେବ

ଭୁବନେଶ୍ୱର: ଭୁବନେଶ୍ୱରରେ ତିନି ଦିନିଆ ସଂକଳ୍ପ ଶାସ୍ତ୍ରୀୟ ନୃତ୍ୟ ପ୍ରଦର୍ଶନୀ ଆରମ୍ଭ ହେବ ଯେଉଁଥିରେ ବିଶ୍ୱ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଓଡ଼ିଶୀ, କୁଚିପୁଡ଼ି ଓ କଥକ ନୃତ୍ୟ ଶିଳ୍ପୀଙ୍କ ନୃତ୍ୟ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିବ ।
ମେଗା ସଂକଳ୍ପ ଶାସ୍ତ୍ରୀୟ ନୃତ୍ୟ ଉବକୁ ଡିସେମ୍ବର ୧୦ରେ ଭୁବନେଶ୍ୱରର ଭଞ୍ଜ କଳା ମପରେ ଓଡ଼ିଶାର ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀଯୁକ୍ତ ରଘୁନନ୍ଦନ ଦାସ ଉଦଘାଟନ କରିବେ ।
ସମନ୍ୱିତ ଓ ଅଂଶୀଦାର ଭିତିକ ବିକାଶ କ୍ଷେତୟର ଜାତୀୟ ସଂଗଠନ ସଂକଳ୍ପ ତରଫରୁ ଏହି ଉବକୁ ଆୟୋଜନ କରାଯାଉଛି ଯେଉଁଥିରେ ଖ୍ୟାତନାମା ଶାସ୍ତ୍ରୀୟ ନୃତ୍ୟ ଶିଳ୍ପୀ ଏବଂ ପ୍ରତିଭାବାନ ଉଦୀୟମାନ ନୃତ୍ୟ ଶିଳ୍ପୀଙ୍କୁ ନୃତ୍ୟ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିବ ।
ଏହି ମେଗା କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଉପାଧୀ ପ୍ରାପ୍ତ ଓ ଓଡ଼ିଶୀ ନୃତ୍ୟ ବିଶାରଦା ଶ୍ରୀମତୀ କୁମକୁମ୍ ମହାନ୍ତି, ପଦ୍ମଶ୍ରୀ ଉପାଧୀ ପ୍ରାପ୍ତ ଓ କୁଚିପୁଡ଼ି ନୃତ୍ୟ ବିଶାରଦା ଡକ୍ଟର ଶୋଭା ନାଇଡ଼ୁ, କେନ୍ଦ୍ରୀୟ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଓ ଓଡ଼ିଶୀ ବିଶାରଦା ଶ୍ରୀମତୀ ଆଲୋକା କାନୁନ୍ଗୋ ଓ ବିଶିଷ୍ଟ ମୋହିନୀୟାତମ୍ ବିଶାରଦା ଶ୍ରୀମତୀ ପଲ୍ଲବୀ କ୍ରିଷ୍ଣନ ଅଂଶଗ୍ରହଣ କରିବେ ।
ଏହି ଉବର ସ୍ୱତନ୍ତ୍ର ଆକର୍ଷଣ ହେବ କେନ୍ଦ୍ରୀୟ ସଙ୍ଗୀତ ନାଟକ ଏକାଡେମି ଯୁବ ପୁରସ୍କାରପ୍ରାପ୍ତ ତଥା କଥକ ନୃତ୍ୟ ବିଶାରଦା ପଲ୍ଲବୀ ଦେ, ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଓ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀର ସ୍ୱୀକୃତିପ୍ରାପ୍ତ ଜବାହାରଲାଲ ନେହେରୁ ମଣୀପୁର ଡ୍ୟାନ୍ସ ଏକାଡେମୀ (ଜେଏନଏମଡିଏ) ଅଂଶଗ୍ରହଣ କରିବେ ।
ଏହି ଉବର ଡାଇରେକ୍ଟର, ବିଶିଷ୍ଟ ଓଡ଼ିଶୀ ନୃତ୍ୟ ବିଶାରଦା ଏବଂ ସଙ୍କଳ୍ପର କିଏଟିଭ୍ ମୁଖ୍ୟ ଶ୍ରୀମତୀ କସ୍ତୁରୀ ପନାୟକ କହିଛନ୍ତି ଯେ, ଶାସ୍ତ୍ରୀୟ ନୃତ୍ୟର ପ୍ରଚାର ଓ ପ୍ରସାର କରିବାର ଉଦ୍ୟମ ସ୍ୱରୂପ ଏଭଳି ସମାନ ଧରଣର ଉବ ସଂଗଠନ ତରଫରୁ ଆୟୋଜନ କରାଯାଉଛି ।

Leave a Reply

Your email address will not be published. Required fields are marked *