ନିର୍ଭୟା’ ଗଣଦୁଷ୍କର୍ମ ମାମଲାକୁ ଆଜି ପୁରୁଛି ୭ ବର୍ଷ।

ନିର୍ଭୟା’ ଗଣଦୁଷ୍କର୍ମ ମାମଲାକୁ ଆଜି ପୁରୁଛି ୭ ବର୍ଷ।

ଭୁବେନେଶ୍ୱର: ଦିଲ୍ଲୀ ଲୋକଙ୍କ ମନରୁ ଲିଭିନି ସେହି ଭୟଙ୍କର ଘଟଣା ଖୁବ୍ ଶୀଘ୍ର ଏହି ମାମଲାର ଦୋଷୀଙ୍କୁ ଫାଶୀ ଦିଆଯିବ ବୋଲି ଜଣାପଡିଛି। ତେବେ ଏହା ଭିତରେ ଆଉ ଏକ ବଡ କଥା ଜଣାପଡିଛି। ତାହା ହେଲା ନିର୍ଭୟା ଗଣ ଦୁଷ୍କର୍ମ ମାମଲାର ୪ ଅଭିଯୁକ୍ତ ନିଜର ଅଙ୍ଗଦାନ କରିପାରନ୍ତି। ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀଙ୍କୁ ନେଇ ଏବେ ରୋଡ୍ ଆଣ୍ଟି କରପସନ୍ ଅର୍ଗାନାଇଜେସନ୍ ନାମକ ଏକ ସଂସ୍ଥା ତିହାର ଜେଲ କର୍ତ୍ତୃପକ୍ଷକୁ ଚିଠି ଲେଖିଛି। ସଂସ୍ଥା ପକ୍ଷରୁ ଦୋଷୀଙ୍କୁ ଦେଖା କରିବା ନେଇ କୁହାଯାଇଛି। ତେବେ କାହାକୁ ଦେଖା କରିବେ ଓ ଦେଖାନକରିବେ ତାହାର ନିଷ୍ପତ୍ତି କେବଳ ଜେଲରେ ଥିବା ନିର୍ଭୟା ମାମଲାର ଦୋଷୀଙ୍କ ଉପରେ ନିର୍ଭର କରିଥାଏ।

ମିଳିଥିବା ସୂଚନା ଅନୁସାରେ, ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀ ପବନ, ମୁକେଶ, ଅକ୍ଷୟ ଓ ବିନୟକୁ ଦେଖା କରିବାକୁ ୪ଜଣ ଲୋକ ଚିଠି ଲେଖିଛନ୍ତି। ଦୋଷୀଙ୍କୁ ଦେଖା କରିବାକୁ ଗୁହାରି କରିଥିବା ଲୋକଙ୍କ ଭିତରେ ଡାକ୍ତର, ଧର୍ମଗୁରୁ, ମନୋଚିକିତ୍ସିକ ଓ ଜଣେ ଆଇନଜୀବି ରହିଛି।

ସଂସ୍ଥା ପକ୍ଷରୁ କୁହାଯାଇଛି, ଆମେ ଦୋଷୀଙ୍କୁ ଦେଖା କରି ତାଙ୍କୁ ଏହା କହିବାକୁ ଚାହୁଁଛୁ ଯେ, ତାଙ୍କ ପାଖରେ କିଛି ଭଲ କରିବାକୁ ଏହା ହେଉଛି ଶେଷ ସୁଯୋଗ। ଫାଶୀ ଖୁଣ୍ଟରେ ଝୁଲିବା ପୂର୍ବରୁ ଗୁପ୍ତ ଭାବରେ ଅଙ୍ଗଦାନ କରି ଦରକାର ଥିବା ଲୋକଙ୍କୁ ସାହାର୍ଯ୍ୟ କରନ୍ତୁ। ଜେଲ ପ୍ରଶାସନ ପକ୍ଷରୁ କୁହାଯାଇଛି ​‌ଯେ, ପ୍ରଥମେ ଯେଉଁ ଚିଠି ଆସିଥାଏ ଆମେ ତାକୁ ପଢିଥାଉ। କିନ୍ତୁ ଏହି ମାମଲାରେ ଯେଉଁ ଚିଠି ଥିଲା ତାକୁ ଆମେ ପଢିନାହୁଁ।

Leave a Reply

Your email address will not be published. Required fields are marked *